ଶେହବାଜଙ୍କୁ ଅଣଦେଖା କରି ଚାଲିଗଲେ ମୋଦୀ-ପୁଟିନ୍

ନୂଆଦିଲ୍ଲୀ: ମୁହଁ ଫୁଲାଇ ଛିଡ଼ା ହୋଇଥିଲେ ଶେହବାଜ୍, ଅଣଦେଖା କରି ଚାଲିଗଲେ ମୋଦୀ-ପୁଟିନ୍। ‌ସୋମବାର ଚୀନ୍‌ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ସମୟରେ ଏହି ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଅନ୍ୟ ସଦସ୍ୟ ଦେଶର ମୁଖ୍ୟମାନେ ଏକ ଗ୍ରୁପ୍‌ ଫଟୋ ପାଇଁ ମଞ୍ଚ ଉପରେ ଏକାଠି ଠିଆ ହୋଇଥିଲେ, ସେତେବେଳେ ସମଗ୍ର ବିଶ୍ୱର ନଜର ଏହି ଦୃଶ୍ୟ ଉପରେ ଅଟକି ହୋଇଯାଇଥିଲା। ଏହି ସମୟରେ, ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଥିବା ବନ୍ଧୁତା କେତେ ନିବିଡ଼ ତାହା ଦେଖିବାକୁ ମିଳିଥିଲା।ଉଭୟ ନେତା ପରସ୍ପରକୁ ହସି ସ୍ୱାଗତ କରିଥିଲେ ଏବଂ ଏକାଠି ଆଗକୁ ବଢ଼ିଥିଲେ। ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାଖରେ ଠିଆ ହୋଇଥିବା ଦେଖାଯାଇଥିଲା। କିନ୍ତୁ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ।ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନ୍ କୌଣସି ପ୍ରସଙ୍ଗ ଉପରେ କଥା ହୋଇ ମଞ୍ଚ ଉପ‌ରେ ଚାଲି ଚାଲି ଯାଉଛନ୍ତି। ଦୁହେଁ ଖୁବ୍ ହସି ହସି ଆଗକୁ ବଢ଼ୁଥିବା ବେଳେ ଆଗରେ ଠିଆ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ହେଲେ ଦୁହିଁଙ୍କ ମଧ୍ୟରୁ କେହି ବି ତା‌ଙ୍କୁ ଗୁରୁତ୍ବ ନଦେଇ ଆଗକୁ ବଢ଼ିଯାଉଛନ୍ତି। ଏହି ସମୟରେ ଶେହବାଜ୍ ମୁହଁ ଫୁଲାଇ ଏକ କୋଣରେ ଠିଆ ହୋଇଥିବା ଦେଖାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଶେହବାଜଙ୍କୁ ଚୀନରେ ସେତେଟା ଗୁରୁତ୍ବ ମିଳିନଥିବା ଲୋକେ କହିବା ଆରମ୍ଭ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏଥର ଏସସିଓ ଶିଖର ସମ୍ମିଳନୀରେ ଆଞ୍ଚଳିକ ସୁରକ୍ଷା, ଆର୍ଥିକ ସହଯୋଗ, ଆତଙ୍କବାଦ ଏବଂ ବାଣିଜ୍ୟ ଉପରେ ପ୍ରମୁଖ ଆଲୋଚନା ହେଉଛି। ଭାରତ ଏହି ପ୍ଲାଟଫର୍ମ ମାଧ୍ୟମରେ ଏସିଆ ଏବଂ ପଡ଼ୋଶୀ ଦେଶଗୁଡ଼ିକ ସହିତ ସମ୍ପର୍କକୁ ସୁଦୃଢ଼ ​​କରିବା ଉପରେ କାମ କରୁଛି।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ