ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା। ରାସ୍ତା ପାର୍ ହେଉଥିବା ବେଳେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କଳା ରଙ୍ଗର SUV। ଏହି ଦୁର୍ଘଟଣାରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି। ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାର CCTV ଫୁଟେଜ୍ ଏବେ ଭାଇରାଲ୍ ହୋଇଛି।

ସୂଚନା ଅନୁସାରେ, ଗୁରୁତର ଆହତ ବ୍ୟକ୍ତି ହେଉଛନ୍ତି ଭରତପୁର ସାମପୁର ଅଞ୍ଚଳର ବିଭୂତି ଭୂଷଣ ଚଇନି। ସେ ମିଠା କିଣିବା ପରେ ରାସ୍ତା ପାର୍ ହେଉଥିବା ସମୟରେ ଏକ କଳା ରଙ୍ଗର SUV ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଗାଡ଼ିଟି ନ ଅଟକି ସେଠାରୁ ଫେରାର ହୋଇଯାଇଥିଲା।

ଦୁର୍ଘଟଣାରେ ବିଭୂତି ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପରିବାର ଲୋକେ ଚିନ୍ତିତ ଅଛନ୍ତି।
ଅନ୍ୟପଟେ, ଘଟଣାର CCTV ଫୁଟେଜ୍ ସାମ୍ନାକୁ ଆସିବା ପରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତକୁ ଜୋରଦାର କରିଛି। ଫୁଟେଜ୍ ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା କଳା SUVକୁ ଚିହ୍ନଟ କରିବା ସହ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ରାଜଧାନୀରେ ବାରମ୍ବାର ଏଭଳି ହିଟ୍ ଆଣ୍ଡ ରନ୍ ଘଟଣା ଘଟୁଥିବାରୁ ଗାଡ଼ି ଚାଳକଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି।

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି