ଲୋକଙ୍କ ନିକଟରେ ସଠିକ ସମୟରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ : ସୁରେଶ ପୂଜାରୀ

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ବନ୍ଧରେ ସବିସ୍ତୃତ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ଝାରସୁଗୁଡ଼ା ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ମେ’ ମାସ ୩୧ ତାରିଖ ସୁଦ୍ଧା ସମାପ୍ତ କରିବା ସହ ଆରମ୍ଭ ହୋଇ ନଥିବା ପ୍ରକଳ୍ପକୁ ମେ’ ମାସ ୭ ତାରିଖ ସୁଦ୍ଧା ଆରମ୍ଭ କରିବା ପାଇଁ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଝାରସୁଗୁଡ଼ା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ପ୍ରକଳ୍ପ ଗୁଡ଼ିକର ଗୁଣବତ୍ତାକୁ ସୁନିଶ୍ଚିତ କରିବା ସହ ମାନଦଣ୍ଡକୁ ଯାଞ୍ଚ କରିବା ଏବଂ ପ୍ରକଳ୍ପ ଗୁଡ଼ିକୁ ଯେପରି ଧାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ କରାଯାଇପାରିବ, ତାହା ଉପରେ ରାଜସ୍ୱ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଝାରସୁଗୁଡ଼ା ବ୍ଲକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ବିକଶିତ ଗାଁ ବିକଶିତ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା, କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ (ଏନଟିପିସି ଓ ଏମସିଏଲ), ବିଧାୟକ ସ୍ଥାନୀୟ କ୍ଷେତ୍ର ବିକାଶ, ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ସମୁଦାୟ ୧୭୧ଟି ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରୁ ୮୮ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହେବା ସହ ୧୮ଟି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ବୋଲି ଝାରସୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ଯେଉଁ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସରିଯାଇଛି ତାହାର ଗୁଣବତ୍ତା ଯାଞ୍ଚ କରିବା ସହ ଯେଉଁଗୁଡ଼ିକର କାର୍ଯ୍ୟ ଜାରି ରହିଛି, ତାହାକୁ ତ୍ୱରାନ୍ୱିତ କରିବା ପାଇଁ ରାଜସ୍ବ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ବିଭିନ୍ନ କାରଣରୁ କାମରେ ଅବହେଳା କରି ଠିକ ସମୟରେ କାମ ସାରୁ ନଥିବା ଠିକାଦାରମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟାଦେଶକୁ ରଦ୍ଦ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ଏଥିସହିତ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଗୁଣବତ୍ତା ଯାଞ୍ଚ କରିବା ସହ ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରେ ଯେପରି ପାନୀୟ ଜଳ ସୁବିଧା ପହଞ୍ଚିପାରିବ ତାହାକୁ ସୁନିଶ୍ଚିତ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଲୋଇସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଚାରବାଟୀ ଗ୍ରାମରେ ଏକ ସ୍ୱତନ୍ତ୍ର ଜଳ ଟ୍ୟାଙ୍କର ନିର୍ମାଣ କରିବା ପାଇଁ ମଧ୍ୟ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
“ଲୋକଙ୍କ ସରକାରରେ ସମସ୍ତ ଜନମଙ୍ଗଳକାରୀ ଉନ୍ନୟନ ପ୍ରକଳ୍ପ ଗୁଡ଼ିକ ଯେପରି ଲୋକଙ୍କ ନିକଟରେ ସଠିକ ସମୟରେ ପହଞ୍ଚିପାରିବ ତାହା ଆମର ଲକ୍ଷ୍ୟ। ତୃଣମୂଳ ସ୍ତରରେ ଧାଡ଼ିର ଶେଷରେ ଛିଡା ହୋଇଥିବା ଲୋକ ଯେପରି ସରକାରୀ ପ୍ରକଳ୍ପର ସୁବିଧା ପାଇପାରିବ ତାହାକୁ ସୁନିଶ୍ଚିତ କରାଯିବ”, ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମତପ୍ରକାଶ କରିଛନ୍ତି।
ବୈଠକରେ ରାଜସ୍ବ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ଝାରସୁଗୁଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ଆଚାର୍ଯ୍ୟ, ସହାୟକ କାର୍ଯକାରୀ ଯନ୍ତ୍ରୀ ଶ୍ରୀମତୀ ମଧୁମିତା ମିଶ୍ର, ସହକାରୀ ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମହାରଣା, କନିଷ୍ଠ ଯନ୍ତ୍ରୀ ଶ୍ରୀ କମଳ ପ୍ରସାଦ ରାଥୋଡ଼, ଶ୍ରୀମତୀ ରୋଜି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ଆମ ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ବିଶ୍ୱ ପ୍ରାଣିଚିକିତ୍ସା ଦିବସ ଅବସରରେ ରାଜ୍ୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରାଣିସମ୍ପଦ, ପ୍ରାଣିସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

    Continue reading
    ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶ: ମେ’ ୩୧ ସୁଦ୍ଧା ‘ସେଲ୍ଫ ଆପ୍ରେଜାଲ’ ରିପୋର୍ଟ ଦିଅ

    ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ବା APAR ଦାଖଲ ପାଇଁ ଆସିଲା କଡ଼ା ନିର୍ଦ୍ଦେଶ। ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏନେଇ ନୂଆ କାର୍ଯ୍ୟସୂଚୀ ଜାରି ହୋଇଛି। କର୍ମଚାରୀଙ୍କୁ ମେ ୩୧ ତାରିଖ ସୁଦ୍ଧା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର