ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ ମହିଳା

ପୁରୀ:   ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା। ସିଂହଦ୍ୱାର ଦେଇ ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ୟ୍ୟନ୍ତ ଯାଇଥିଲେ। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୁଲିସ୍‌। ମହିଳା ଜଣକ ଚାଇନିଜ୍‌ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ଉଦ୍ଧାର ବେଳେ ମହିଳା ଜଣକ ପୁଲିସ୍‌କୁ ବିରୋଧ କରୁଥିଲେ। ହେଲେ ପୁଲିସ୍‌ ତାଙ୍କୁ ଜବରଦସ୍ତି ଉଦ୍ଧାର ଅସ୍ଥାୟୀ ଆଉଟ୍‌ ପୋଷ୍ଟକୁ ନେଇଥିଲା। ସେଠାରେ ତାଙ୍କୁ ଦୀର୍ଘ ସମୟଧରି ପଚରାଉଚରା କରିଥିଲା। ତା’ପରେ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।  ପୂର୍ବରୁ କିଛି ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପଶିଥିଲେ। ସେମାନେ ମନ୍ଦିର ଚାରି ପାର୍ଶ୍ୱରେ ବୁଲାବୁଲି କରୁଥିବା ସେବାୟତଙ୍କ ନଜରରେ ପଡ଼ିଥିଲେ। ତା’ପରେ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି ଆଣିଥିଲା। ପଚରାଉଚରା ପରେ ସେମାନେ ବାଂଲାଦେଶୀ ବୋଲି ଜଣାପଡ଼ିଥିଲା। ପୁଲିସ୍‌ ସେମାନଙ୍କ କାଗଜପତ୍ର ଯାଞ୍ଚ କରି ଛାଡ଼ିଥିବା ଜଣାପଡ଼ିଛି। ଢିଲା ସୁରକ୍ଷା ଯୋଗୁ ବିଦେଶୀମାନେ ବାରମ୍ୱାର ଶ୍ରୀମନ୍ଦିର ଭିତରେ ପଶୁଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ