ରାଉରକେଲା ଆସିବେରାଷ୍ଟ୍ରପତି !

ରାଉରକେଲା: ଚଳିତ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଉରକେଲା ଆସିବେ ବୋଲି କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ରାଉରକେଲାର ହକି ଛକ ନିକଟରେ ଥିବା ଜନଜାତି ସଂଗ୍ରହାଳୟ (ଟ୍ରାଇବାଲ ମ୍ୟୁଜିୟମ୍)ର ଉଦ୍‌ଘାଟନ କରିବେ । ତେବେ ରାଷ୍ଟ୍ରପତି କେଉଁ ତାରିଖରେ ଆସିବେ ତାହା ଧାର୍ୟ୍ୟ ହୋଇନାହିଁ ।
ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ହକି ଛକ ନିକଟରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଉରକେଲା ୱାନ୍ ପ୍ରକଳ୍ପ ନିର୍ମାଣ କରାଯାଉଛି । ରାଉରକେଲା ୱାନ୍‌ରେ ଜନଜାତି ସଂଗ୍ରହାଳୟ ସମେତ ଆଇସିସିସି (ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର) ଓ ଅଡିଟୋରିୟମ୍ ପ୍ରସ୍ତୁତ ହୋଇଛି । ଇତିମଧ୍ୟରେ ଆଇସିସିସି କାର୍ୟ୍ୟକ୍ଷମ ହୋଇଯାଇଥିବା ବେଳେ ଜନଜାତି ସଂଗ୍ରହାଳୟ ଉଦ୍ଘାଟନ ଅପେକ୍ଷାରେ ରହିଛି । ଏହି ସଂଗ୍ରହାଳୟ ବର୍ତ୍ତମାନ ରାଉରକେଲା ସ୍ମାର୍ଟ ସିଟି ଅଧୀନରେ ଥିବା ବେଳେ ଏହାର ଉଦ୍‌ଘାଟନ ପରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ହସ୍ତାନ୍ତର କରାଯିବ । ସଂଗ୍ରହାଳୟରେ ଜନଜାତି ଲୋକଙ୍କ ବିବିଧ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବ୍ୟବସ୍ଥାକୁ ନେଇ କଳାକୃତି ସ୍ଥାପିତ କରାଯାଇଛି । ଏଥିରେ ଜାତିଗତ କଳା, ପାରମ୍ପରିକ କଳାକୃତି ଏବଂ ସାଂସ୍କୃତିକ ଉପାଦାନଗୁଡ଼ିକର ପ୍ରଦର୍ଶନ କରାଯାଇଛି ।

  • Related Posts

    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading
    ୪୫ ଦିନିଆ ଅସ୍ତ୍ରବିରତି ନେଇ ଇରାନ-ଆମେରିକା ମଧ୍ୟରେ ଆଲୋଚନା ଜାରି

    ୱାସିଂଟନ/ତେହେରାନ: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ସୋମବାର ଏକ ବିବୃତି ଜାରି କରି ଚେତାବନୀ ଦେଇଛି ଯେ, ଯଦି ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ବେସାମରିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରନ୍ତି ତେବେ ଆମେ ଅଧିକ ଭୟଙ୍କର ଭାବେ ଜବାବ ଦେବୁ। ଏହି ଚେତାବନୀ ଏପରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ