ରାତି ଜଗୁଆଳୀଙ୍କ ଆତ୍ମହତ୍ୟା

ଆଠଗଡ଼ : ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟରେ ଅଘଟଣ । ରାତି ଜଗୁଆଳୀ ଭାବେ କାମ କରୁଥିବା ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକଙ୍କ ନାମ ପଞ୍ଚାନନ ସ୍ୱାଇଁ । ସେ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟରେ ରାତି ଜଗୁଆଳୀ ଭାବେ କାମ କରୁଥିଲେ । ଘଟଣା ସଂପର୍କରେ ଖବର ପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ପଞ୍ଚାନନ ସ୍ୱାଇଁ ଦୀର୍ଘ ବର୍ଷ ଧରି ତାଙ୍କ ପରିବାର ସହିତ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଥିବା ସରକାରୀ କୋଠାରେ ରହୁଥିଲେ । ଶନିବାର ସକାଳୁ ସକାଳୁ ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ସହକର୍ମୀ । ଏହା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଆଠଗଡ଼ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ