ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଲେ ଶଶି ଥରୁର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହିତ ସ୍ୱର ମିଳାଇ ନିଜ ଦଳରୁ ସମାଲୋଚିତ ହୋଇଥିବା ଶଶି ଥରୁର ଏବେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଇଲେକ୍ସନ କମିଶନ ବିଜେପି ସହ ମିଶି ବଡ଼ ଧରଣର ଭୋଟ ଚୋରି କରିଥିବା ରାହୁଲ ଗାନ୍ଧୀଙ୍କର ଅଭିଯୋଗକୁ ଚିନ୍ତାଜନକ ବୋଲି କହିଛନ୍ତି ଥରୁର।
ଇଲେକ୍ସନ କମିଶନ ୨୦୨୪ରେ ବିଜେପିକୁ ବିଜୟୀ କରାଇବା ପାଇଁ ଦଳ ସହ ମିଶି ଭୋଟ ରିଗିଂ କରିଛି ବୋଲି ରାହୁଲ ଅଭିଯୋଗ କରିଥିଲେ। ଏନେଇ ତାଙ୍କ ପାଖରେ ଠୋସ୍ ପ୍ରମାଣ ରହିଛି ବୋଲି ରାହୁଲ କହିବା ପରେ ଏ ନେଇ ଦେଶର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ରାହୁଲଙ୍କର ଅଭିଯୋଗକୁ ନେଇ ଥରୁର ଚିନ୍ତା ବ୍ୟକ୍ତ କରିଛନ୍ତି।
ଏନେଇ ଥରୁର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଏଗୁଡ଼ିକ ଗମ୍ଭୀର ପ୍ରଶ୍ନ, ସମସ୍ତ ଦଳ ଏବଂ ସମସ୍ତ ଭୋଟରଙ୍କ ସ୍ୱାର୍ଥ ପାଇଁ ଗମ୍ଭୀରତାର ସହିତ ସମାଧାନ କରାଯିବା ଆବଶ୍ୟକ। ଆମର ଗଣତନ୍ତ୍ର ଖୁବ୍ ମୂଲ୍ୟବାନ, ଏହାର ଅପାରଗତା, ଅସାବଧାନତା କିମ୍ବା ତା’ଠାରୁ ଖରାପ, ଜାଣିଶୁଣି ହେରଫେର କରିବାକୁ ଦେଇ ଏହାର ବିଶ୍ୱସନୀୟତାକୁ ନଷ୍ଟ କରାଯାଇ ପାରିବ ନାହିଁ।” ତେଣୁ ଇଲେକ୍ସନ କମିଶନ ଏହା ଦିଗରେ ବିହୀତ ପଦକ୍ଷେପ ନେଇ ବିବାଦର ସମାଧାନ କରିବା ଉଚିତ୍ ବୋଲି ଥରୁର ଅଭିଯୋଗ କରିଛନ୍ତି। ଗତ ୬ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିବା, ଇନ୍ଦିରାଙ୍କ ଏମାର୍ଜେନ୍ସିକୁ ସମାଲୋଚନା କରିବା ଓ କେନ୍ଦ୍ର ସରକାରଙ୍କ କେତେକ ପଦକ୍ଷେପକୁ ପ୍ରଶଂସା କରିବା ସହ ତାଙ୍କର ସ୍ପଷ୍ଟବାଦୀ କଥା ଯୋଗୁ କଂଗ୍ରେସର କ୍ରୋଧର ଶିକାର ହୋଇଥିଲେ। ଦଳ ତାଙ୍କ ପ୍ରତି କୋଠର ହୋଇଥିଲା। ହେଲେ ଏବେ ଥରୁରଙ୍କର ନୂଆ ବୟାନରୁ ତାଙ୍କ ସ୍ୱର ବଦଳିବା ପରି ମନେ ହେଉଛି।

  • Related Posts

    ମାସକର ଦରମା ଦାନ କଲେ ଧାମୀ

    ଡେରାଡୁନ: ବିପତ୍ତି ବେଳେ ବଡପଣ ଦେଖାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଉତ୍ତରକାଶୀରେ ହୋଇଥିବା ପ୍ରଳୟ ପରେ ରିଲିଫ ପାଇଁ ନିଜ ଦରମା ଦେଲେ ମୁଖ୍ୟମନ୍ତ୍ରୀ । ଧରାଲି ଏବଂ ହର୍ସିଲ ଅଞ୍ଚଳରେବିପର୍ୟ୍ୟୟ ପରିଚାଳନା ସହ ରିଲିଫ ସାମଗ୍ରୀ ଏବଂ ଉଦ୍ଧାର କାର୍ୟ୍ୟ…

    ନିର୍ବାଚନ କମିସନ ପକ୍ଷପାତ କରୁଛନ୍ତି :ରାହୁଲ

    ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିକଟରେ ହୋଇଥିବା ନିର୍ବାଚନଗୁଡ଼ିକର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ନିର୍ବାଚନ କମିସନ (ଇସି) ପକ୍ଷପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଇସିଙ୍କ ଉପରେ ତୀବ୍ର ଆକ୍ରମଣ କରି ରାହୁଲ ଅଭିଯୋଗ କରିଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ