ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି

ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ କିପରି ନିଜର ସୁରକ୍ଷା ବଜାୟ ରଖିବେ, ବୃତ୍ତିଗତ ନିରପେକ୍ଷତା ଅବଲମ୍ବନ କରିବେ ଏବଂ ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ କରିବେ, ସେନେଇ ପିସିଆଇ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ସାମ୍ବାଦିକମାନେ ଯେପରି ସୁରକ୍ଷିତ ରହି ନିଜର କର୍ତ୍ତବ୍ୟ ସଠିକ୍ ଭାବେ ତୁଲାଇପାରିବେ, ତାହା ସୁନିଶ୍ଚିତ କରିବା ସହ ଗଣମାଧ୍ୟମ ସଂସ୍ଥା, ସାମ୍ବାଦିକ ଏବଂ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା ଏହି ନିର୍ଦ୍ଦେଶାବଳୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପିସିଆଇ କହିଛି।ପିସିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ଆନ୍ଦୋଳନ ଓ ବିକ୍ଷୋଭସ୍ଥଳରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ନିଜ ଗଣମାଧ୍ୟମ ସଂସ୍ଥା କିମ୍ବା ପିଆଇବି/ଡିଆଇପି ପକ୍ଷରୁ ଜାରି ବୈଧ ପରିଚୟପତ୍ର ସାଙ୍ଗରେ ରଖିବା ସହ ତାହାକୁ ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବେ। ପରିଚୟପତ୍ରରେ ଲାଗିଥିବା ଲ୍ୟାନ୍ୟାର୍ଡ୍‌ ଏପରି ଭାବେ ସୁରକ୍ଷିତ ରହିବା ଆବଶ୍ୟକ, ଯାହାଦ୍ୱାରା ଭିଡ଼ ମଧ୍ୟରେ ଏହା ଛନ୍ଦି ହେବାର ଆଶଙ୍କା କମ୍ ରହିବ।ସାମ୍ବାଦିକମାନେ ନିଜର ବୃତ୍ତିଗତ ନିରପେକ୍ଷତା ବଜାୟ ରଖିବା ସହ ଆନ୍ଦୋଳନରେ ଭାଗ ନେବା, କୌଣସି ପକ୍ଷ ସପକ୍ଷରେ ଠିଆ ହେବା କିମ୍ବା ପରିସ୍ଥିତିକୁ ଉତ୍ତେଜିତ କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବେ। ଆନ୍ଦୋଳନକାରୀ, ପ୍ରତିବାଦକାରୀ ଓ ପୁଲିସ ସହ ଅଯଥା ବିବାଦରେ ନ ପଡ଼ିବା ସହ ପୁଲିସର ନିର୍ଦ୍ଦେଶ ପାଳନ କରିବାକୁ ମଧ୍ୟ ପିସିଆଇ ପରାମର୍ଶ ଦେଇଛି।
ପ୍ରତିବାଦସ୍ଥଳରେ ଉତ୍ତେଜନା ବଢ଼ିଲେ କିମ୍ବା ପୁଲିସ କାର୍ଯ୍ୟାନୁଷ୍ଠାନର ଆଶଙ୍କା ଥିଲେ ସାମ୍ବାଦିକମାନେ ଭିଡ଼ଠାରୁ ଯଥେଷ୍ଟ ଦୂରତା ରଖିବା ଉଚିତ। କ୍ୟାମେରା କିମ୍ବା ଅନ୍ୟ ରେକର୍ଡିଂ ଉପକରଣକୁ ପୁଲିସ ବ୍ୟାରିକେଡ୍‌, ଗାଡ଼ି କିମ୍ବା ଅନ୍ୟ ଉପକରଣରେ ଏପରି ଭାବେ ଲଗାଇବା ଉଚିତ ନୁହେଁ, ଯାହା ଯାତାୟାତରେ ବାଧା ସୃଷ୍ଟି କରିବ କିମ୍ବା ସମ୍ପତ୍ତିର କ୍ଷତି ଘଟାଇବ।ଏଥିସହ ସାମ୍ବାଦିକମାନଙ୍କୁ ପ୍ରାଥମିକ ଚିକିତ୍ସା ସାମଗ୍ରୀ, ପିଇବା ପାଣି, ପୁଷ୍ଟିକର ଖାଦ୍ୟ, ଟର୍ଚ୍ଚ ଏବଂ ଆଖିର ସୁରକ୍ଷା ପାଇଁ ଚଷମା ଭଳି ଜରୁରୀ ସାମଗ୍ରୀ ସାଙ୍ଗରେ ରଖିବାକୁ ପରାମର୍ଶ ଦିଆଯାଇଛି। ଲୁହବୁହା ଗ୍ୟାସ୍‌ କ୍ୟାନିଷ୍ଟର, ଫ୍ଲାସ୍‌-ବ୍ୟାଙ୍ଗ୍‌ ଉପକରଣ କିମ୍ବା ଧୂଆଁ ସୃଷ୍ଟିକାରୀ ଗ୍ରେନେଡ୍‌କୁ କେବେ ବି ହାତରେ ଧରିବା, ଉଠାଇବା କିମ୍ବା ସ୍ଥାନାନ୍ତର କରିବାକୁ ଚେଷ୍ଟା ନ କରିବା ପାଇଁ ପିସିଆଇ ସତର୍କ କରିଛି। ଏହି ଉପକରଣଗୁଡ଼ିକ ଗରମ ଥାଇପାରେ କିମ୍ବା ସେଥିରେ ବିପଜ୍ଜନକ ଅବଶିଷ୍ଟ ପଦାର୍ଥ ରହିପାରେ।ଖବର ପ୍ରସାରଣ ପୂର୍ବରୁ ଏକାଧିକ ବିଶ୍ୱସନୀୟ ସୂତ୍ରରୁ ତଥ୍ୟ ଯାଞ୍ଚ କରିବାକୁ ପିସିଆଇ ପରାମର୍ଶ ଦେଇଛି। ଆନ୍ଦୋଳନକାରୀ ଓ ସରକାରୀ ପକ୍ଷର ବୟାନକୁ ଯାଞ୍ଚ କରିବା ସହ କୌଣସି ଖବରକୁ ଏକପାଖିଆ ଭାବେ ପ୍ରସାରଣ ନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ଏକ୍ସକ୍ଲୁସିଭ୍‌ ଖବର ଦେଖାଇବାର ପ୍ରତିଯୋଗିତାରେ ସାମ୍ବାଦିକଙ୍କ ନିଜ ସୁରକ୍ଷାକୁ ଅଣଦେଖା ନ କରିବା ପାଇଁ ମଧ୍ୟ ପିସିଆଇ ସତର୍କ କରିଛି।

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି