ଯାଜପୁରରେ ନାବାଳିକା ଦୁଷ୍କର୍ମ ମାମଲା ଅଭିଯୁକ୍ତକୁ ୨୦ ବର୍ଷର କଠୋର କାରାଦଣ୍ଡ, ପୀଡିତାଙ୍କୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ

ଯାଜପୁର,୨୩/୦୪/୨୦୨୬:ଯାଜପୁରରେ ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ ପାଇଛି। ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ସଞ୍ଜୟ ମହାରଣା ୨୦ ବର୍ଷର କଠୋର କାରାଦଣ୍ଡ ଶୁଣାଇଛନ୍ତି। ଘଟଣା ମୁତାବିକ, ୨୦୨୫ରେ ଜେନାପୁର ଥାନା ଅଞ୍ଚଳରେ ଜଣେ ୧୪ ବର୍ଷ ୧୧ ମାସର ଜଣେ ନିର୍ଦୋଷ ନାବାଳିକାକୁ ଅପହରଣ କରି ଅଭିଯୁକ୍ତ ନିଜ ସମ୍ପର୍କୀୟ ଘରେ ନେଇ ଦୁଷ୍କର୍ମ କରିଥିଲା। ପରିବାର ପକ୍ଷରୁ ଏନେଇ ଅଭିଯୋଗ ହେବା ପରେ ପୋଲିସ ତତ୍କ୍ଷଣାତ୍ କାର୍ଯ୍ୟନୁଷ୍ଠାନ ନେଇ ସଞ୍ଜୟକୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ୧୩ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛି। ବିଚାରପତି ଅଭିଳାଷ ସେନାପତି ଦୋଷୀକୁ ୨୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି। ଜରିମାନା ଅନାଦୟ କଲେ ଅଧିକ ୧୨ ମାସ ଜେଲ ଭୋଗିବାକୁ ପଡିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ଏଥିସହିତ ପୀଡିତାଙ୍କୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

  • Related Posts

    ପ୍ଲଟ୍ ବ୍ୟବସାୟୀଙ୍କ ହତ୍ୟା ପଛରେ ପୁତୁରା ଓ ଝିଆରୀ !

    ବ୍ରହ୍ମପୁର: ଅପହରଣ ପରେ ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ର(୪୭) ହତ୍ୟା ଘଟଣା ବଡ଼ ଖୁଲାସା। ଦାଦାର ସୁପାରୀ ଦେଇଥିଲେ ପୁତୁରା ଓ ଝିଆରୀ । ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଅପହରଣ ପରେ ହତ୍ୟା ସନ୍ଦେହ। ପୁତୁରା ଓ ଝିଆରୀ ମିଶି…

    Continue reading
    ଅପହୃତ ବ୍ୟବସାୟୀଙ୍କୁ ହତ୍ୟା

    ବ୍ରହ୍ମପୁର: ଗଞ୍ଜାମ ଜିଲାର ପ୍ଲଟ ବ୍ୟବସାୟୀ ସୁଧୀରକୁମାର ପାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ବୁଧବାର ସୋରଡା ଥାନା ଅନ୍ତର୍ଗତ ବାଲାପଙ୍କା ଗ୍ରାମ ରସିପଙ୍କାଳ ପୋଲ ତଳୁ ବ୍ୟବସାୟୀଙ୍କ ଗଳିତ ମୃତଦେହ ଜବତ ହୋଇଛି। ଏହି ଘଟଣା ବ୍ରହ୍ମପୁର ଓ ଗଞ୍ଜାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର