ଲକ୍ଷ୍ନୌ ବିମାନବନ୍ଦରରେ ଆନ୍ତର୍ଜାତୀୟ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ଚୌଧୁରୀ ଚରଣ ସିଂ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ଶନିବାର ସକାଳେ ଦୁବାଇରୁ କାଠମାଣ୍ଡୁ ଯାଉଥିବା ଏକ ଆନ୍ତର୍ଜାତୀୟ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି । ବିମାନରେ ଇନ୍ଧନ କମ୍ ଥିବା ଜଣାପଡ଼ିବା ପରେ ପାଇଲଟ୍ ଏହି ନିଷ୍ପତ୍ତି ନେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଫ୍ଲାଇ ଦୁବାଇର ବିମାନ ସଂଖ୍ୟା FZ 1133 ଶନିବାର ସକାଳ ୮ଟା ୨୨ ମିନିଟ୍ ସମୟରେ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ କରିଥିଲା । ବିମାନଟି ଦୁବାଇରୁ ନେପାଳର କାଠମାଣ୍ଡୁ ଅଭିମୁଖେ ଯାଉଥିଲା । ମାତ୍ର ଆକାଶ ମାର୍ଗରେ ଥିବାବେଳେ ବିମାନରେ ଇନ୍ଧନ କମ୍ ଥିବା ବୈଷୟିକ ସୂଚନା ମିଳିଥିଲା । ବିପଦକୁ ଆଖିରେ ରଖି ପାଇଲଟ୍ ତୁରନ୍ତ ଏଟିସି (ATC) ସହ ଯୋଗାଯୋଗ କରିଥିଲେ ଏବଂ ଲକ୍ଷ୍ନୌରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ।
ବିମାନବନ୍ଦର ସୂତ୍ରରୁ ପ୍ରକାଶ ଯେ, ଏହି ବିମାନରେ ମୋଟ ୧୫୪ ଜଣ ଯାତ୍ରୀ ଥିଲେ । ଜରୁରୀ ଅବତରଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସଜାଗ ହୋଇଯାଇଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିବା ବେଳେ ବିମାନଟି ବର୍ତ୍ତମାନ ବିମାନବନ୍ଦରରେ ରହିଛି । ବିମାନବନ୍ଦର ପ୍ରଶାସନ ପୁରା ସ୍ଥିତି ଉପରେ ନଜର ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୩୧ ତାରିଖରେ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା । ସେତେବେଳେ ବାଗଡୋଗରାରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ଧୂଆଁ ଦେଖାଯିବା ପରେ ଲକ୍ଷ୍ନୌରେ ଜରୁରୀ ଅବତରଣ କରାଯାଇଥିଲା । ସେହି ବିମାନରେ ୧୪୮ ଯାତ୍ରୀ ଏବଂ ୬ ଜଣ କ୍ରୁ ମେମ୍ବର ସୁରକ୍ଷିତ ରହିଥିଲେ । ସେହି ସମୟରେ ପାଇଲଟ୍ ‘ପ୍ୟାନ୍-ପ୍ୟାନ୍’ (PAN-PAN) କଲ୍ କରି ବିମାନକୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ