ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ବର୍ଷର ଝିଅ

ବଡ଼ ସହରରେ ବଡ଼ ଖବର। ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ। ଦାରିଦ୍ର୍ୟତା ପାଇଁ ନୁହେଁ, ବରଂ ପାରିବାରିକ ଗଣ୍ଡଗୋଳ ପାଇଁ ବିହାରୀ ଦମ୍ପତି ନିଜ ଝିଅକୁ ବିକ୍ରି କରିଥିବା ଅଭିଯୋଗ ହେଉଛି। ଆଉ ଏହି ପିଲା ବିକ୍ରିରେ ମଧ୍ୟସ୍ଥି ସାଜିଥିବା ଦଲାଲ୍‌ମାନେ ମାଲାମାଲ ହୋଇଥିବା ଚର୍ଚ୍ଚା ହେଉଛି। ରାଜଧାନୀ ଭୁବନେଶ୍ୱରରେ ଏପରି ଲଜ୍ଜାଜନକ ଘଟଣା ଘଟିଛି।
ପୂରା ଘଟଣା ଏମିତି। ବିହାର ରାଜ୍ୟର ଶୁବୋଧ ଶର୍ମା ଜଣେ କାଠ ମିସ୍ତ୍ରୀ। ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଗୋଟିଏ ଝିଅ ଅଛି। ତା’ର ବୟସ ପ୍ରାୟ ୪ ବର୍ଷ ହେବ। ପରବର୍ତ୍ତୀ ସମୟରେ ସେ ଗୁଡ଼ିଆ ଦେ’ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ କରିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ, ଝିଅ(ପ୍ରଥମ ସ୍ତ୍ରୀଙ୍କଠାରୁ ହୋଇଥିବା)କୁ ଓଡ଼ିଶା ପଳାଇ ଆସିଥିଲେ। ରାଜଧାନୀ ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। କାଠ କାମରୁ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର।
ହେଲେ ସଉତୁଣୀ ଝିଅକୁ ଆଡ ଆଖିରେ ଦେଖୁନଥିଲେ ଗୁଡ଼ିଆ। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ନିଜର ୪ ବର୍ଷର ଝିଅକୁ ଅନାଥାଶ୍ରମରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଶୁବୋଧ। ହେଲେ ସେମିତି କିଛି ବ୍ୟବସ୍ଥା ହୋଇପାରିଲା ନାହିଁ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପତ୍ନୀ ଗୁଡ଼ିଆଙ୍କ ପ୍ରରୋଚନାରେ ଝିଅକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ୨ ଜଣ ମହିଳା ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ।

ଦୁଇ ମହିଳା ଦଲାଲ ଗ୍ରାହକ(ଛୁଆ କିଣିବାକୁ ରାଜି ଥିବା ଦମ୍ପତି) ଯୋଗାଡ କରିଥିଲେ। ବହୁ ଖୋଜାଖୋଜି ପରେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ରଘୁନାଥ ବେହେରା ଓ ତାଙ୍କ ପତ୍ନୀଙ୍କୁ ପାଇଥିଲେ। ଦଲାଲମାନେ ପ୍ରଥମେ ରଘୁନାଥଙ୍କୁ ଫୋନ୍‌ କରି ଝିଅ ବିକ୍ରି ସମ୍ପର୍କରେ କଥା ହୋଇଥିଲେ। ବହୁ ମୂଲଚାଲ ପରେ ୪୦ ହଜାର ଟଙ୍କାରେ ଡିଲ୍‌ ଫାଇନାଲ୍‌ ହୋଇଥିଲା। ରଘୁନାଥ ଓ ତାଙ୍କ ପତ୍ନୀ ନଗଦ ୩୫ ହଜାର ଟଙ୍କା ଏବଂ ଫୋନ୍‌ ପେ’ରେ ବାକି ୫ ହଜାର ଟଙ୍କା ଶୁବୋଧଙ୍କ ୨ୟ ପତ୍ନୀ ଗୁଡ଼ିଆଙ୍କୁ ଦେଇଥିଲେ। ତା’ପରେ ଝିଅକୁ ନେଇ ଯାଇଥିଲେ।

ସେପଟେ ଘର ମାଲିକ ଗତ ଦୁଇ ଦିନ ହେଲା ଶୁବୋଧଙ୍କ ୪ ବର୍ଷର ଝିଅକୁ ଦେଖିବାକୁ ପାଇନଥିଲେ। ତେଣୁ ସେ ଝିଅ ସମ୍ପର୍କରେ ପଚରାଉଚରା କରିଥିଲେ। ମାତ୍ର ସେ ସନ୍ତୋଷ ଜନକ ଉତ୍ତର ପାଇନଥିଲେ। ଶୁବୋଧ ଓ ତାଙ୍କ ପତ୍ନୀଙ୍କ କଥାବାର୍ତ୍ତାକୁ ନେଇ ସନ୍ଦେହ କରୁଥିଲେ ଘର ମାଲିକ। ଝିଅ ବିକ୍ରି କରାଯାଇଥିବା ନେଇ ସେ କୌଣସି ସୂତ୍ରରୁ ଖବର ପାଇଥିଲେ।

ଘର ମାଲିକ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲାର ଖୋଳତାଡ ଆରମ୍ଭ କରିଥିଲା। ପ୍ରଥମେ ଶୁବୋଧ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଗୁଡ଼ିଆକୁ ଉଠାଇ ଆଣି ପଚରାଉଚରା କରିଥିଲେ। ସବୁଠାରୁ ମଜାଦାର କଥା ହେଉଛି ୪୦ ହଜାର ଟଙ୍କାରେ ଅୟସ୍‌ କରୁଥିବା ଶୁବୋଧ ପୁଲିସ୍‌ ଆଗରେ କିଛି ଜାଣିନଥିବା କହିଥିଲେ।ଆଉ ସବୁ ଦୋଷ ପତ୍ନୀଙ୍କ ଉପରେ ଢ଼ାଳି ଦେଇଥିଲେ। ତେଣୁ ପୁଲିସ୍‌ ଗୁଡ଼ିଆଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲେ।

ଜେରା ବେଳେ ଗୁଡ଼ିଆ ସବୁ ଦୋଷ ସ୍ୱୀକାର କରିଥିଲେ। ଦୁଇ ମହିଳା ଦଲାଲଙ୍କ ନାଁ ମଧ୍ୟ କହିଥିଲେ। ତା’ପରେ ପୁଲିସ୍‌ ସେମାନଙ୍କୁ ଉଠାଇଆଣି ଜେରା କରୁଛି। ଛୁଆ ବିକ୍ରି ଅଭିଯୋଗରେ ପୁଲିସ୍‌ ଶୁବୋଧ, ତାଙ୍କ ଗୁଡ଼ିଆ; ଛୁଆ କିଣିଥିବା ରଘୁନାଥ ଓ ତାଙ୍କ ପତ୍ନୀ ଏବଂ ଦୁଇ ମହିଳା ଦଲାଲଙ୍କୁ ଜେରା କରୁଛି କମିସନରେଟ୍‌ ପୁଲିସ୍‌। ଏହି ମାମଲାରେ ଆଉ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ୍‌ କହିଛି

Related Posts

ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

ଭୁବନେଶ୍ୱର: ଏଥର ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟର ୧୧୫ଟି ସହରାଞ୍ଚଳରେ ଶତାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ। ଏଥିପାଇଁ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ,…

କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

ଭୁବନେଶ୍ୱର: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ…

Leave a Reply

Your email address will not be published. Required fields are marked *

You Missed

ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ