
ଦେବଗଡ଼:ଗଞ୍ଜେଇ ଚୋରା ଚାଲାଣ ବେଳେ ବାରକୋଟ ଥାନା ପୁଲିସ ପକ୍ଷରୁ ଚଢଉ କରାଯାଇ କାର ସହ ୫୫ କେଜି ବେଆଇନ ଗଞ୍ଜେଇ ଜବତ କରିଛି ପୁଲିସ।ଉକ୍ତ ଘଟଣାରେ ପୁଲିସ ନୂଆଦିଲ୍ଲୀର ଗାଜିପୁର ଥାନାର ସୁବାସ ପାଣ୍ଡେ(୫୨)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କିନ୍ତୁ ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଏହାସହିତ ଅଭିଯୁକ୍ତ ପାଖରୁ ପୁଲିସ ଟଙ୍କା ଏବଂ ଏଟିଏମ କାର୍ଡ ଜବତ କରିଛି।ସୂଚନା ଅନୁଯାୟୀ, ବେଆଇନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ବିଶେଷ ସୁତ୍ରରୁ ସୂଚନା ପାଇଥିଲା। ତେବେ ସମ୍ବଲପୁର ପଟୁ ରାଉରକେଲା ଅଭିମୁଖେ ଯାଉଥିବା କାର (ଜେଏଚ ୦୫ ଏଲ ୨୭୫୦)କୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାରର ସିଟ୍ ଭିତରେ ଥିବା ସିକ୍ରେଟ ଚାମ୍ପରରୁ ୫୫ କେଜି ଗଞ୍ଜେଇ ପୁଲିସ ଜବତ କରିଥିଲା।ଏହାପରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜନ କରିଥିଲା।ଏନେଇ ବାରକୋଟ ଥାନା ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁବାସକୁ ଗିରଫ କରି କୋର୍ଟ ଚାଲାଣ କରିଛି।








