ରାତି ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ ବଢ଼ିବ,ଦିନ ବେଳାର ତାତି ବି ଉପରମୁହାଁ

ଭୁବନେଶ୍ୱର: ରାଜ୍ୟରେ ଶୀତ ଆହୁରି କମିପାରେ । ଆସନ୍ତା ତିନି ଦିନ ରାତି ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ରାତିରେ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଦିନ ବେଳାର ତାତି ବି ଉପରମୁହାଁ ହେଉଛି ।

ଗୁରୁବାର ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ି ବାକି ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା । ଜାନୁୟାରୀ ମାସ ଶେଷ ନ ହେଉଣୁ ତାତି ଆରମ୍ଭ ହୋଇଗଲାଣି । ଟାଣ ଖରା ଯୋଗୁ ଦିନବେଳା ଗରମ ଅନୁଭୂତ ହେଉଛି । ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ୩୩.୮ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁରରେ ୩୩.୪, ସୁନ୍ଦରଗଡ଼ରେ ୩୩.୨, ଟିଟିଲାଗଡ଼ରେ ୩୩, ମାଲକାନଗିରିରେ ୩୨.୬, ଭବାନୀପାଟଣା, ସୋନପୁର ଓ ବରଗଡ଼ରେ ୩୨.୫, ଭୁବନେଶ୍ୱରରେ ୩୨.୪, ଅନୁଗୁଳରେ ତାପମାତ୍ରା ୩୨.୩ ଡିଗ୍ରୀ ରେକର୍ଡ ହୋଇଛି ।

ବୁଧବାର ରାତିରେ ଜି ଉଦୟଗିରିରେ ପାରଦ ସବୁଠୁ କମ୍‌ ବା ୬.୫ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୯, ଫୁଲବାଣୀରେ ୧୦ ଡିଗ୍ରୀ, କୋରାପୁଟ ଓ ରାଉରକେଲା ଓ ଦାରିଙ୍ଗିବାଡ଼ିରେ ୧୧, ଝାରସୁଗୁଡ଼ାରେ ୧୧.୬, ଭବାନୀପାଟଣାରେ ୧୨.୨, ବୌଦ୍ଧରେ ୧୨.୫ ଓ ରାୟଗଡ଼ାରେ ରାତି ତାପମାତ୍ରା ୧୩.୬ଡିଗ୍ରୀ ରହିଥିଲା ।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ