
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶୁକ୍ରବାର ‘ନମାମି ଭାରତମ୍ ’ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଭାରତୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିଲା।
ଏହି ଅବସରରେ ପୂର୍ବାହ୍ନ ୧୧ଟାରେ ଦେଶବ୍ୟାପୀ ଏକ ସମୟରେ, ଏକ ସ୍ୱର ଓ ଏକ ଲୟରେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମଧ୍ୟ ଛାତ୍ରୀଛାତ୍ର, ଗୁରୁଜୀ, ଗୁରୁମା ଓ କର୍ମଚାରୀମାନେ ସାମୂହିକ ଭାବେ ବନ୍ଦେ ମାତରମ୍ ଗାନରେ ସାମିଲ ହୋଇଥିଲେ।ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସବିତା ମିଶ୍ର ବନ୍ଦେ ମାତରମ୍ର ଐତିହାସିକ ମହତ୍ତ୍ୱ ଓ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ଏକତା, ଦେଶପ୍ରେମ ଓ ସାଂସ୍କୃତିକ ଚେତନାକୁ ସୁଦୃଢ଼ କରିବାରେ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଗୁରୁଜୀ, ଗୁରୁମା, କର୍ମଚାରୀ ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ରହି ସାମୂହିକ ଭାବେ ଦେଶାତ୍ମବୋଧର ବାର୍ତ୍ତା ଦେଇଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା







