ରତ୍ନଭଣ୍ଡାର ଗଣତିମଣତି, ବାହାର କାଠ ଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ: ବୁଧବାର ଠାରୁ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ଯାହା ତିନି ଦିନ ଧରି ଚାଲିବ । ପରେ ଆସନ୍ତା ୧୩ ତାରିଖ ଏବଂ ୧୬ ତାରିଖରୁ ୧୮ ତାରିଖ ପର୍ୟ୍ୟନ୍ତ ମଧ୍ୟ ଗଣତିମଣତି ଚାଲିବ । ଏସ୍‌ଓପି ବା ମାର୍ଗଦର୍ଶିକା ମୁତାବକ ସୁପର୍‌ ଭାଇଜିଂ ଓ ହ୍ୟାଣ୍ଡଲିଂ ଟିମ୍‌ ସହଯୋଗରେ ଗଣତିମଣତି କରାଯିବ । ଟ୍ରେଜେରିରୁ ଚାବି ଅଣାଯାଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ବାହାର ଭଣ୍ଡାରରେ ରହିଛି ପ୍ରାୟ ୮୧୭୫ ଭରିର ୭୯ଟି ସୁନା ଅଳଙ୍କାର ଓ ଦ୍ରବ୍ୟ । ସେହିପରି ଏଠାରେ ପ୍ରାୟ ୪୬୭୧ ଭରିର ରହିଛି ୩୯ ପ୍ରକାରର ରୁପା ଅଳଙ୍କାର ଓ ଦ୍ରବ୍ୟ । ପୂର୍ବାହ୍ଣ ୧୦ଟା ପରେ ପ୍ରଶାସନିକ ନିର୍ଦ୍ଧାରିତ ଟିମ୍‌ ଶ୍ରୀମନ୍ଦିର ଭିତରକୁ ଯାଇ ଗଣତିମଣତି କାମ କରିବେ ।

ଗଣତିମଣତି ଯୋଗୁଁ କେବଳ ବାହାର କାଠ ଠାରୁ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳିବ । ଭିତର କାଠ ଠାରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁବିଧା ମିଳିବ ନାହିଁ । ଶ୍ରୀମନ୍ଦିର ଦ୍ୱାର ଫିଟା ଶୀଘ୍ର କରାଯାଇ ମହାପ୍ରଭୁଙ୍କ ନୀତିକ୍ରାନ୍ତି ସଅଳ ସାରିବାକୁ ସେବାୟତଙ୍କ ସହ ସମନ୍ୱୟ ରଖି ପ୍ରଶାସନ ଉଦ୍ୟମ କରିବ । ଗଣତିମଣତି ବେଳେ କେବଳ ଅଧିକୃତ ସେବାୟତମାନେ ଜଗମୋହନ ଓ ଗର୍ଭଗୃହକୁ ଯାଇପାରିବେ । ପୂର୍ବ ପ୍ରଶାସନିକ ନିଷ୍ପତ୍ତିରେ ସାମାନ୍ୟ ସୁଧାର କରାଯାଇ ଶନିବାର ଦିନମାନଙ୍କରେ ମଧ୍ୟ ଗଣତିମଣତି ହେବାକୁ ନୂଆ ନିଷ୍ପତ୍ତି ହୋଇଛି । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବାହାର ରତ୍ନଭଣ୍ଡାରରେ ସୁନା ମଧ୍ୟରେ ୨୨୦୩ ଭରି ୪ ଅଣାର ୧୦ଟି ମଥାର ଅଳଙ୍କାର, ୧୩୦୯ ଭରି ୧ ଅଣାର ୫ଟି କାନର ଅଳଙ୍କାର, ୧୪.୩/୪ ଅଣାର ୩ଟି ନାକ ଅଳଙ୍କାର ରହିଛି । ୧୮୬୧ ଭରି ସାଢ଼େ ପାଞ୍ଚ ଅଣାର ୩୪ଟି ବେକ ଅଳଙ୍କାର, ୧୧୦୧ ଭରି ୧୨ ଅଣାର ୩ଟି ବାହୁର ଅଳଙ୍କାର, ସାଢ଼େ ୧୦ ଅଣାର ଗୋଟିଏ କଚଟିର ଅଳଙ୍କାର, ୩୯୨ ଭରି ଦେଢ଼ ଅଣାର ୮ଟି ଅଣ୍ଟାର ଅଳଙ୍କାର ରହିଛି । ଏଥିସହିତ ୭୫୫ ଭରି ସାଢ଼େ ୯ ଅଣାର ୨ଟି ପାଦ ବା ଗୋଡ଼ର ଅଳଙ୍କାର ରହିଛି । ୫୫୦ ଭରି ୬ ଅଣାର ୧୩ଟି ଅନ୍ୟ ଅଳଙ୍କାର ରହିଛି । ସେହିପରି ୨୩୩୩ ଭରି ୧୪ ଅଣାର ୧୫ଟି ପୂଜା ସାମଗ୍ରୀ ରୂପା ଅଳଙ୍କାର, ୨୦୮୭ ଭରି ୧୪ ଅଣାର ୧୭ ଟି ରୂପାର ବାସନକୁସନ, ୨୪୯ ଭରି ୬ ଅଣାର ୭ଟି ବିଭିନ୍ନ ପ୍ରକାର ରୁପା ସାମଗ୍ରୀ ରହିଛି । ବାହାରଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୋଇ ମେଳକ ହେବା ପରେ ପରବର୍ତ୍ତୀ ପର୍ୟ୍ୟାୟରେ ଭିତର ଭଣ୍ଡାର ଗଣତି ହେବ । ସୂଚନାଥାଉକି, ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ଭଣ୍ଡାରର ଗଣତି ସରିଛି ।

  • Related Posts

    ଛାତ୍ରୀଙ୍କୁ ନିର୍ୟାତନା: ପଦରୁ ହଟିଲେ ଓଡ଼ିଆ ବିଭାଗ ଏଚ୍‌ଓଡି

    ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ…

    Continue reading
    ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

    ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ