ଶ୍ରୀମନ୍ଦିର ବର୍ଜ୍ୟରେ ହେବ ଜୈବିକ ଖତ

ପୁରୀ,: ଶ୍ରୀମନ୍ଦିରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଜୈବିକ ଖତ ଓ ବାୟୋଗ୍ୟାସ୍‌ । ମାଳତିପାଟପୁରଠାରେ ଏଥିନିମନ୍ତେ ପ୍ରତିଷ୍ଠା କରାଯାଉଛି ବାୟୋପ୍ଲିକ୍ସ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ନିର୍ମାଣ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଛି । ଏନେଇ ଶନିବାର ଏକ୍ସରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିରରୁ ଦୈନିକ ଠାକୁରଙ୍କ ବ୍ୟବହାର ପରେ ବାହାରୁଥିବା ପୂଜା ଫୁଲ, ତୁଲସୀ, ବ୍ୟବହୃତ ଅନୁପଯୋଗୀ ମହାପ୍ରସାଦ, ନଡ଼ିଆ କତା, କଦଳୀ ପତ୍ର ସମେତ ରୋଷଘରୁ ବାହାରୁଥିବା ପରିବା ଚୋପା ପ୍ରଭୃତି ବ୍ୟବହାର କରାଯାଇ ଏହି ଜୈବିକ ଖତ ଓ ବାୟୋଗ୍ୟାସ୍‌ ପ୍ରସ୍ତୁତ କରାଯିବ । ପିଜିସିଆଇଏଲ୍‌ ଇଣ୍ଡିଆ ସହାୟତାରେ ଏହି ପ୍ଲାଣ୍ଟ ମାଳତିପାଟପୁରଠାରେ ପ୍ରତିଷ୍ଠା କରାଯାଇଛି । ପ୍ରକଳ୍ପ କାମ ଶେଷ ହେବା ସ୍ଥିତିରେ ରହିଛି । ଦୈନିକ ପ୍ରାୟ ୩ଟନ୍‌ ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ଏହି ପ୍ଲାଣ୍ଟର ରହିଛି । ପ୍ରକଳ୍ପ ଅଗ୍ରଗତି ନେଇ ଏଠାକୁ ପରିଦର୍ଶନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଠାରେ ମୁତୟନ ଯନ୍ତ୍ରୀ ଓ କର୍ମଚାରୀଙ୍କ ସହ ପ୍ରକଳ୍ପ ସ୍ଥିତି ନେଇ ଆଲୋଚନା କରିଥିଲେ । ଏପର୍ୟ୍ୟନ୍ତ ଶ୍ରୀମନ୍ଦିରରୁ କୌଣସି ବର୍ଜବସ୍ତୁ ଏଠାକୁ ଯାଇନି । ପ୍ଲାଣ୍ଟ ନିର୍ମାଣ କାମ ଶେଷ ପରେ ବର୍ଜ୍ୟବସ୍ତୁ ଏଠାକୁ ଯିବ ବୋଲି ଜଣାପଡ଼ିଛି । ଏଠାରେ ପ୍ରସ୍ତୁତ ଜୈବିକ ଖତ ଚାଷୀଙ୍କ କାମରେ ଆସିବ । ବାୟୋଗ୍ୟାସ୍‌ ଶ୍ରୀମନ୍ଦିର ଓ ଲୋକଙ୍କ ବ୍ୟବହାରରେ ଆସିବ । ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁ ବାୟୋମାଇନ୍‌ ଜରିଆରେ ନ୍ୟାଚୁରାଲ୍‌ ଗ୍ୟାସ୍‌ ଓ ଜୈବିକ ଖତ ହେବ । ଜୈବିକ ଖତ ଶ୍ରୀମନ୍ଦିରରେ ଉପବନ ନିମନ୍ତେ ବ୍ୟବହାର ହେବ । ବାୟୋଗ୍ୟାସ୍‌ ବା ରନ୍ଧନ ଉପଯୋଗୀ ଗ୍ୟାସ୍‌କୁ ଶ୍ରୀମନ୍ଦିରରେ କିମ୍ବା କ୍ୟାଣ୍ଟିନ୍‌ରେ ରୋଷେଇ ନିମନ୍ତେ ବ୍ୟବହାର ହେବ । ଏପରି ଭାବେ ଉଦ୍ୟାନର ଫୁଲ, ଚାଷ ଜମିର ପରିବା ଓ ରୋଷ ଘର ବର୍ଜ୍ୟବସ୍ତୁ ରିସାଇକେଲିଂ ପ୍ରକ୍ରିୟାରେ ପୁନଶ୍ଚ ଉଦ୍ୟାନ, ଚାଷ ଜମି ଓ ରୋଷ ଘରେ ପୁନଶ୍ଚ ବ୍ୟବହାର ହୋଇପାରିବ ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ