ରାଜନୀତି ଛାଡିବା ପାଇଁ ଲାଲୁଙ୍କ ଝିଅ ରୋହିଣୀଙ୍କ ଘୋଷଣା

ନୂଆଦିଲ୍ଲୀ: ବିହାର ନିର୍ବାଚନ ଏଥର ଲାଲୁ ପରିବାରକୁ ଦୁଃଖ ଦେଇଛି। ପୂର୍ବରୁ ନିର୍ବାଚନ ସିଟ୍ ସଂଖ୍ୟା ହ୍ରାସ ପାଇଥିଲା ଆଉ ଏବେ ପରିବାର ଭାଙ୍ଗୁଥିବା ନଜର ଆସୁଛି। ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ମଧ୍ୟରେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ରାଜନୀତି ଓ ପରିବାର ଉଭୟ ଛାଡିବା ପାଇଁ ଘୋଷଣା କରିଦେଇଛନ୍ତି। ସୂଚନାଯୋଗ୍ୟ ରୋହିଣୀ ନିଜ ପିତାଙ୍କୁ କିଡନୀ ଦେଇଥିଲେ। ଏକ୍ସରେ ଲେଖିଥିବା ପୋଷ୍ଟରେ ରୋହିଣୀ ଆଚାର୍ୟ୍ୟ ଏହା ଘୋଷଣା କରିଥିଲେ। କହିରଖୁଛୁ ନିର୍ବାଚନର କିଛି ସମୟ ପୂର୍ବରୁ ଲାଲୁ ନିଜ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ପାର୍ଟି ଓ ପରିବାରରୁ ବେଦଖଲ କରିଥିଲେ।

ରୋହିଣୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ସଞ୍ଜୟ ଯାଦବଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି। ସେ ଲେଖିଛନ୍ତି ଯେ ସଞ୍ଜୟ ଯାଦବ ଓ ରମିଜ ତାଙ୍କୁ ଏମିତି କରିବା ପାଇଁ କହିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ସବୁ ଅଭିଯୋଗ ନିଜ ଉପରକୁ ନେଉଛି। ଆଶ୍ଚର୍ୟ୍ୟଜନକ କଥା ହେଉଛି ରୋହିଣୀ ପୂର୍ବରୁ କେବଳ ରାଜନୀତି ଛାଡିବା କଥା ଲେଖିଥିଲେ। କିନ୍ତୁ ପରେ ସେ ଏହାକୁ ଏଡିଟ୍ କରି ସଞ୍ଜୟ ଯାଦବ ଓ ରମିଜଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। କହିରଖୁଛୁ ରୋହିଣୀଙ୍କ ସଞ୍ଜୟ ଯାଦବଙ୍କ ସହ ତିକ୍ତତା ଚାଲିଥିଲା। ଏହି ତିକ୍ତତା ବିହାର ଅଧିକାର ଯାତ୍ରାରେ ସ୍ପଷ୍ଟ ନଜର ଆସୁଛି। ପୂର୍ବରୁ ମଧ୍ୟ ରୋହିଣୀ ସେପ୍ଟେମ୍ବରରେ ଏକ୍ସରେ ପରିବାର ସମ୍ପର୍କରେ ଲେଖିଥିଲେ ଯେ ‘ମୁଁ ଝିଅ ଓ ଭଉଣୀ ରୂପେ ନିଜ କର୍ତ୍ତବ୍ୟ ଏବଂ ଧର୍ମ ପାଳନ କରିବି। ମୋତେ କୌଣସି ପଦ ପଦବୀର ଲାଳସା ନାହିଁ କିମ୍ବା ରାଜନୈତିକ ଇଛା ମଧ୍ୟ ନାହିଁ। ମୋ ପାଇଁ ମୋ ଆତ୍ମସମ୍ମାନ ସବୁକିଛି।’ ତେବେ ଗତକାଲି ନିର୍ବାଚନ ଫଳାଫଳ ଆସିବା ପରେ ସେ ରାଜନୀତି ଓ ପରିବାରଠୁ ଦୂରେଇ ରହିବାକୁ ଚାହିଁଛନ୍ତି।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ