
ରାଇକିଆ: ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ବାଳଗୋପାଳଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ଉତ୍ସବ ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ରାଧାକୃଷ୍ଣଙ୍କ ବେଶରେ ସଜ୍ଜିତ ହୋଇଥିଲେ। ପିଲାମାନେ ରଙ୍ଗବେରଙ୍ଗର ପାଟବସ୍ତ୍ର, ମୟୂରଚନ୍ଦ୍ରିକା, ମୁକୁଟ, ବଂଶୀ ଓ ଚିତ୍ରିତ ମାଟିଗରା ଆଦି ବ୍ୟବହାର କରି ଆକର୍ଷଣୀୟ ରାଧାକୃଷ୍ଣ ବେଶ ଧାରଣ କରିଥିଲେ। କୁନି କୁନି ରାଧାକୃଷ୍ଣଙ୍କ ବେଶରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା।
ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ରାଇକିଆ ବଜାରସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଭଜନ, କୀର୍ତ୍ତନ ସହ ନୃତ୍ୟ ପରିବେଷଣ କରାଯାଇଥିଲା। ଶ୍ରୀକୃଷ୍ଣଙ୍କ ଜୀବନୀ, ଆଦର୍ଶ ଓ ଧର୍ମରକ୍ଷାର ବାର୍ତ୍ତା,ବୈଦ୍ଧିକ ସମ୍ପର୍କରେ ମଧ୍ୟ ପିଲାମାନଙ୍କୁ ରିତାଞ୍ଜଳୀ ଗୁରୁମା ସୂଚନା ଦେଇଥିଲେ.କାର୍ଯ୍ୟକ୍ରମରେ ଅପେଶ୍ୱରୀ ସାହୁ, ଧରିତ୍ରୀ ସାହୁ, ଲିଲି କୁମାରୀ ନାୟକ, ରିତାଞ୍ଜଳୀ ଆଚାର୍ଯ୍ୟ, ଜୟଶ୍ରୀ ପାତ୍ର, ସୁଜାତା ସାହୁ, ମନୋରମା ବେହେରା, ଧନଞ୍ଜୟ ଶଙ୍କର, ଲିଲି ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








