ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ବର୍ଷର ଝିଅ

ବଡ଼ ସହରରେ ବଡ଼ ଖବର। ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ। ଦାରିଦ୍ର୍ୟତା ପାଇଁ ନୁହେଁ, ବରଂ ପାରିବାରିକ ଗଣ୍ଡଗୋଳ ପାଇଁ ବିହାରୀ ଦମ୍ପତି ନିଜ ଝିଅକୁ ବିକ୍ରି କରିଥିବା ଅଭିଯୋଗ ହେଉଛି। ଆଉ ଏହି ପିଲା ବିକ୍ରିରେ ମଧ୍ୟସ୍ଥି ସାଜିଥିବା ଦଲାଲ୍‌ମାନେ ମାଲାମାଲ ହୋଇଥିବା ଚର୍ଚ୍ଚା ହେଉଛି। ରାଜଧାନୀ ଭୁବନେଶ୍ୱରରେ ଏପରି ଲଜ୍ଜାଜନକ ଘଟଣା ଘଟିଛି।
ପୂରା ଘଟଣା ଏମିତି। ବିହାର ରାଜ୍ୟର ଶୁବୋଧ ଶର୍ମା ଜଣେ କାଠ ମିସ୍ତ୍ରୀ। ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଗୋଟିଏ ଝିଅ ଅଛି। ତା’ର ବୟସ ପ୍ରାୟ ୪ ବର୍ଷ ହେବ। ପରବର୍ତ୍ତୀ ସମୟରେ ସେ ଗୁଡ଼ିଆ ଦେ’ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ କରିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ, ଝିଅ(ପ୍ରଥମ ସ୍ତ୍ରୀଙ୍କଠାରୁ ହୋଇଥିବା)କୁ ଓଡ଼ିଶା ପଳାଇ ଆସିଥିଲେ। ରାଜଧାନୀ ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। କାଠ କାମରୁ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର।
ହେଲେ ସଉତୁଣୀ ଝିଅକୁ ଆଡ ଆଖିରେ ଦେଖୁନଥିଲେ ଗୁଡ଼ିଆ। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ନିଜର ୪ ବର୍ଷର ଝିଅକୁ ଅନାଥାଶ୍ରମରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଶୁବୋଧ। ହେଲେ ସେମିତି କିଛି ବ୍ୟବସ୍ଥା ହୋଇପାରିଲା ନାହିଁ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପତ୍ନୀ ଗୁଡ଼ିଆଙ୍କ ପ୍ରରୋଚନାରେ ଝିଅକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ୨ ଜଣ ମହିଳା ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ।

ଦୁଇ ମହିଳା ଦଲାଲ ଗ୍ରାହକ(ଛୁଆ କିଣିବାକୁ ରାଜି ଥିବା ଦମ୍ପତି) ଯୋଗାଡ କରିଥିଲେ। ବହୁ ଖୋଜାଖୋଜି ପରେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ରଘୁନାଥ ବେହେରା ଓ ତାଙ୍କ ପତ୍ନୀଙ୍କୁ ପାଇଥିଲେ। ଦଲାଲମାନେ ପ୍ରଥମେ ରଘୁନାଥଙ୍କୁ ଫୋନ୍‌ କରି ଝିଅ ବିକ୍ରି ସମ୍ପର୍କରେ କଥା ହୋଇଥିଲେ। ବହୁ ମୂଲଚାଲ ପରେ ୪୦ ହଜାର ଟଙ୍କାରେ ଡିଲ୍‌ ଫାଇନାଲ୍‌ ହୋଇଥିଲା। ରଘୁନାଥ ଓ ତାଙ୍କ ପତ୍ନୀ ନଗଦ ୩୫ ହଜାର ଟଙ୍କା ଏବଂ ଫୋନ୍‌ ପେ’ରେ ବାକି ୫ ହଜାର ଟଙ୍କା ଶୁବୋଧଙ୍କ ୨ୟ ପତ୍ନୀ ଗୁଡ଼ିଆଙ୍କୁ ଦେଇଥିଲେ। ତା’ପରେ ଝିଅକୁ ନେଇ ଯାଇଥିଲେ।

ସେପଟେ ଘର ମାଲିକ ଗତ ଦୁଇ ଦିନ ହେଲା ଶୁବୋଧଙ୍କ ୪ ବର୍ଷର ଝିଅକୁ ଦେଖିବାକୁ ପାଇନଥିଲେ। ତେଣୁ ସେ ଝିଅ ସମ୍ପର୍କରେ ପଚରାଉଚରା କରିଥିଲେ। ମାତ୍ର ସେ ସନ୍ତୋଷ ଜନକ ଉତ୍ତର ପାଇନଥିଲେ। ଶୁବୋଧ ଓ ତାଙ୍କ ପତ୍ନୀଙ୍କ କଥାବାର୍ତ୍ତାକୁ ନେଇ ସନ୍ଦେହ କରୁଥିଲେ ଘର ମାଲିକ। ଝିଅ ବିକ୍ରି କରାଯାଇଥିବା ନେଇ ସେ କୌଣସି ସୂତ୍ରରୁ ଖବର ପାଇଥିଲେ।

ଘର ମାଲିକ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲାର ଖୋଳତାଡ ଆରମ୍ଭ କରିଥିଲା। ପ୍ରଥମେ ଶୁବୋଧ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଗୁଡ଼ିଆକୁ ଉଠାଇ ଆଣି ପଚରାଉଚରା କରିଥିଲେ। ସବୁଠାରୁ ମଜାଦାର କଥା ହେଉଛି ୪୦ ହଜାର ଟଙ୍କାରେ ଅୟସ୍‌ କରୁଥିବା ଶୁବୋଧ ପୁଲିସ୍‌ ଆଗରେ କିଛି ଜାଣିନଥିବା କହିଥିଲେ।ଆଉ ସବୁ ଦୋଷ ପତ୍ନୀଙ୍କ ଉପରେ ଢ଼ାଳି ଦେଇଥିଲେ। ତେଣୁ ପୁଲିସ୍‌ ଗୁଡ଼ିଆଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲେ।

ଜେରା ବେଳେ ଗୁଡ଼ିଆ ସବୁ ଦୋଷ ସ୍ୱୀକାର କରିଥିଲେ। ଦୁଇ ମହିଳା ଦଲାଲଙ୍କ ନାଁ ମଧ୍ୟ କହିଥିଲେ। ତା’ପରେ ପୁଲିସ୍‌ ସେମାନଙ୍କୁ ଉଠାଇଆଣି ଜେରା କରୁଛି। ଛୁଆ ବିକ୍ରି ଅଭିଯୋଗରେ ପୁଲିସ୍‌ ଶୁବୋଧ, ତାଙ୍କ ଗୁଡ଼ିଆ; ଛୁଆ କିଣିଥିବା ରଘୁନାଥ ଓ ତାଙ୍କ ପତ୍ନୀ ଏବଂ ଦୁଇ ମହିଳା ଦଲାଲଙ୍କୁ ଜେରା କରୁଛି କମିସନରେଟ୍‌ ପୁଲିସ୍‌। ଏହି ମାମଲାରେ ଆଉ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ୍‌ କହିଛି

Related Posts

ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

Continue reading
ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ