ଦେବଗଡ଼:ବାରକୋଟସ୍ଥିତ ଜସ୍ମିନ ଲଜ ରୁ ଆଜି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ।ମୃତା ମହିଳା ହେଲେ ବାରକୋଟ ଥାନାଚଂଳର ଲାଲାପଶି ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ତ୍ସୀ ଭାରତୀ ନାଏକ(୪୭)। ସୂଚନା ଅନୁଯାୟୀ, ଆଜିକୁ ୨୪ ବର୍ଷ ପୂର୍ବେ ଭାରତୀ ଲାଲାପଶି ଗ୍ରାମର ଚନ୍ଦ୍ରମଣିଙ୍କୁ ବିବାହ କରିଥିଲେ। ବିଭିନ୍ନ କାରଣରୁ ସ୍ବାମୀ ଓ ତ୍ସୀ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଏହାକୁ କେନ୍ଦ୍ର କରି ଭାରତୀ ଘର ଛାଡି ଜନୈକ ଯୁବକ ସହ ଗତ ମାସ ୨୯ ତାରିଖରୁ ବାରକୋଟ ସ୍ଥିତ ଜସ୍ମିନ ଲଜରେ ରହି ଆସୁଥିଲେ। ତେବେ ଆଜି ସେ ରହୁଥିବା ଲଜର କୋଠରୀରୁ ଭାରତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।ସୂଚନାପାଇ ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଏନେଇ ମୃତା ଭାରତୀଙ୍କ ଭାଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଉକ୍ତ ଘଟଣାପରେ ଭାରତୀ ସହ ରହୁଥିବା ଯୁବକ ଜଣକ ଫେରାର ହୋଇଯାଇଥିବା ଜଣାପଡିଛି।
ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ
ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…







