
ରାଇକିଆ: ଚଳିତ ଦଶହରା ଯାତ୍ରା-୨୦୨୬ ଅବସରରେ ରାଇକିଆ ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଟି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମାଷ୍ଟମୀ ତିଥିରେ ଗର୍ଜନ ନଦୀରୁ ପବିତ୍ର ମାଟି ଅଣାଯାଇ ମା’ ବନଦୁର୍ଗା ମନ୍ଦିର ପରିସରରେ ବିଧିବିଧାନ ଅନୁଯାୟୀ ରଖାଯାଇଛି।
ପାରମ୍ପରିକ ପୂଜାବିଧି ଅନୁଯାୟୀ ପବିତ୍ର ମାଟିରେ ପୂଜାର୍ଚ୍ଚନା କରାଯାଇ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ପୂଜା କମିଟିର କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ଭକ୍ତିଭାବର ସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଦୁର୍ଗାପୂଜାକୁ ନେଇ ରାଇକିଆ ଅଞ୍ଚଳରେ ଏବେଠାରୁ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଦଶହରା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସଫଳତାରେ ପାଳନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।
ପୂଜା କମିଟି ସଭାପତି ସତ୍ୟବାନ ପାତ୍ର, ସାଧାରଣ ସମ୍ପାଦକ ସନ୍ତୋଷ ଲେଙ୍କା, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, କର୍ତ୍ତା ଅଜିତ କୁମାର ଦାଶ,ଦୁର୍ଯ୍ୟୋଧନ ଲେଙ୍କା, ସୁଶୀଳା ତ୍ରିପାଠୀ, ବାବୁଲା ପଟ୍ଟନାୟକ, ନାରାୟଣ ପାତ୍ର, ଅରବିନ୍ଦ ଲେଙ୍କା, କୃଷ୍ଣ ମହାନ୍ତି, କାହ୍ନୁ ଦଳେଇ, ମିଟୁ ବିଶ୍ୱାଳ, ସନ୍ତୋଷ ସାହୁ ଓ ଚିଣ୍ଟୁ ପାଣିଗ୍ରାହୀଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ତତ୍ତ୍ୱାବଧାନରେ ପୂଜା ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ ଦଶହରା ଯାତ୍ରା ଓ ଶାରଦୀୟ ଦୁର୍ଗାପୂଜାକୁ ଆକର୍ଷଣୀୟ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଓ ସହଭାଗିତା କାମନା କରିଛନ୍ତି ସଭାପତି ଶ୍ରୀ ପାତ୍ର.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା
ରିପୋର୍ଟର: ଦୁତି କୃଷ୍ଣ ପଣ୍ଡା








