ରକ୍ତରେ ହିମୋଗ୍ଲୋବିନ୍‌ ବୃଦ୍ଧି ହେଲେ କ’ଣ ହୁଏ ?

ହିମୋଗ୍ଲୋବିନ୍‌ ହେଉଛି ଆମ ରକ୍ତରେ ଥିବା ଲୋହିତ ରକ୍ତ କଣିକାର ଏକ ଗୁରୁତ୍ବପୂର୍ଣ୍ଣ ପ୍ରୋଟିନ୍‌ ଉପାଦାନ, ଯାହା ରକ୍ତରେ ଅମ୍ଳଜାନ ବହନ କରି ଶରୀରର ପ୍ରତ୍ୟେକ ଜୀବକୋଷ ପାଖରେ ପହଞ୍ଚାଇଥାଏ। ତେବେ ରକ୍ତରେ ହିମୋଗ୍ଲୋବିନ୍‌ର ମାତ୍ରା ନିର୍ଦ୍ଦିଷ୍ଟ ସ୍ତରରେ ରହିବା ଜରୁରି। ହିମୋଗ୍ଲୋବିନ୍‌ ସ୍ତର କମିଗଲେ କି କି ସମସ୍ୟା ଉପୁଜେ ତାହା ପ୍ରାୟ ସମସ୍ତେ ଊଣା ଅଧିକେ ଜାଣିଛନ୍ତି। ତେବେ ରକ୍ତରେ ହିମୋଗ୍ଲୋବିନ୍‌ ସ୍ତର ବଢ଼ିଗଲେ କି ଅସୁବିଧା ହୁଏ, ସେ ବିଷୟରେ ଆମେ ଅବଗତ ହେବା ଜରୁରି।

 

ଏକ ଡେସିଲିଟର ରକ୍ତରେ ହିମୋଗ୍ଲୋବିନ୍‌ର ସ୍ବାଭାବିକ ସ୍ତର ହେଉଛି ପୁରୁଷମାନଙ୍କ ପାଇଁ ୧୩.୨ ଗ୍ରାମ ଓ ମହିଳାମାନଙ୍କ ପାଇଁ ୧୧.୬ ଗ୍ରାମ। ତେବେ ସ୍ଥଳବିଶେଷରେ ଏଥିରେ ସାମାନ୍ୟ ଏପଟସେପଟ ହୋଇଥାଏ। ମାତ୍ର ରକ୍ତରେ ଏହାର ସ୍ତର ମାତ୍ରାଧିକ (ପୁରୁଷଙ୍କ ପାଇଁ ୧୬.୬ ଗ୍ରାମ୍‌/ଡେସିଲିଟର ଓ ମହିଳାଙ୍କ ପାଇଁ ୧୫ ଗ୍ରାମ୍‌/ଡେସିଲିଟର) ହୋଇଗଲେ ରକ୍ତ ସାନ୍ଦ୍ର ବା ବହଳିଆ ହୋଇଯାଏ ଏବଂ ତାହାର ସଂଚାଳନ ସ୍ରୋତ କମିଆସେ। ସୁତରାଂ ତାହା ନାନା ସ୍ବାସ୍ଥ୍ୟ ସଂକଟକୁ ଆହ୍ବାନ କରିଥାଏ। ଅଧିକ ଉଚ୍ଚ ସ୍ଥାନରେ ବସବାସ କରିବା, ଧୂମପାନ କରିବା, ଶରୀରରୁ ଜଳୀୟ ଅଂଶ ଶୁଖିଯିବା (ଡିହାଇଡ୍ରେସନ୍‌) କିମ୍ବା ଦୀର୍ଘକାଳ ଧରି ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ହେବା ଆଦି କାରଣ ଯୋଗୁଁ ହିମୋଗ୍ଲୋବିନ୍‌ ସ୍ତର କଳ୍ପନାତୀତ ଭାବେ ବଢ଼ିଯାଇଥାଏ। ବେଳେ ବେଳେ ରକ୍ତ ସୃଷ୍ଟିକାରୀ ଅସ୍ଥିମଜ୍ଜାରେ ଅସ୍ବାଭାବିକତା (ପଲିସିଥେମିଆ ଭେରା) ଯୋଗୁଁ ମଧ୍ୟ ଶରୀରରେ ଅଧିକ ଲୋହିତ ରକ୍ତ କଣିକା ସୃଷ୍ଟି ହୁଏ, ଯାହା ହିମୋଗ୍ଲୋବିନ୍‌ ସ୍ତରକୁ ବଢ଼ାଇ ଦେଇଥାଏ। ରକ୍ତ ବହଳିଆ ହେବା କାରଣରୁ ଧମନୀରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ରହିଛି, ଯାହା ଫଳରେ ହୃଦ୍‌ଘାତ, ମସ୍ତିଷ୍କଘାତ, ଗଭୀର ଧମନୀ ଥ୍ରମ୍ବୋସିସ୍‌ ହୋଇପାରେ।

 

ହିମୋଗ୍ଲୋବିନ୍‌ ସ୍ତର ବଢ଼ିବା ଯୋଗୁଁ ଉଚ୍ଚ ରକ୍ତଚାପ ମଧ୍ୟ ସୃଷ୍ଟି ହୋଇଥାଏ। ହିମୋଗ୍ଲୋବିନ୍‌ ବୃଦ୍ଧି ହେତୁ ରକ୍ତର ଅମ୍ଳଜାନ ଧାରଣ କ୍ଷମତା ବଢ଼ିଯାଏ ସତ, ମାତ୍ର ବହଳିଆ ରକ୍ତ ହେତୁ ତାହାର ସଂଚାଳନ ସ୍ରୋତ କମିଯାଇଥାଏ ଏବଂ ଜୀବକୋଷମାନଙ୍କ ପାଖରେ କମ୍‌ ଅମ୍ଳଜାନ ପହଞ୍ଚେ। ଫଳରେ ମାଂସପେଶୀରେ ବିନ୍ଧାଛିଟିକା ଲାଗି ରହିଥାଏ। ଶରୀରରେ ଦୀର୍ଘକାଳ ପାଇଁ ହିମୋଗ୍ଲୋବିନ୍‌ ସ୍ତର ଉଚ୍ଚା ରହିଲେ ଚିକିତ୍ସା ସ୍ବରୂପ ଶରୀରରୁ କିଛି ରକ୍ତ କାଢ଼ିଦେଇ ଓ ଔଷଧ ଦ୍ବାରା ଶରୀରରେ ଅଧିକ ରକ୍ତକୋଷ ଉତ୍ପାଦନକୁ କମାଇ ହେବ। ତେବେ ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ପ୍ରତିଷେଧକ ସ୍ବରୂପ ଦୈନିକ ସୁସନ୍ତୁଳିତ ଖାଦ୍ୟ ଗ୍ରହଣ ସହ ଅତି କମ୍‌ରେ ଏକରୁ ଦୁଇ ଲିଟର ପାଣି ପିଇ ଶରୀରକୁ ଆର୍ଦ୍ର ରଖିବା ଉଚିତ। ସେହିପରି ଦୈନିକ ୪୫ ମିନିଟ୍‌ରୁ ଅଧିକ ସମୟ ଧରି ଶାରୀରିକ ବ୍ୟାୟାମ କରିବା ସହ ଧୂମପାନ ଓ ମଦ୍ୟପାନରୁ ବିରତ ରହିବା ଦ୍ବାରା ହିମୋଗ୍ଲୋବିନ୍ ବୃଦ୍ଧିର ଆଶଙ୍କା ହ୍ରାସ କରିହେବ।

Related Posts

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

Continue reading
ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ