ଭୁବନେଶ୍ୱର,୧୫/୧୦/୨୦୨୫: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଗ୍ରାମୀଣ ଗୃହ ନିର୍ମାଣର ବିଭିନ୍ନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଆଉଟ୍ସୋର୍ସିଙ୍ଗ୍ କର୍ମଚାରୀଙ୍କୁ ଶୀଘ୍ର ମିଳିବ ବକେୟା ଦରମା । ଏହି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଜରୁରୀ ହସ୍ତକ୍ଷେପ ଯୋଗୁଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୨୫ କୋଟି ବକେୟା ଟଙ୍କା ଦିଆଯିବା ନେଇ ତ୍ୱରିତ ପଦକ୍ଷେପ ନିଆଯାଇଛି । ପ୍ରକ୍ରିୟାଗତ ବିଳମ୍ବ ଯୋଗୁଁ ବକେୟା ଥିବା ପ୍ରାୟ ୭୦୦ ଜଣ ଆଉଟ୍ସୋର୍ସିଙ୍ଗ କର୍ମଚାରୀଙ୍କ ଦରମା ଏହା ପରେ ଶୀଘ୍ର ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଛି ।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…






