ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ ସବ କମିଟି ଗଠନ, ଖୁବ ଶୀଘ୍ର ଆରମ୍ଭ ହେବ ଧାଡି ଦର୍ଶନ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ ସବ କମିଟି ଗଠନ ହୋଇଛି। ସମୁଦାୟ ୧୪ଟି ସବ କମିଟି ଗଠନ ହୋଇଛି। ଏଥିରୁ ଚାରୋଟି ଅର୍ଥ, ନୀତି, ରତ୍ନଭଣ୍ଡାର, ଅପିଲ୍ ସବ କମିଟି ମୁଖ୍ୟ ରହିଛି।ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏକ ନୂତନ ସବ କମିଟି ଗଠନ ହୋଇଛି। ଏଥିରେ ଅଧ୍ୟକ୍ଷ ରହିଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ। ଶ୍ରୀଜଗନ୍ନାଥ ତତ୍ତ୍ଵ ଗବେଷଣା ଓ ପ୍ରସାର କମିଟି ପାଇଁ ଗଜପତି ମହାରାଜା ଏହାର ଅଧ୍ୟକ୍ଷ ରହିଛନ୍ତି। ସେବକ କଲ୍ୟାଣ ପାଇଁ ଏକ ସବ କମିଟି ଗଠନ ହୋଇଛି। ଜିଲ୍ଲାପାଳ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଭୂମି ସବ କମିଟି ଗଠନ ମଧ୍ୟ ହୋଇଛି। ମୁଖ୍ୟ ପ୍ରଶାସକ ଏଥିରେ ଅଧ୍ୟକ୍ଷ ରହିଛନ୍ତି। ପ୍ରୋଜେକ୍ଟ ଟେକ୍ନିକାଲ କମିଟି ଗଠନ ହୋଇଛି। ପ୍ରକଳ୍ପ ସାଂସ୍କୃତିକ କମିଟି ଗଠନ ହୋଇଛି। ଏଥିରେ ଗଜପତି ମହାରାଜା ଅଧ୍ୟକ୍ଷ ଅଛନ୍ତି। ସଂସ୍ଥା ସବ କମିଟି ଗଠନ ହୋଇଛି। ବିଧି ସବ କମିଟି ଗଠନ ହୋଇଛି। ଜମିଜମା ଜାଲିଆତି ଉପରେ ରୋକ ଲଗାଇବା ପାଇଁ ଆଇନଜୀବୀ ମାନଙ୍କୁ ନେଇ ଏକ କମିଟି ଗଠନ ହେବା ନେଇ ପରିଚାଳନା କମିଟି ବୈଠକରେ ମତପ୍ରକାଶ ପାଇଥିଲା। ନୀତି ସମନ୍ବୟ କମିଟିର ପୁନଃ ପ୍ରଚଳନ ପାଇଁ କମିଟି କରାଯାଇଛି।ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି। ପରିଚାଳନା କମିଟି ଅନୁମୋଦନ କରିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଧାଡ଼ି ଦର୍ଶନ ପାଇଁ ରାମ୍ପ ବା ବ୍ୟାରିକେଡ଼ ବ୍ୟବସ୍ଥା ଲଗାଯାଇ କିଭଳି ବ୍ୟବସ୍ଥା ହେବ ସେନେଇ ପଦକ୍ଷେପ ନିଆଯିବ। ପରୀକ୍ଷା ମୂଳକ ଭାବେ ଏହା ଆରମ୍ଭ ହେବ। ଯାହାଦ୍ବାରା ଅସୁବିଧା ସୁବିଧା ବିଷୟରେ ଜାଣି ହେବ। ଏଏସଆଇ ପକ୍ଷରୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଶ୍ରୀମନ୍ଦିର ନାଟମଣ୍ଡପରେ ବ୍ୟବସ୍ଥା କରାଯିବ। ଏନେଇ କମିଟି ଏକ ଏସଓପି ପ୍ରସ୍ତୁତ କରିବେ। ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ରାମ୍ପ ନିର୍ମାଣ କରାଯିବ। ଏଥିପାଇଁ ଏକ ଏସଓପି କରାଯିବ।ଇସ୍କନର ଅଦିନିଆ ରଥଯାତ୍ରା ଏବଂ ଶ୍ରୀମନ୍ଦିର ନାଁ ରେ ଅପବ୍ୟବହାର, ଦୀଘା ଜଗନ୍ନାଥ ଧାମକୁ ଜଗନ୍ନାଥ ଧାମ ନାମକରଣ କୁ ନେଇ ମଧ୍ୟ ବୈଠକ ରେ ଆଲୋଚନା ହୋଇଛି। ଆସନ୍ତା ୬ ତାରିଖରେ ଗଜପତି ମହାରାଜା ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ। ତୀଥି ଅନୁସାରେ ସମସ୍ତ କାର୍ୟ୍ୟ କରାଯିବା ନେଇ ଗଜପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ।‌ ଶାସ୍ତ୍ର ଓ ପରମ୍ପରା ନିୟମକୁ ଯେ କେହି ବି ଭାଙ୍ଗିବେ ତାଙ୍କ ବିରୁଦ୍ଧରେ କିଭଳି ପଦକ୍ଷେପ ନିଆଯିବ ସେନେଇ ପଦକ୍ଷେପ ନିଆଯିବ।

  • Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading
    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି