ରାଜନାଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ଲୋକସଭାରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ। ମଙ୍ଗଳବାର ବେଣୁଗୋପାଳ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଗୃହ ପରିଚାଳନା ନିୟମ ୨୨୩ ଅନୁଯାୟୀ ରାଜନାଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରକ୍ରିୟା ଆଗତ କରିବାକୁ ନିବେଦନ କରିଛନ୍ତି। ପାକିସ୍ତାନ ବିରୋଧୀ ସାମରିକ ଅଭିଯାନ ଅପରେସନ ସିନ୍ଦୂର ସମୟରେ ରାଜନାଥ ଗୃହରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଥିବାରୁ ଏହି ସ୍ବାଧିକାର ଭଙ୍ଗ ନୋଟିସ ଆଗତ କରାଯାଇଛି। ଗତବର୍ଷ ସଂସଦରେ ଅପରେସନ ସିନ୍ଦୂର ସମ୍ପର୍କିତ ଆଲୋଚନା​‌େ​‌ବଳେ ରାଜନାଥ କହିଥିଲେ ଯେ ଏହି ସାମରିକ ଅଭିଯାନରେ ଭାରତର କୌଣସି ଯବାନ ସହିଦ ହୋଇ ନାହାନ୍ତି। ମାତ୍ର ନିକଟରେ ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଭାରତୀୟ ଯବାନଙ୍କ ନାମ ଓ ପରିଚୟ ପ୍ରକାଶ କରାଯାଇଥିଲା। ସରକାର ସାର୍ବଜନୀନ କରିଥିବା ତଥ୍ୟ ଅନୁଯାୟୀ ଏହି ଅପରେସନରେ ୬ ଜଣ ସୈନ୍ୟ (୫ ଜଣ ସେନା ଏବଂ ଜଣେ ବାୟୁସେନା କର୍ମଚାରୀ) ସହିଦ ହୋଇଛନ୍ତି। ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ଏହି ସହିଦଙ୍କ ନାମ ଖୋଦିତ ହେବା ପରେ ସମ୍ପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ସଂସଦରେ ଭୁଲ୍ ତଥ୍ୟ ଦେବା କିମ୍ବା ସୂଚନା ଲୁଚାଇବା ସଂସଦର ଅବମାନନା ଏବଂ ସ୍ୱାଧିକାର ଭଙ୍ଗ ବୋଲି ବେଣୁଗୋପାଳ ଦର୍ଶାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ସୋସିଆଲ ମିଡିଆରେ କିଛି ପୋଷ୍ଟ ରାଜନାଥଙ୍କ ଭାଷଣର ଗୋଟିଏ ଅଂଶକୁ ଭୁଲ୍ ଭାବେ ଉପସ୍ଥାପନ କରୁଛନ୍ତି। ଦେଶ ନିଜ ସହିଦମାନଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଜଣାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୨୫ ଏପ୍ରିଲ ୨୨ରେ ଜାମ୍ମୁ-କାଶ୍ମୀରର ପହଲଗାଓଁଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ ମେ ୭ରେ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ସହିଦ ଯବାନମାନେ ହେଲେ ସୁବେଦାର ପୱନ କୁମାର, ରାଇଫଲମ୍ୟାନ ସୁନୀଲ କୁମାର (ବୀର ଚକ୍ର), ଲାନ୍ସ ନାଏକ ଦିନେଶ କୁମାର, ଆଭିଏସନ୍‌ ଟେକ୍ନିସିୟାନ ମୁରଲୀ ନାଏକ, ହାବିଲଦାର ସୁନୀଲ କୁମାର ସିଂହ ଓ ବାୟୁସେନାର ସର୍ଜେଣ୍ଟ ସୁରେନ୍ଦ୍ର କୁମାର (ବାୟୁ ମେଡାଲ)।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ