ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ: ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି । ସୋସିଆଲ୍‌ ମିଡିଆରେ ଭାଇରାଲ ହେଲା ମନ୍ଦିର ଭିତରର ଫଟୋ । ଜଣେ ଯୁବକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ଜଣାପଡିଛି । ସୂଚନା ମୁତାବକ, ଶ୍ରୀମନ୍ଦିର ଭିତର ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ୱେତାଂଶୁ ମହାପାତ୍ର ନାମକ ଜଣେ ଏହି ଦୁଇ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟାଟସ ଦେଇଥିଲେ । ନୀଳାଦ୍ରିବିଜେ ଦିନ ଏହି ଦୁଇ ଫଟୋ ଉଠାଯାଇଥିବା ଅନୁମାନ କରାଯାଉଛି । ତେବେ କିପରି ଓ କେମିତି ଏହି ଫଟୋ ଉଠିଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ସେପଟେ ବୁଧବାର ଦିନ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ୪ ଜଣ ଅମାନିଆ ଶ୍ରୀମନ୍ଦିର ବାହାର ଥିବା ଏକ ଅଳିଆ ଗଦା ନେଇ ମେଘନାଦ ପାଚେରୀ ଡେଇଁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଯାହାପରେ ପୁରୀ ପ୍ରଶାସନ ପକ୍ଷରୁ ଆକ୍ସନ ନିଆଯାଇଛି । ତେବେ ଗୋଟିଏ ଘଟଣାକୁ କିଛି ଘଣ୍ଟା ନପୂରୁଣୁ ଆଉ ଏକ ଘଟଣା । ବାରମ୍ବାର ଶ୍ରୀମନ୍ଦିରର ସୁରକ୍ଷାରେ ତ୍ରୁଟି ଦେଖାଦେଇଛି ।

  • Related Posts

    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading
    ଗୁଳୁଗୁଳି; ୪୦ ଡିଗ୍ରୀ ଡେଇଁଲା ତାପମାତ୍ରା

    ଭୁବନେଶ୍ୱର: ଦିନରେ ଗରମ, ରାତିରେ ଝଡବର୍ଷା। ରାଜ୍ୟରେ ଜାରି ରହିଛି ଖରା ତାତି ସାଙ୍ଗକୁ ଝଡ଼ବର୍ଷା ପ୍ରଭାବ। ଅପରାହ୍ଣରେ ବଦଳି ଯାଉଛି ପାଗ। ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଝଡ଼ବର୍ଷା ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ