ବୋନସ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌ ଯଦି କୌଣସି କର୍ମଚାରୀଙ୍କ ହାରାହାରି ମାସିକ ଦରମା ଏହି ସୀମା ସହ ସମାନ କିମ୍ବା ତା’ଠାରୁ ଅଧିକ ହୁଏ, ତେବେ ତାଙ୍କୁ ୩୦ ଦିନ ପାଇଁ ସର୍ବାଧିକ ୬,୯୦୮ ଟଙ୍କା ବୋନସ ମିଳିବ। ଅନ୍ୟପକ୍ଷରେ, ଯେଉଁ କର୍ମଚାରୀଙ୍କ ହାରାହାରି ମାସିକ ଦରମା ଏହି ସୀମାଠାରୁ କମ, ସେମାନଙ୍କୁ ମିଳିବାକୁ ଥିବା ବୋନସ ରାଶି ମଧ୍ୟ କମ ହେବ।
ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ବ୍ୟୟ ବିଭାଗ ପକ୍ଷରୁ ୧୫ ଅକ୍ଟୋବର ୨୦୨୬ରେ ଜାରି ଏକ କାର୍ଯ୍ୟାଳୟ ସ୍ମାରକପତ୍ରରେ ଏହି ବୋନସ ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ସମ୍ପର୍କରେ ସୂଚନା ଦିଆଯାଇଛି।ଏହି ନିଷ୍ପତ୍ତି ‘ଗ୍ରୁପ-ସି’ କର୍ମଚାରୀ ଏବଂ ‘ଗ୍ରୁପ-ବି’ର ସେହି ଅଣ-ଗେଜେଟେଡ କର୍ମଚାରୀଙ୍କ ପାଇଁ ଲାଗୁ ହେବ, ଯେଉଁମାନେ କୌଣସି ‘ପ୍ରଡକ୍ଟିଭିଟି ଲିଙ୍କଡ ବୋନସ’ ଯୋଜନାର ଅନ୍ତର୍ଭୁକ୍ତ ନୁହନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର କର୍ମଚାରୀଙ୍କୁ ସେମାନଙ୍କ ପଦବୀ ଓ ଦାୟିତ୍ୱ ଅନୁଯାୟୀ ଗ୍ରୁପ-ଏ, ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡି ଭାବେ ବର୍ଗୀକୃତ କରିଥାନ୍ତି। ଗ୍ରୁପ-ସିରେ ସାଧାରଣତଃ କିରାଣି, ହେଡ କ୍ଲର୍କ, ଟାଇପିଷ୍ଟ, ଆସିଷ୍ଟାଣ୍ଟ ଏବଂ ମଲ୍ଟି-ଟାସ୍କିଂ ଷ୍ଟାଫ ଆଦି ରହିଥାନ୍ତି। ଯୋଗ୍ୟତା ପୂରଣ କରୁଥିବା ଏହି କର୍ମଚାରୀମାନେ ପୂର୍ଣ୍ଣ ବୋନସ ପାଇବେ।

ସେହିପରି ଗ୍ରୁପ-ବି କର୍ମଚାରୀଙ୍କୁ ଗେଜେଟେଡ ଓ ନନ-ଗେଜେଟେଡ ଭାବେ ବିଭକ୍ତ କରାଯାଇଛି। ଗେଜେଟେଡ ଅଧିକାରୀମାନେ ସରକାରୀ ନିୟମ ଅନୁଯାୟୀ ର୍ନିଦ୍ଦିଷ୍ଟ ପ୍ରଶାସନିକ କିମ୍ବା ଅନୁମୋଦନ କ୍ଷମତା ରଖିଥାନ୍ତି। ସରକାରଙ୍କ ଘୋଷିତ ଏହି ବୋନସ କେବଳ ଯୋଗ୍ୟ ଅଣ-ଗେଜେଟେଡ କର୍ମଚାରୀଙ୍କୁ ମିଳିବ। ଏଥିରେ ବରିଷ୍ଠ ଆସିଷ୍ଟାଣ୍ଟ ଓ ସୁପରଭାଇଜରଙ୍କ ଭଳି କର୍ମଚାରୀ ସାମିଲ ହୋଇପାରନ୍ତି। ଗ୍ରୁପ-ଏ ଏବଂ ଗ୍ରୁପ-ବିର ଉଚ୍ଚପଦସ୍ଥ ଗେଜେଟେଡ ଅଧିକାରୀମାନେ ଏହି ବୋନସ ପାଇବେ ନାହିଁ।

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଏବଂ ସଶସ୍ତ୍ର ବାହିନୀର ଯୋଗ୍ୟ କର୍ମଚାରୀମାନେ ମଧ୍ୟ ଏହି ବୋନସ ଯୋଜନାରେ ସାମିଲ ହେବେ। ଏହାବ୍ୟତୀତ, କେନ୍ଦ୍ର ସରକାରଙ୍କ ଦରମା ଢାଞ୍ଚା ଅନୁସରଣ କରୁଥିବା କେନ୍ଦ୍ରଶାସିତ ଅଞ୍ଚଳର ଯୋଗ୍ୟ କର୍ମଚାରୀମାନେ ମଧ୍ୟ ଏହି ବୋନସ ପାଇପାରିବେ। ତେବେ ସେମାନେ ଅନ୍ୟ କୌଣସି ବୋନସ କିମ୍ବା ଅନୁଗ୍ରହ ରାଶି (ଏକ୍ସ-ଗ୍ରେସିଆ) ଯୋଜନାର ଅନ୍ତର୍ଭୁକ୍ତ ହୋଇନଥିବା ଆବଶ୍ୟକ।ଅତିକମରେ ୬ ମାସର ନିରବଚ୍ଛିନ୍ନ ସେବା: କର୍ମଚାରୀ ଜଣକ ୨୦୨୫-୨୬ ଆର୍ଥିକ ବର୍ଷରେ ଅତିକମରେ ୬ ମାସ ନିରନ୍ତର ସେବା ପୂରଣ କରିଥିବା ଆବଶ୍ୟକ।

୩୧ ମାର୍ଚ୍ଚ ୨୦୨୬ରେ ଚାକିରିରେ ଥିବା ଆବଶ୍ୟକ: ହିସାବ ବର୍ଷ ୨୦୨୫-୨୬ର ଶେଷ ଦିନ ଅର୍ଥାତ୍‌ ୩୧ ମାର୍ଚ୍ଚ ୨୦୨୬ରେ କର୍ମଚାରୀ ଜଣକ ସେବାରେ ରହିଥିବା ଆବଶ୍ୟକ।୬ ମାସରୁ ଅଧିକ, କିନ୍ତୁ ୧ ବର୍ଷରୁ କମ ସେବା ପାଇଁ ଆନୁପାତିକ ବୋନସ: ଯେଉଁ କର୍ମଚାରୀଙ୍କ ସେବା ଅବଧି ୬ ମାସରୁ ଅଧିକ, କିନ୍ତୁ ୧ ବର୍ଷରୁ କମ, ସେମାନଙ୍କୁ ଆନୁପାତିକ ହାରରେ (ପ୍ରୋ-ରାଟା ଆଧାରରେ) ବୋନସ ମିଳିବ। ଅର୍ଥାତ୍‌ ସମ୍ପୂର୍ଣ୍ଣ ୬,୯୦୮ ଟଙ୍କା ବଦଳରେ ଆର୍ଥିକ ବର୍ଷରେ ସେମାନେ ଯେତେ ମାସ ସେବା ପୂରଣ କରିଥିବେ, ସେହି ଅନୁପାତରେ ବୋନସ ରାଶି ହିସାବ କରାଯିବ।

  • Related Posts

    ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି

    ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ କିପରି ନିଜର ସୁରକ୍ଷା ବଜାୟ ରଖିବେ, ବୃତ୍ତିଗତ ନିରପେକ୍ଷତା ଅବଲମ୍ବନ କରିବେ ଏବଂ…

    Continue reading
    ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ଲାଗୁ ୱିଣ୍ଡଫଲ୍ ଟ୍ୟାକ୍ସରେ ପରିବର୍ତ୍ତନ

    ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା ୱିଣ୍ଡଫଲ୍ ଟ୍ୟାକ୍ସରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଗୁରୁବାର ବିଳମ୍ବିତ ରାତିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ରପ୍ତାନି ଉପରେ ଟିକସ ପରିମାଣ ଲିଟର ପିଛା ୦.୫୦ ଟଙ୍କାରୁ ବୃଦ୍ଧି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି