ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ଧରାପଡ଼ିଲେ ନାବାଳିକା

ପୁରୀ:ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁବାର ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍‌ ଦ୍ୱାରା ଭିଡିଓ ଏବଂ ଫଟୋ ଉତ୍ତୋଳନ କରୁଥିବାବେଳେ ଜଣେ ନାବାଳିକା(୧୫) ସୁରକ୍ଷା କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି। ସେ ତେଲଙ୍ଗାନା ହାଇଦ୍ରାବାଦରୁ ଆସିଥିଲେ ବୋଲି ଜଣାପଡ଼ିଛି।
ଅନୁଯାୟୀ, ନାବାଳିକା ଜଣକ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ଭିତର ବେଢାରେ ଥାଇ କୀର୍ତ୍ତନଚକଡ଼ା, ନୀଳଚକ୍ର ଆଦିର ଫଟୋ ଉଠାଇଥିଲେ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରରୁ ପ୍ରସ୍ଥାନ ସମୟରେ ମୋବାଇଲରେ ପତିତପାବନଙ୍କ ଫଟୋ ଉତ୍ତୋଳନ କରିଥିଲେ। ଏହି ସମୟରେ ସେବାୟତଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ତାଙ୍କୁ ନେଇ ସେ ସୁରକ୍ଷାକର୍ମୀଙ୍କ ଜିମା ଦେଇଥିଲେ। ସୁରକ୍ଷାକର୍ମୀ ତାଙ୍କ ଫୋନକୁ ଯାଞ୍ଚ କରିବା ସହ ଫଟୋ ଓ ଭିଡିଓଗୁଡ଼ିକୁ ଡିଲିଟ କରି ତାଙ୍କୁ ସିଂହଦ୍ୱାର ଥାନାକୁ ନେଇଥିଲେ। ସେଠାରେ ପଚରାଉଚରା କରିବା ପରେ ଏକ ଅଣ୍ଡରଟେକିଂ ଲେଖି ଛାଡ଼ିଦେଇଛି। ତେବେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ସହ ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ଆଣି କଠୋର ଦଣ୍ଡବିଧାନ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

  • Related Posts

    ବଲାଙ୍ଗିରରେ କାଲିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

    ବଲାଙ୍ଗିର: ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ବଲାଙ୍ଗିର ଜିଲ୍ଲାରେ ଆସନ୍ତାକାଲିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ର, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗିର…

    Continue reading
    ସୁବର୍ଣ୍ଣପୁରରେ ୧୮ରୁ ୨୨ ସ୍କୁଲ ଛୁଟି

    ସୁବର୍ଣ୍ଣପୁର: ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତାକାଲିଠାରୁ ୨୨ ତାରିଖ ପର୍ୟ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ର, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ