
ଦେବଗଡ଼:ପୌରାଞ୍ଚଳର ଶାସନ ସାହି ସ୍ଥିତ ଗୋପୀନାଥ ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହେଇଯାଇଛି।ଆଜି ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି ।ମନ୍ଦିରର ପୂଜକ ପ୍ରଦୀପ ମିଶ୍ର ଓ କମଳ ଲୋଚନ ପଣ୍ଡା ଠାକୁରଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ। ଏହି ଅବସରରେ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବ ଆୟୋଜନରେ ମନ୍ଦିର ପରିଚାଳନା କମିଟିର ସଭାପତି ଡିଲେଶ୍ଵର ନନ୍ଦ,ସମ୍ପାଦକ କରୁଣାକର ଦାଶ,କୋଷାଧକ୍ଷ ସୁଶାନ୍ତ ନନ୍ଦ,ସଞ୍ଜୟ ବ୍ରହ୍ମା,ଉଦିତ ପଣ୍ଡା,ସ୍ୱାଗତ ନନ୍ଦ, ସୁରଭି ନନ୍ଦ, ସୁନିତା ଆଚାର୍ଯ୍ୟ, ଶିଶିର ଦାଶ, ମଦନ ଦାଶ, ସନ୍ତୋଷ ମହାପାତ୍ର, ଅଜୟ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ନନ୍ଦୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦେବଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପ୍ରତାପ ମିଶ୍ର ମୁଖ୍ୟଅତିଥି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପରମାନନ୍ଦ ସାହୁ ଅନ୍ୟତମ ଅତିଥ ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ରଣା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ବ ଶିଶୁ ଶ୍ରୀକୃଷ୍ଣ ,ରାଧା ବାସୁଦେବ,ବିଷ୍ଣୁ ବେଶଧାରି ପୁରାଣ କୁ ଉଜ୍ଜୀବିତ କରିଥିଲେ।ଏହାସହିତ ମଥୁରା ହାଟ,ଦହିହାଣ୍ଡି ଭଙ୍ଗା ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବିଦ୍ୟାଳୟର ସଂପାଦକ ହୃଦାନନ୍ଦ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ। ଗୀତାରାଣୀ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମାତୃଭାରତୀ ର ସଦସ୍ୟା ,ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ସେହିପରି ବାରକୋଟ ବ୍ଲକର କଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।








