ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ ସବ କମିଟି ଗଠନ, ଖୁବ ଶୀଘ୍ର ଆରମ୍ଭ ହେବ ଧାଡି ଦର୍ଶନ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ ସବ କମିଟି ଗଠନ ହୋଇଛି। ସମୁଦାୟ ୧୪ଟି ସବ କମିଟି ଗଠନ ହୋଇଛି। ଏଥିରୁ ଚାରୋଟି ଅର୍ଥ, ନୀତି, ରତ୍ନଭଣ୍ଡାର, ଅପିଲ୍ ସବ କମିଟି ମୁଖ୍ୟ ରହିଛି।ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏକ ନୂତନ ସବ କମିଟି ଗଠନ ହୋଇଛି। ଏଥିରେ ଅଧ୍ୟକ୍ଷ ରହିଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ। ଶ୍ରୀଜଗନ୍ନାଥ ତତ୍ତ୍ଵ ଗବେଷଣା ଓ ପ୍ରସାର କମିଟି ପାଇଁ ଗଜପତି ମହାରାଜା ଏହାର ଅଧ୍ୟକ୍ଷ ରହିଛନ୍ତି। ସେବକ କଲ୍ୟାଣ ପାଇଁ ଏକ ସବ କମିଟି ଗଠନ ହୋଇଛି। ଜିଲ୍ଲାପାଳ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଭୂମି ସବ କମିଟି ଗଠନ ମଧ୍ୟ ହୋଇଛି। ମୁଖ୍ୟ ପ୍ରଶାସକ ଏଥିରେ ଅଧ୍ୟକ୍ଷ ରହିଛନ୍ତି। ପ୍ରୋଜେକ୍ଟ ଟେକ୍ନିକାଲ କମିଟି ଗଠନ ହୋଇଛି। ପ୍ରକଳ୍ପ ସାଂସ୍କୃତିକ କମିଟି ଗଠନ ହୋଇଛି। ଏଥିରେ ଗଜପତି ମହାରାଜା ଅଧ୍ୟକ୍ଷ ଅଛନ୍ତି। ସଂସ୍ଥା ସବ କମିଟି ଗଠନ ହୋଇଛି। ବିଧି ସବ କମିଟି ଗଠନ ହୋଇଛି। ଜମିଜମା ଜାଲିଆତି ଉପରେ ରୋକ ଲଗାଇବା ପାଇଁ ଆଇନଜୀବୀ ମାନଙ୍କୁ ନେଇ ଏକ କମିଟି ଗଠନ ହେବା ନେଇ ପରିଚାଳନା କମିଟି ବୈଠକରେ ମତପ୍ରକାଶ ପାଇଥିଲା। ନୀତି ସମନ୍ବୟ କମିଟିର ପୁନଃ ପ୍ରଚଳନ ପାଇଁ କମିଟି କରାଯାଇଛି।ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି। ପରିଚାଳନା କମିଟି ଅନୁମୋଦନ କରିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଧାଡ଼ି ଦର୍ଶନ ପାଇଁ ରାମ୍ପ ବା ବ୍ୟାରିକେଡ଼ ବ୍ୟବସ୍ଥା ଲଗାଯାଇ କିଭଳି ବ୍ୟବସ୍ଥା ହେବ ସେନେଇ ପଦକ୍ଷେପ ନିଆଯିବ। ପରୀକ୍ଷା ମୂଳକ ଭାବେ ଏହା ଆରମ୍ଭ ହେବ। ଯାହାଦ୍ବାରା ଅସୁବିଧା ସୁବିଧା ବିଷୟରେ ଜାଣି ହେବ। ଏଏସଆଇ ପକ୍ଷରୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଶ୍ରୀମନ୍ଦିର ନାଟମଣ୍ଡପରେ ବ୍ୟବସ୍ଥା କରାଯିବ। ଏନେଇ କମିଟି ଏକ ଏସଓପି ପ୍ରସ୍ତୁତ କରିବେ। ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ରାମ୍ପ ନିର୍ମାଣ କରାଯିବ। ଏଥିପାଇଁ ଏକ ଏସଓପି କରାଯିବ।ଇସ୍କନର ଅଦିନିଆ ରଥଯାତ୍ରା ଏବଂ ଶ୍ରୀମନ୍ଦିର ନାଁ ରେ ଅପବ୍ୟବହାର, ଦୀଘା ଜଗନ୍ନାଥ ଧାମକୁ ଜଗନ୍ନାଥ ଧାମ ନାମକରଣ କୁ ନେଇ ମଧ୍ୟ ବୈଠକ ରେ ଆଲୋଚନା ହୋଇଛି। ଆସନ୍ତା ୬ ତାରିଖରେ ଗଜପତି ମହାରାଜା ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ। ତୀଥି ଅନୁସାରେ ସମସ୍ତ କାର୍ୟ୍ୟ କରାଯିବା ନେଇ ଗଜପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ।‌ ଶାସ୍ତ୍ର ଓ ପରମ୍ପରା ନିୟମକୁ ଯେ କେହି ବି ଭାଙ୍ଗିବେ ତାଙ୍କ ବିରୁଦ୍ଧରେ କିଭଳି ପଦକ୍ଷେପ ନିଆଯିବ ସେନେଇ ପଦକ୍ଷେପ ନିଆଯିବ।

  • Related Posts

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଭୁବନେଶ୍ବର,04/09: ଭୁବନେଶ୍ବର ଏବଂ କଟକ ସହର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ଖରାପ ହୋଇ ଗଲାଣି। କେଉଁଠି ରାସ୍ତାରୁ ପିଚୁ ଉଠି ଗଲାଣି ତ ଆଉ କେଉଁଠି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ଗମନାଗମନରେ ନାହିଁ ନଥିବା…

    Continue reading
    ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି

    ନାରାୟଣପାଟଣା,04/09 : ଗାଁକୁ ଡିଜିଟାଲ ସେବା ଅପହଞ୍ଚ ହୋଇଛି । ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି । ଆଉ କେଉଁଠି ମୋଟରସାଇକଲରେ ଲାପଟପ୍ ଧରି ଜଙ୍ଗଲ ରାସ୍ତାରେ ନେଟୱର୍କ ଖୋଜା ଚାଲିଛି । ସୀମାନ୍ତ ଆନ୍ଧ୍ର ନେଟୱର୍କରେ ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର