ଲିଜ୍‌ ନେଇ ଜମି ବ୍ୟବହାର କରିନଥିଲେ ଆବଣ୍ଟନ ବାତିଲ କରିବେ ସରକାର

ଭୁବନେଶ୍ୱର: ସରକାରୀ ଜମିକୁ ଲିଜ ସୂତ୍ରରେ ନେଇ ଏହାକୁ ବ୍ୟବହାର କରିନଥିଲେ ଛାଟ ବାଜିବ । ସରକାର ଏହି ଜମି ଆବଣ୍ଟନକୁ ବାତିଲ କରିବେ । ଏ ନେଇ ଲିଜ୍ ଜମିର ତର୍ଜମା କରି ଆଇନଗତ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।

ରାଜ୍ୟ ସରକାର ବିଭିନ୍ନ ସଂଗଠନ, କର୍ପୋରେସନ, ବେସରକାରୀ କମ୍ପାନୀକୁ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନା ପାଇଁ ଜମି ପ୍ରଦାନ କରିଛନ୍ତି । ହେଲେ ଏହି ସବୁ ଜମିକୁ ଲିଜ୍ ସୂତ୍ରରେ ନେଇ ଏହାକୁ ବ୍ୟବହାର କରାଯାଉନି । ଏହା ସହ ଅନେକ କ୍ଷେତ୍ରରେ ଜମିକୁ ଯେଉଁ ଉଦ୍ଦେଶ୍ୟରେ ନିଆଯାଇଛି, ତାକୁ ଅନ୍ୟ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହି ସବୁ ଲିଜ୍ଧାରୀଙ୍କୁ ସରକାର ଚିହ୍ନଟ କରି କାର୍ଯ୍ୟନୁଷ୍ଠାନ ନେବାକୁ ଚିଠିଲେ ଉଲ୍ଲେଖ କରାଯାଇଛି ।
ବିଶେଷତଃ, ଯେଉଁ ମାମଲାରେ ପ୍ରଭାବଶାଳୀ ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥ ଜଡ଼ିତ ଥାଏ, ସେସବୁ କ୍ଷେତ୍ରରେ ରାଜସ୍ୱ କ୍ଷେତ୍ରୀୟ ଅଧିକାରୀମାନେ କୌଣସି ପ୍ରକାର ଭୟ, ପକ୍ଷପାତ, ଚାପ କିମ୍ବା ପ୍ରଭାବର ବଶବର୍ତ୍ତୀ ନ ହୋଇ ନିର୍ଭୀକ, ନିରପେକ୍ଷ ଭାବେ ନିଜର ବିଧିସମ୍ମତ ଦାୟିତ୍ୱ ନିର୍ବାହ କରିବାକୁ ଚିଠିରେ କୁହାଯାଇଛି । ଦୁର୍ନୀତିଗ୍ରସ୍ତ ବ୍ୟକ୍ତି କିମ୍ବା ଏପରି କୌଣସି ଅନୈତିକ ଅନୁଷ୍ଠାନ ସହ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କର କୌଣସି ପ୍ରକାର ସମ୍ପର୍କ କିମ୍ବା ସହଯୋଗ ପ୍ରମାଣିତ ହେଲେ ତାହାଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ