ସେମିଳିଗୁଡ଼ା/କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ରମେଶ ବେହେରା ନାମକ ଜଣେ ଶିକ୍ଷକଙ୍କ ୨୦୧୯ରେ ମୃତ୍ୟୁ ଘଟିଥିଲା। ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ ଆରଏସିପି, ଏମଏସିପି, ବର୍ଦ୍ଧିତ ଦରମା ଓ ବକେୟା ପ୍ରାପ୍ୟ କରାଇଦେବା ପାଇଁ ମୃତ ଶିକ୍ଷକଙ୍କ ସ୍ତ୍ରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏ ନେଇ ମୃତ ଶିକ୍ଷକଙ୍କ ପୁଅ ସନ୍ଦୀପ ବେହେରା ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ। କିରାଣି ଶ୍ରୀ ତ୍ରିପାଠୀ ସେମିଳିଗୁଡା ଠାରେ ରହୁଥିବା ବେଳେ ସେମିଳିଗୁଡାରେ ଆଣି ଦେବା ପାଇଁ କହିଥିଲେ। ସେମିଳିଗୁଡା-ନନ୍ଦପୁର ରାସ୍ତାର ଏକ ଚା’ ଦୋକାନ ନିକଟରେ ସଂଧ୍ୟା ପ୍ରାୟ ୭ ଘଣ୍ଟିକା ସମୟରେ ୧୫ ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନସ୍ର ଟିମ୍ ଉକ୍ତ ଟଙ୍କାକୁ ଜବତ କରିବା ସହ କିରାଣି ଶ୍ରୀ ତ୍ରିପାଠୀଙ୍କୁ କାବୁ କରିଥିଲେ। ପରେ ଭିଜିଲାନସ୍ ଟିମ୍ କିରାଣି ଶ୍ରୀ ତ୍ରିପାଠୀ ରହୁଥିବା ଭଡ଼ାଘରରେ ଯାଇ ଚଢ଼ାଉ କରି ତଦନ୍ତ କରିଥିଲେ। ଏନେଇ ଜୟପୁର ଭିଜିଲାନସ୍ ବିଭାଗ ପକ୍ଷରୁ କେସ ନଂ ୨୬/୨୬ରେ ମାମଲା ରୁଜୁ କରିବା ସହ ତଦନ୍ତ ଚାଲି ରହିଛି। କିରାଣି ଶ୍ରୀ ତ୍ରିପାଠୀଙ୍କୁ ଅଧିକ ତଦନ୍ତ ପାଇଁ ଜୟପୁରସ୍ଥିତି ଭିଜିଲାନସ୍ ମୁଖ୍ୟାଳୟକୁ ନେଇଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଭିଜିଲାନସ୍ ଡିଏସପି ଅଭୟ ପ୍ରଧାନ, ଏସଏନ ପାଣି, ଇନସପେକ୍ଟର ସଞ୍ଜୟ ପ୍ରଧାନ, ସନ୍ତୋଷୀ ବାରିକ ଓ ଷ୍ଟାଫ ଭାଗ ନେଇଥିଲେ
State-wide fire safety mock drill on March 28
Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…


