ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ଉଦଯାପିତ

ଭୁବନେଶ୍ବର : ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଛନ୍ତି । ସେହିପରି ଅନ୍ୟତମ ବିଶିଷ୍ଟ ଅତିଥି ଭାବେ, ଭୁବନେଶ୍ବର ମେଏର ଶ୍ରୀମତୀ ସୁଲୋଚନା ଦାସ, ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଡ଼କ୍ଟର ଏନ୍. ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ, ରାଜ୍ୟ ଶିକ୍ଷା ଗବେଷଣ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ୟୁନିଟ୍-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲରେ ତିନିଦିନି ବ୍ୟାପୀ ଚାଲିଥିବା ଏହି କାର୍ୟ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ଉତ୍ସବର ସଫଳତାକୁ ନେଇ ବିଭାଗୀୟ ମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ସେ ଉଦବୋଧନ ଦେଇ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଭୟ ସହଯୋଗିତା ଓ ପ୍ରତିଯୋଗିତାମୂଳକ ମନୋଭାବ ରହିବା ଉଚିତ୍ । ପାଠ ପଢ଼ିବା ସହିତ ଖେଳକୁଦ, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ ଆଦି ପ୍ରତି ରୁଚି ରହିଲେ ଛାତ୍ରଛାତ୍ରୀମାନଙ୍କର ସମାଗ୍ରିକ ବିକାଶ ଘଟିଥାଏ ଏବଂ ସୁରଭି ସେହି ପ୍ରତିଭାର ପରିସ୍ଫୁଟନର ଏକ ଉପଯୁକ୍ତ ମାଧ୍ୟମ । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସମସ୍ତଙ୍କ ମଧ୍ୟରେ ବିଶ୍ୱ ବିଷୟରେ ଜାଣିବା ପାଇଁ ଆଗ୍ରହ ସୃଷ୍ଟିହେବା ଉଚିତ୍ । ଶିକ୍ଷା ବ୍ୟବସ୍ଥାରେ ନୂତନ ପ୍ରଯୁକ୍ତିବିଦ୍ୟାକୁ ସ୍ଥାନ ଦେଇ ଆମକୁ ସବୁ ଦିଗରୁ ସ୍ୱୟଂସଂପୂର୍ଣ୍ଣ ହେବାକୁ ପଡ଼ିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥିସହ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷକମାନଙ୍କୁ ପ୍ରାଧାନ୍ୟ ଦେଇଥିଲେ ଏବଂ ବ୍ୟକ୍ତି ନିର୍ମାଣରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ଭୁବନେଶ୍ବର ମେଏର ସୁଲୋଚନା ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲେ । ସେ କହିଛନ୍ତି, ରାଜ୍ୟର କୋଣ ଅନୁକୋଣର ଛାତ୍ରଛାତ୍ରୀ ସୁରଭି କାର୍ୟ୍ୟକ୍ରମକୁ ଅପେକ୍ଷା କରିଥାଆନ୍ତି । ଏହି କାର୍ୟ୍ୟକ୍ରମ ସେମାନଙ୍କର କୁଶଳତା ଦେଖାଇବାର ମଞ୍ଚ । ଏଥିସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଆଗାମୀ ସୁରଭି ମହୋତ୍ସବରେ ଏହିପରି ଉତ୍ସାହିତ ଭାବେ ଯୋଗ ଦେବାକୁ ଆହ୍ବାନ କରିଥିଲେ । ନିଜ ଭିତରେ ଥିବା ପ୍ରତିଭାକୁ ଆଗେଇ ନେଇ, ଏହାକୁ ମାର୍ଜିତ କରି ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ।

ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରାୟ ୧୭୦ପିଲା ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରି ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ଦଶମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସରଳୀକୃତ ଓ ସଂକ୍ଷିପ୍ତ ପୁସ୍ତକର ଉନ୍ମୋଚନ କରାଯାଇଛି । ପାଞ୍ଚଟି ବିଭାଗ ଯଥା- ହିନ୍ଦୀ, ଇଂରାଜୀ, ସଂସ୍କୃତ, ଜୀବ ବିଜ୍ଞାନ ଓ ଭୌତିକ ବିଜ୍ଞାନ ପୁସ୍ତକକୁ ଅତିଥିବୃନ୍ଦ ଉନ୍ମୋଚିତ କରିଛନ୍ତି । ଚଳିତ ସୁରଭି ମହୋତ୍ସବରେ ୨୫ ଟି ଷ୍ଟଲ ଖୋଲାଯାଇଥିଲା । ଏହି ଷ୍ଟଲଗୁଡିକରେ ନିପୁଣ ଓଡ଼ିଶା, ମୌଳିକ ସଂଖ୍ୟାଜ୍ଞାନ, ଜାତୀୟ ଶିକ୍ଷା ନୀତି ୨୦୨୦, ଶିଶୁ ବାଟିକା, ପିଏମ-ପୋଷଣ, ଆଦର୍ଶ ବିଦ୍ୟାଳୟ, ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ୟ୍ୟକ୍ରମ ଆଦି ସ୍ଥାନିତ ହୋଇଛି । ଏହିସବୁ ଷ୍ଟଲଗୁଡିକୁ ଅତିଥିମାନେ ବୁଲି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ, ତିନିଦିନ ବ୍ୟାପୀ ଚାଲିଥିବା ଶିଶୁ ମହୋତ୍ସବରେ ଅନେକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ମହୋତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲା ଛାୟା ମିଳିତ ଜାତିସଂଘ । ଏଥିସହ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ପାଇଁ “ମିଟ୍ ଦ ପର୍ସନାଲିଟି” ର ଆୟୋଜନ କରାଯାଇଥିଲା । ଏଥିସହ ଚଳିତ ବର୍ଷ “ସୁରଭି ସମ୍ବାଦ” ସାଜିଥିଲା ଲୋକସମ୍ପର୍କର ମାଧ୍ୟମ । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଉଭୟ ସମ୍ବାଦପତ୍ର ଓ ସ୍ବତନ୍ତ୍ର ବୁଲେଟିନର ଆୟୋଜନ କରାଯାଇଥିଲା । ଏଥିସହ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଐତିହାସିକ ସ୍ଥାନ ପରିଦର୍ଶନରେ ନିଆଯାଇଥିଲା ।

ଚଳିତ ବର୍ଷ ୨୦୨୫ ମସିହାରେ ‘ସୁରଭି’ କାର୍ୟକ୍ରମରେ – “ ନିପୁଣ ଓଡ଼ିଶା-ନିପୁଣ ଭାରତ” କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟ ଓ କ୍ଲଷ୍ଟରସ୍ତରରେ ଭାଗନେବାର ସୁଯୋଗ ଦିଆଯାଇଛି । ଚଳିତ ବର୍ଷ ରାଜ୍ୟସ୍ତରୀୟ ‘ସୁରଭି’ କାର୍ୟ୍ୟକ୍ରମରେ ପ୍ରାୟତଃ ୨୪୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୦୦୦ରୁ ଊର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଛନ୍ତି ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ