ରାହୁଲ ଗାନ୍ଧୀଙ୍କ ଭାଷଣ ଅପରିପକ୍ଵତାର ପ୍ରମାଣ ଦେଉଛି:ଜୟ ନାରାୟଣ

ଭୁବନେଶ୍ବର: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପଞ୍ଚାୟତ ସ୍ତରର ନେତା ଭାବେ ତୁଳନା କଲେ ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର । ସେ କହିଲେ, ରାହୁଲ ଗାନ୍ଧୀଙ୍କ ଭାଷଣ ଅପରିପକ୍ଵତାର ପ୍ରମାଣ ଦେଉଛି । ସ୍ବାଧୀନତା ପରେ କଂଗ୍ରେସ ସରକାର ସମୟରେ କେତେ ଶିଳ୍ପପତି ସୃଷ୍ଟି ହୋଇଥିଲେ । ଶିଳ୍ପପତି ସୃଷ୍ଟି ହେବା ଆବଶ୍ୟକ, କେବଳ ସରକାର କାମ କରିବେ ନାହିଁ ବେସରକାରୀ କମ୍ପାନୀ କାମ କରିବା ଦରକାର । ଖାଲି ଶିଳ୍ପପତିଙ୍କ ନାଁ କହିଦେଲେ ହେବନାହିଁ । ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ସରକାର ଶିଳ୍ପପତି ମାନଙ୍କୁ କେତେ କାମ ଦେଇଛନ୍ତି, ସେକଥା କୁହନ୍ତୁ । ସମ୍ବିଧାନ ବ୍ୟବସ୍ଥାରେ ଟେଣ୍ଡରରେ ସେମାନେ କିଛି ପାଇଲେ ତାକୁ କେହି ମନା କରିପାରିବେ ନାହିଁ । ଶିଳ୍ପ ଅଭିବୃଦ୍ଧି ନ ଘଟିଲେ ଗୋଟେ ଦେଶର ଅଭିବୃଦ୍ଧି କେମିତି ହେବ ।

ରାହୁଲ ଭାଷଣ ଟିକେ ଟିକେ କହି ଶିଖିବାରୁ ତାଙ୍କୁ ଧନ୍ୟବାଦ । ଭାଷଣରେ ତଥ୍ୟ ନାହିଁ । ଗୋଟେ ଅପରିପକ୍ୱ, ପଂଚାୟତ ସ୍ତରର ନେତା ଭାଷଣ ଦେଲାଭଳି ଲାଗିଲା । ଏହା ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା । ସମ୍ବିଧାନକୁ ଆମେ ବଞ୍ଚାଉଛୁ ସେମାନେ ଧର୍ଷଣ କରିଥିଲେ । ୩୭୦ ଧାରା ଲଗାଇ ରାଜ୍ୟ ରାଜ୍ୟ ଭିତରେ ପ୍ରାର୍ଥକ୍ୟ ଆଣିଥିଲେ । ଆମେ ଏଥିରେ ସମାନତା ଆଣିଛୁ ।

କଂଗ୍ରେସ ଶାସିତ ରାଜ୍ୟରେ ଚାଷୀଙ୍କୁ କେଉଁଠି ଧାନ ବିକିବା ବାବଦରେ ଟଙ୍କା ଦେଇଛନ୍ତି । ଆମ ସରକାର ଇନପୁଟ ସବସିଡି ବାବଦରେ ୮୦୦ ଟଙ୍କା ଦେଉଛନ୍ତି । କଂଗ୍ରେସ ଶାସିତ ରାଜ୍ୟରେ କେଉଁଠି ଦିଆଯାଉଛି । ମହିଳାଙ୍କୁ ସଶକ୍ତିକରଣ କରାଯାଇଛି ସୁଭଦ୍ରା ଟଙ୍କା ମାଧ୍ୟମରେ । ୧୦ ହଜାର ଦେଲୁଣି ଆହୁରି ୪୦ ହଜାର ଟଙ୍କା ଦେବୁ । ବର୍ତ୍ତମାନ ରାସ୍ତା ୟୁରୋପିଅନ ଦେଶ ଭଳି ହୋଇଛି, କଂଗ୍ରେସ ସମୟରେ କାହିଁ ଏମିତି ରାସ୍ତା ନଥିଲା ।

ମହିଳା ନିଖୋଜ ସବୁଠୁ ଚିନ୍ତାଜନକ ଅଧିକ ଥିଲା ଗତ ସରକାରରେ । ରାହୁଲ ଗାନ୍ଧୀ ତଥ୍ୟ ଦିଅନ୍ତୁ, ଗୋଟେ ବର୍ଷର ୪୦ ହଜାରରୁ ୪୦୦ ନାଁ ଦିଅନ୍ତୁ । ସେ ଯଦି ତଥ୍ୟ ଦେବେ ଓଡ଼ିଶା ପୋଲିସ ଖୋଜି ବାହାର କରିବେ ବୋଲି ଜୟନାରାୟଣ କହିଛନ୍ତି ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ