ରାଜମହଲ ଛକରେ ଉଦ୍ଘାଟିତ ହେଲା ବିଏମସିର RRR କେନ୍ଦ୍ର

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ରାଜମହଲଛରେ ଖୋଲିଲା ଆଉ ଏକ ଥ୍ରୀ ଆର୍ ସେଣ୍ଟର (RRR) ବା ରିଡ୍ୟୁସ୍, ରିସାଇକେଲ ଆଣ୍ଡ ରିୟୁଜ୍ (Reduce, Recycle and Reuse) କେନ୍ଦ୍ର । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଓ୍ୱାର୍କ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ବେହେରା, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଆସିଆ ବେଗମ୍, ଟିମ୍ ବିଏମ୍ ସି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ନୂତନ କେନ୍ଦ୍ରକୁ ମିଶାଇ ଭୁବନେଶ୍ୱରରେ ସମୁଦାୟ 6 ଗୋଟି ଥ୍ରୀ ଆର୍ କେନ୍ଦ୍ର ଖୋଲାଯାଇଛି । ପ୍ରତି ଜୋନରେ 2 ଲେଖାଏଁ ଥ୍ରୀ ଆର୍ କେନ୍ଦ୍ର ରହିଛି । ଇଷ୍ଟ ଜୋନରେ ଫିଡ୍ ବ୍ୟାକ୍ ଦୁଇଟି କେନ୍ଦ୍ରକୁ ପରିଚାଳନା କରୁଥିବା ବେଳେ ଓ୍ୱେଷ୍ଟ ଜୋନରେ ବିକାଶ ଏବଂ ନର୍ଥ ଜୋନରେ ବେସିକ୍ସ ଏହି କେନ୍ଦ୍ରଗୁଡିକୁ ପରିଚାଳନା କରୁଛନ୍ତି । ଏହି କେନ୍ଦ୍ରଗୁଡିକୁ ଜିନିଷ ପରିବହନ କରିବା ପାଇଁ ପ୍ରତି ଜୋନକୁ ଗୋଟିଏ ଲେଖାଏଁ ଗାଡି ବିଏମ୍ ସି ଯୋଗାଇ ଦେଇଛି । ଏହି କେନ୍ଦ୍ରରେ ପୁନଃ ଉପଯୋଗୀ ଜିନିଷ ଯଥା-ଖେଳନା, ଲୁଗାପଟା ଓ ପ୍ୟାଣ୍ଟ ସାର୍ଟ, ବହି, ଚପଲ, ଫର୍ଣ୍ଣିଚର, ଟିଭି, ଫ୍ୟାନ୍, ଷ୍ଟେନଲେସ୍ ଷ୍ଟିଲ୍ ବାସନକୁସନ ସହ ଘରେ ଯାହା ପୁନଃ ବ୍ୟବହାର ହୋଇପାରିବ ସେ ସବୁ ଜିନିଷ ଏହି ସବୁ କେନ୍ଦ୍ରରେ ସଂଗ୍ରହ କରାଯାଉଛି । “ଥିଲେ ଦିଅ, ନଥିଲେ ନିଅ”, ନାରା ଦେଇଥିବା ବିଏମ୍ ସିର ଏହି ଥ୍ରୀ ଆର୍ କେନ୍ଦ୍ରରେ ଲୋକମାନେ ସ୍ୱତଃପ୍ରବୃତଭାବେ ସେମାନଙ୍କର ବ୍ୟବହାର ହେଉନଥିବା ଜିନିଷ ଆଣି ଦେଉଛନ୍ତି । ଫଳରେ ସେହି ସବୁ ଜିନିଷର ବିଭିନ୍ନ ପଦ୍ଧତିରେ ପୁନଃ ଚକ୍ରଣ କରି, ସେଗୁଡିକୁ ପୁନଃ ବ୍ୟବହାର ଉପଯୋଗୀ କରାଯାଉଛି । ଯେଉଁମାନଙ୍କର ନାହିଁ, ସେମାନଙ୍କୁ ପ୍ରଦାନ କରାଯାଉଛି । ଯେଉଁମାନଙ୍କର ପୁନଃ ଉପଯୋଗୀ ଜିନିଷ ବ୍ୟବହୃତ ହେଉନାହିଁ, ସେଗୁଡିକୁ ଏହି ଥ୍ରୀ ଆର୍ କେନ୍ଦ୍ରରେ ଦେବା ପାଇଁ ବିଏମ୍ ସି ପକ୍ଷରୁ ଅନୁରୋଧ କରାଯାଇଛି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ