ଶିଶୁ ବାଟିକାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଶିଶୁ ବାଟିକାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ବଡଗଢ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟରେ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କୁ ଖଡି ଛୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ତ୍ତମାନ ପାରମ୍ପରିକ ରୀତିନୀତିରେ ପିଲା ମାନଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବ। ପ୍ରସ୍ତୁତି ଅନୁଯାୟୀ ଆଜି ସ୍କୁଲରେ କୁନି କୁନି ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା। ଖଡି ଛୁଆଁ ଦିବସ ପାଇଁ ୪ ଦିନିଆ ସ୍ଵତନ୍ତ୍ର କାର୍ୟ୍ୟକ୍ରମ କରାଯିବ। ଯେଉଁଥିରେ ପ୍ରଥମ ଦିନ ନାମଲେଖା ହେବ। ପିଲାଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍କୁଲକୁ ସ୍ଵାଗତ କରାଯିବ। ମୁଖ୍ୟମନ୍ତ୍ରୀ ଦ୍ଵାରା ଦିଆଯାଇଥିବା ବାର୍ତ୍ତାକୁ ପଢାଯିବ। ଏଥିସହ ପିଲାଙ୍କୁ କିଟ୍ ବଣ୍ଟାଯିବ। ପିଲାମାନେ ସ୍କୁଲ ଶ୍ରେଣୀ ଗୃହ ପରିଦର୍ଶନ କରିବା ସହ ସାକ୍ଷରତା ଷ୍ଟେସନ , ସଂଖ୍ୟା ଜ୍ଞାନ ଷ୍ଟେସନ , କ୍ରିଏଟିଭ୍ ଷ୍ଟେସନ୍ ଆଦି ପରିଦର୍ଶନ କରିବେ । ଦ୍ଵିତୀୟ ଦିନ ନୂଆ ପିଲାଙ୍କୁ ନେଇ ପୁରୁଣା ପିଲାଙ୍କ ସହ ଏକ ଗ୍ରୁପ୍ କରାଯିବ। ଯାହାକୁ କୁନି ସଙ୍ଗାତ କୁହାଯିବ। ଶେଷ ଦିନ ଶପଥ ପାଠ କରାଯିବ। ଅଭିଭାବକଙ୍କୁ ନେଇ ଏକ ହ୍ବାଟ୍ସ ଆପ୍ ଗ୍ରୁପ୍ ହେବ ବୋଲି ସୂଚନା ମିଳିଛି।

  • Related Posts

    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading
    ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ

    ୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ