ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା

ବ୍ରହ୍ମପୁର: ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା। ଦଣ୍ଡନାଚରେ ହୋହଲ୍ଲା କଲେ ସ୍ଥାନୀୟ ଲୋକେ। ବାଧ୍ୟ ହୋଇ କାର୍ଯ୍ୟକ୍ରମ ବନ୍ଦ କଲେ ଦଣ୍ଡନାଚ ଯାତ୍ରା ପାର୍ଟି। ଗତକାଲି ରାତିରେ ବ୍ରହ୍ମପୁର ହିଲପାଟଣା ଅଂଚଳରେ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା। ସାମାଜିକ ନାଟକ ପରିବେଷଣ ହେଉଥିଲା। ତେବେ ଲୋକେ ରେକର୍ଡ ଡାନ୍ସ ପ୍ରଦର୍ଶନ କରିବାକୁ ଦାବି କରିଥିଲେ।
ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିବାରୁ ଦଣ୍ଡନାଚରେ ରେକର୍ଡ ଡାନ୍ସ ହୋଇପାରିବନି ବୋଲି କୁହାଯାଇଥିଲା। ହେଲେ ଲୋକେ କିନ୍ତୁ ଶୁଣିବାକୁ ଅମଙ୍ଗ। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା ଦଣ୍ଡନାଚ ଦଳ। ଶେଷରେ ବାଧ୍ୟ ହୋଇ ସାମାଜିକ ନାଟକ ବନ୍ଦ କରିଥିଲେ କର୍ତ୍ତୃପକ୍ଷ। ସାମାଜିକ କାର୍ଯ୍ୟକ୍ରମରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଅବମାନନା କଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉଛି।

  • Related Posts

    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading
    ଗୁଳୁଗୁଳି; ୪୦ ଡିଗ୍ରୀ ଡେଇଁଲା ତାପମାତ୍ରା

    ଭୁବନେଶ୍ୱର: ଦିନରେ ଗରମ, ରାତିରେ ଝଡବର୍ଷା। ରାଜ୍ୟରେ ଜାରି ରହିଛି ଖରା ତାତି ସାଙ୍ଗକୁ ଝଡ଼ବର୍ଷା ପ୍ରଭାବ। ଅପରାହ୍ଣରେ ବଦଳି ଯାଉଛି ପାଗ। ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଝଡ଼ବର୍ଷା ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ