ରାଜ୍ୟରେ ସରକାରୀ ଯୋଜନାର ତ୍ୱରିତ ଓ ସଠିକ୍ ମୂଲ୍ୟାଙ୍କନ ପାଇଁ ‘ରାପିଡ୍ ସର୍ଭେ ବେସଡ୍ ଆସେସମେଣ୍ଟ’ କରିବାକୁ ନିଷ୍ପତ୍ତିି

ଭୁବନେଶ୍ୱର: ରାଜ୍ୟର ବିଜେପି ସରକାର ନିଜର ଦୁଇବର୍ଷ ପୂର୍ତ୍ତି ମଧ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ୟ୍ୟକ୍ରମଗୁଡ଼ିକର ବାସ୍ତବ ସ୍ଥିତି ଓ ଲୋକଙ୍କ ପ୍ରତିକ୍ରିୟା ପରଖିବା ନିମନ୍ତେ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଜାରି ରହିଥିବା ଗୁରୁତ୍ୱପୂର୍ଣ୍ଣ ନୂଆ ଓ ପୁରୁଣା ସରକାରୀ ଯୋଜନାଗୁଡ଼ିକର ତ୍ୱରିତ ଓ ସଠିକ୍ ମୂଲ୍ୟାଙ୍କନ ପାଇଁ ସରକାର ‘ରାପିଡ୍ ସର୍ଭେ ବେସଡ୍ ଆସେସମେଣ୍ଟ’ କରିବାକୁ ନିଷ୍ପତ୍ତିି ନେଇଛନ୍ତି।

ଯୋଜନାଗୁଡ଼ିକର ପୂର୍ଣ୍ଣାଙ୍ଗ ତୃତୀୟପକ୍ଷ ସମୀକ୍ଷା(ଥାର୍ଡ ପାର୍ଟି ଅଡିଟ୍‌) ପାଇଁ ଅଧିକ ସମୟ ଲାଗୁଥିବାରୁ ପ୍ରଚଳିତ ଯୋଜନାଗୁଡ଼ିକରେ ତୁରନ୍ତ ଆବଶ୍ୟକୀୟ ସଂଶୋଧନ କରିବା, କାର୍ୟ୍ୟକାରିତାରେ ଥିବା ସମସ୍ୟାକୁ ଦୂର କରିବା ଓ ପ୍ରଶାସନିକ ନିଷ୍ପତ୍ତିକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଏହି ରାପିଡ୍ ସର୍ଭେ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ୭ଟି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓ ବିଶେଷଜ୍ଞ ପରାମର୍ଶଦାତା ସଂସ୍ଥାକୁ ମନୋନୀତ କରି ସେମାନଙ୍କୁ ତାଲିକାଭୁକ୍ତ କରିଛନ୍ତି। ଯାହାଫଳରେ ତୁରନ୍ତ ବା ୪ମାସ ସୁଦ୍ଧା ‘ଫିଡବ୍ୟାକ୍‌’ ମିଳିପାରିବ ବୋଲି ସରକାର ସମୟସୀମା ଧାର୍ୟ୍ୟ କରିଥିବା ଜଣାପଡ଼ିଛି।

ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁସାରେ, ୭ଟି ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି), ଉତ୍କଳ ବିଶ୍ୱବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର, ନାଇଜର ଭୁବନେଶ୍ୱର, ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ, ନାବାର୍ଡ କନସଲଟାନ୍ସି ସର୍ଭିସେସ ଓ ଏନଆଇଟି ରାଉରକେଲା ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ ବିଭିନ୍ନ ପ୍ରଶାସନିକ ବିଭାଗର ପୁରୁଣା ଓ ନୂଆ ଯୋଜନାର ଗୁଣାତ୍ମକ ମାନ, ପରିଚାଳନାଗତ ତ୍ରୁଟି ଓ ହିତାଧିକାରୀଙ୍କ ପ୍ରତ୍ୟକ୍ଷ ମତାମତ ଉପରେ କ୍ଷେତ୍ରସ୍ତରର ସର୍ଭେ କରିବେ।

ଏହି ସର୍ଭେ ପ୍ରକ୍ରିୟାଟି ସମସ୍ତ ଜିଲ୍ଲା କିମ୍ବା ସବୁ ପରିବାରରେ କରାଯିବ ନାହିଁ ବରଂ ଏହା ସମ୍ପୂର୍ଣ୍ଣ ରୂପେ ଏକ ସାମ୍ପଲ୍ ବେସଡ୍ ବା ନମୁନାଭିତ୍ତିକ ସର୍ଭେ ହେବ। ସମ୍ପୃକ୍ତ ଯୋଜନାର ଆକାର ଓ ହିତାଧିକାରୀଙ୍କ ସଂଖ୍ୟାକୁ ଆଧାର କରି ନିର୍ଦ୍ଦିଷ୍ଟ ପରିବାରଗୁଡ଼ିକୁ ଚୟନ କରାଯିବ। ଏହି ସମଗ୍ର ସର୍ଭେ କାର୍ୟ୍ୟକୁ ସର୍ବାଧିକ ୪ ମାସ ବା ୧୬ସପ୍ତାହ ମଧ୍ୟରେ ଶେଷ କରିବାକୁ ସମୟସୀମା ଧାର୍ୟ୍ୟ ହୋଇଛି। ଯେଉଁଥିରେ ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ସର୍ଭେର ରୂପରେଖ ଓ ଟୁଲ୍ସ ପ୍ରସ୍ତୁତ ହେବ, ୩ ରୁ ୬ ସପ୍ତାହ ମଧ୍ୟରେ କ୍ଷେତ୍ର ପରିଦର୍ଶନ ଓ ତଥ୍ୟ ସଂଗ୍ରହ କରାଯିବ, ୭ ରୁ ୧୦ସପ୍ତାହ ମଧ୍ୟରେ ଡାଟା ବିଶ୍ଳେଷଣ ହେବ। ଆଉ ଶେଷ ୧୧ରୁ ୧୬ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ଚିଠା ଓ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ।

ପ୍ରଶାସନିକ ବିଭାଗଗୁଡ଼ିକ ଏହି ସର୍ଭେ ରିପୋର୍ଟ ପାଇବା ପରେ ସେଥିରେ ଥିବା ସୁପାରିଶ ଆଧାରରେ ଯୋଜନାରେ ସଂଶୋଧନ କରିବେ ଓ ଏକ ‘ଆକ୍ସନ ଟେକେନ ରିପୋର୍ଟ’ ଅର୍ଥ ବିଭାଗକୁ ମଧ୍ୟ ପ୍ରଦାନ କରିବେ। ଯଦି କୌଣସି ବୈଷୟିକ ବା ପ୍ରଶାସନିକ କାରଣରୁ କୌଣସି ସୁପାରିଶ କାର୍ୟ୍ୟକାରୀ ହୋଇପାରିବ ନାହିଁ, ତେବେ ତା’ର ସ୍ପଷ୍ଟୀକରଣ ମଧ୍ୟ ବିଭାଗଗୁଡ଼ିକୁ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ଏହି ସର୍ଭେ କାର୍ୟ୍ୟକୁ ସ୍ୱଚ୍ଛ ଓ ଆଧୁନିକ କରିବା ପାଇଁ ‘କୋବୋ ଟୁଲବକ୍ସ’ ଓ କମ୍ପ୍ୟୁଟର ଆସିଷ୍ଟେଡ୍ ପର୍ସନାଲ ଇଣ୍ଟରଭ୍ୟୁଙ୍ଗ୍ ସଫ୍ଟୱେର ମାଧ୍ୟମରେ ସଂଗୃହୀତ ତଥ୍ୟର ରିୟଲ-ଟାଇମ୍ ବିଶ୍ଳେଷଣ କରାଯିବ। ପ୍ରତ୍ୟେକ ସଂସ୍ଥାର ବିଶେଷଜ୍ଞ ଟିମରେ ପ୍ରୋଜେକ୍ଟ ମ୍ୟାନେଜର, ଡୋମେନ୍ ଏକ୍ସପର୍ଟ, ଡାଟା ଆନାଲିସିସ ଏକ୍ସପର୍ଟ ଓ ଅଭିଜ୍ଞ ଫିଲ୍ଡ ଷ୍ଟାଫ୍ ରହିବେ। କୌଣସି ସଂସ୍ଥା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନକଲେ ଅବା ଗୁଣାତ୍ମକ ମାନ ବଜାୟ ରଖିବାରେ ବିଫଳ ହେଲେ, ତାକୁ ଭବିଷ୍ୟତ କାର୍ୟ୍ୟରୁ ବାଦ୍ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିଭାଗୀୟ ମୂଲ୍ୟାଙ୍କନ(ରିପୋର୍ଟ କାର୍ଡ) ସହିତ ଅର୍ଥ ବିଭାଗର ଏହି ବୈଜ୍ଞାନିକ ସର୍ଭେ ପଦ୍ଧତି ରାଜ୍ୟର ସରକାରୀ ଯୋଜନାଗୁଡ଼ିକୁ ଅଧିକ ସ୍ୱଚ୍ଛ ଓ ସିଧାସଳଖ ଲୋକଙ୍କ ପାଇଁ ଫଳପ୍ରଦ କରିବାରେ ବେଶ ସହାୟକ ହେବ ବୋଲି କୁହାଯାଉଛି।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ