ଶିକ୍ଷାନୁଷ୍ଠାନଗୁଡିକରେ ହେବ ସ୍ପଟ୍‌ ଆଡ୍‌ମିଶନ

ଭୁବନେଶ୍ୱର: ଛାତ୍ରୀଛାତ୍ର, ଅଭିଭାବକ ତଥା ଶୈକ୍ଷିକ ସମାଜର ଆଗ୍ରହକ୍ରମେ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟ୍‌ରେ ସ୍ପଟ୍‌ ଆଡ୍‌ମିଶନ ହେବ। ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି) ଏବଂ ଦୁଇ ବର୍ଷିଆ ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମ ନିମନ୍ତେ ସାମ୍ସ ପୋର୍ଟାଲ ମାଧ୍ୟମରେ ଏହି ଆଡ୍‌ମିଶନ କରାଯିବ। ଆସନ୍ତା ୧୧ରୁ ୧୫ ତାରିଖ ମଧ୍ୟରେ ନାମଲେଖା ପାଇଁ ଆବେଦନ କରାଯିବ। ୧୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ ଓ ୨୧ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ତେବେ ପିଜି, ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇ ର଼୍ୟାଙ୍କ୍‌ ପାଇଥିବା ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ବିଭାଗୀୟ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ସୂଚନାନୁସାରେ, ରାଜ୍ୟର ମୋଟ ୧୦୫୮ କଲେଜରେ ୟୁଜି ପାଠ୍ୟକ୍ରମରେ ୨,୭୪,୩୪୩ ସିଟ୍‌ ରହିଥିବାବେଳେ ୨,୦୩୯୨୩ ସିଟ୍‌ରେ ନାମଲେଖା ହୋଇଛି ଓ ୭୦, ୪୨୦ ସିଟ୍‌ ଖାଲି ପଡ଼ିଛି। କଳା ବିଭାଗରେ ୨୭,୩୪୩ ସିଟ୍‌ ଖାଲି ରହିଥିବାବେଳେ ଫିଜିକାଲ୍‌ ସାଇନ୍ସରେ ୧୭,୨୬୧ ସିଟ୍‌, ବାୟୋଲୋଜିକାଲ ସାଇନ୍ସରେ ୬,୩୪୨ ସିଟ୍‌, ବାଣିଜ୍ୟରେ ୧୩,୯୫୨ ସିଟ୍‌, ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ୧,୯୩୬ ସିଟ୍‌ ଏବଂ ସଂସ୍କୃତରେ ୩,୫୮୨ ସିଟ୍‌ରେ ନାମଲେଖା ହୋଇନାହିଁ।
ସେହିପରି ପିଜି ପାଠ୍ୟକ୍ରମରେ ୧୧୬ଟି ଶିକ୍ଷାନୁଷ୍ଠାନରେ ୨୯୫୫୯ଟି ସିଟ୍‌ ରହିଥିବାବେଳେ ୨୧୯୭୫ଜଣ ପିଲା ନାମ ଲେଖାଇଛନ୍ତି ଏବଂ ୭,୫୮୪ ସିଟ୍‌ ଖାଲି ରହିଛି। ଦୁଇ ବର୍ଷିଆ ବିଏଡ୍‌/ ଏମ୍‌ଏଡ୍‌ /ବିଏଚ୍‌ଏଡ୍‌ ପାଠ୍ୟକ୍ରମ ଥିବା ୩୧ଟି ଶିକ୍ଷାନୁଷ୍ଠାନରେ ମୋଟ୍‌ ୨୭୫୦ଟି ସିଟ୍‌ରୁ ୨୬୯୪ ସିଟ୍‌ (ବି.ଏଡ୍‌ ୨୩୯୦, ଏମ୍‌.ଏଡ୍‌ ୧୨୫୧ ଏବଂ ବିଏଚ୍‌.ଏଡ୍‌ ୫୦ସିଟ୍‌)ରେ ନାମଲେଖା ହୋଇଛି ଏବଂ ୫୬ଟି ସିଟ୍‌ ଖାଲି ରହିଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ