ରାଜ୍ୟରେ ପ୍ରଥମ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ୨ରେ ଏଣ୍ଡୋବ୍ରୋଙ୍କିଆଲ୍ ଅଲ୍‌ଟ୍ରାସାଉଣ୍ଡ

ଭୁବନେଶ୍ୱର : ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨, ଫୁଲନଖରା । ରାଜ୍ୟରେ ପ୍ରଥମ ଥର ପାଇଁ ସମ ହସ୍ପିଟାଲ-୨ରେ ଏଣ୍ଡୋବ୍ରୋଙ୍କିଆଲ୍ ଅଲ୍‌ଟ୍ରାସାଉଣ୍ଡ (ଇବିୟୁଏସ)- ଗାଇଡେଡ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଫୁସ୍‌ଫୁସ୍‌ରେ ସୃଷ୍ଟି ହୋଇଥିବା କ୍ଷତ ସ୍ଥାନର ମାଂସ ପରୀକ୍ଷା ପାଇଁ କଢ଼ାଯାଇଛି ।

ଜଣେ ୭୫ ବର୍ଷୀୟା ବୃଦ୍ଧା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ କଫ ଏବଂ ହେମୋପଟାଇସିସ ଭଳି ସମସ୍ୟାରେ ୨ ମାସ ହେବ ପୀଡ଼ିତ ଥିଲେ । ଛାତିରେ ସିଟି ସ୍କାନ୍ ଦ୍ୱାରା ବାମ ପଟ ଫୁସଫୁସରେ ଏକ କ୍ଷତ ଥିବା ଜଣାପଡ଼ିଥିଲା । ଚିରାଚରିତ ବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସାରେ ସମସ୍ୟା ଉପୁଜୁଥିବା ବେଳେ ଏହି ଅତ୍ୟାଧୁନିକ ରାଡିଏଲ୍ ଇବିୟୁଏସ ଏବଂ କ୍ରାୟୋବାୟୋପ୍ସି ଦ୍ୱାରା ଡାକ୍ତରୀ ଟିମ ଉଚ୍ଚମାନର ଟିସ୍ୟୁ ନମୂନା ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ।

ପରବର୍ତୀ ସମୟରେ ହିଷ୍ଟୋପାଥୋଲଜି ଦ୍ୱାରା ଏହି କ୍ଷତ ଟ୍ୟୁବରକ୍ୟୁଲାର ଥିବାର ଜଣାପଡ଼ିବା ସହ ଉପଯୁକ୍ତ ଚିକିତ୍ସାର ରାସ୍ତା ବାହାରିପାରିଥିଲା । ଏହି ପ୍ରକ୍ରିୟାରେ ପଲମୋନାରୀ ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ୱଦେଶ କୁମାର ମହାନ୍ତି ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ଡାକ୍ତର ରଚିତା ମହାନ୍ତି ଏବଂ ଡାକ୍ତର ସୂର୍ଯ୍ୟ ଶଙ୍କର ମେହେର ଓ ଆନେସ୍‌ଥେସିଆ ବିଭାଗ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା ।

ଏହା କେବଳ ଏକ ଡାକ୍ତରୀ ସଫଳତା ନୁହେଁ ବରଂ ଆନ୍ତର୍ଜାତିକ ପଲମୋନାରୀ ମେଡିସିନ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଡାକ୍ତର ମହାନ୍ତି କହିଛନ୍ତି । ଏହି ପଦ୍ଧତି ଦ୍ୱାରା ଫୁସଫୁସର ଗଭୀରତମ ସ୍ଥାନରେ ଥିବା କ୍ଷତ ନିକଟରେ ପହଂଚିପାରିବା ସହ ଏହାର ନମୂନା ସଂଗ୍ରହ କରିବାରେ ମଧ୍ୟ ସମ୍ଭବ ହୋଇପାରୁଥିବା ଡାକ୍ତର ମହାନ୍ତି କହିଛନ୍ତି । ଏହି ସଫଳତା ଦ୍ୱାରା ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ ଫୁସଫୁସ ସମସ୍ୟାର ଚିକିତ୍ସା ନିମନ୍ତେ ଏଭଳି ଉନ୍ନତ ଅତ୍ୟାଧୁନିକ ଚିକିତ୍ସା ଓ ପରୀକ୍ଷଣ ପ୍ରକ୍ରିୟା ଆପଣେଇବାରେ ଭାରତର ହାତଗଣତି କେନ୍ଦ୍ରଗୁଡ଼ିକ ସହ ଯୋଡ଼ି ହୋଇପାରିଥିବା ଡାକ୍ତର ମହାନ୍ତି କହିଛନ୍ତି

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ