ଭୁବନେଶ୍ବର,10/10:ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ ଦିଆଯିବ । ସ୍ୱଚ୍ଛ ଓଡ଼ିଶା ଯୋଜନା ପାଇଁ ୧୬୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଡିଶା ଇଏସ୍ଆଇ ଡାକ୍ତରଖାନା ଟେକ୍ନସିଆନ୍ ଟେକ୍ନିସିଆନ୍ ସେମା ନିୟମ-୨୦୨୫କୁ କ୍ୟାବିନେଟ୍ରେ ମଂଜୁରୀ। ରାଜ୍ୟରେ ଅଧିକ ଆର୍ଥିକ ପ୍ରଗତି ପାଇଁ ମହିଳାମାନଙ୍କ ପାଇଁ ଅଂଶଗ୍ରହଣ ସୁଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି ।ଏହା ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସାହାଯ୍ୟ କରିବ । ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ୨୦୨୫-୨୬କୁ ଅନୁମୋଦନ ପ୍ରଦାନ । ଚଳିତ ଖରିଫ ବିପଣନ ବର୍ଷ ପାଇଁ ଧାନ ସଂଗ୍ରହ ଚଳିତ ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୨୬ ସେପ୍ଟେମ୍ବର ୩୦ରେ ଶେଷ ହେବ। ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ କିଣାଯିବ। କେବଳ ପଂଜୀକୃତ ଚାଷୀମାନଙ୍କ ଠାରୁ ଧାନ କିଣାଯିବ। ଓଡ଼ିଶା ଜନ୍ମ ମୃତ୍ୟୁ ପଞ୍ଜୀକରଣ ୨୦୨୫ ଆଇନକୁ ମିଳିଲା ମଞ୍ଜୁରୀ । ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ସମ୍ପ୍ରସାରିତ କରାଯିବ । ୨୦୨୫-୩୦ ବର୍ଷ ପର୍ଯ୍ୟନ୍ତ ୧୪୩୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୧,୨୩,୪୮୮ ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ଲକ୍ଷ୍ୟ ରଖାଯାଇଛି । ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ୧୯,୯୪୧ କୋଟି ମଞ୍ଜୁର କରାଯାଇଛି । ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପାଇଁ ୧୭୯୦ କୋଟି ମଞ୍ଜୁର କରାଯାଇଛି । ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ ୨୦୨୫କୁ ଅନୁମୋଦନ ମିଳିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…



