ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କାରଣ ଦର୍ଶାଅ ଚିଠି :କାହିଁକି ଜାଣନ୍ତୁ

ପୁରୀ: ମହାପ୍ରଭୁଙ୍କ ସମର୍ପଣ ପରେ ମହାପ୍ରସାଦ କିଣିବାକୁ କେବଳ ପଇସା ଥିବା ଲୋକେ ସମର୍ଥ ହେଉଛନ୍ତି । ଯାହା ପାଖରେ ପଇସା ନାହିଁ ସେ ନିରାଶ ହେଉଛି । କେବଳ ମହାପ୍ରସାଦକୁ ଦେଖୁଛି ଓ ଭୋକିଲା ରହୁଛି । ଏଭଳି ଅବର୍ଣ୍ଣନୀୟ କଷ୍ଟ ଓ ତିକ୍ତ ଅନୁଭୂତି ସମ୍ପର୍କରେ ମହାରାଷ୍ଟ୍ର ମୁମ୍ବାଇ ସହର ବାସିନ୍ଦା ମନିଷ କପୁର ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଅଭିଯୋଗ ଦେଇଛନ୍ତି । ଯାହା ପରେ ରାଜ୍ୟ ଆଇନ ବିଭାଗ ଯୁଗ୍ମ ସଚିବ ଅଂଶୁମାନ ମହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କାରଣ ଦର୍ଶାଅ ଚିଠି କରିଛନ୍ତି । ଏହି ଘଟଣା ଉପରେ ଉଚିତ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ମନିଷ କପୁର ଶ୍ରୀମନ୍ଦିର ଶୋଷଣ, ଦୁର୍ନୀତି ଓ ସାମାଜିକ ଭେଦଭାବର ତିକ୍ତ ଅନୁଭୂତି ଦେଖିଥିଲେ । ସେ ଅଭିଯୋଗ କରିଛନ୍ତି, ମହାପ୍ରସାଦର ବ୍ୟବସାୟୀକରଣ ହୋଇଛି । ପଇସାବାଲାଙ୍କ ହାତ ଟେକା ମହାପ୍ରସାଦ ମିଳିଲେ ଗରିବଙ୍କ ପେଟ ପୂରୁଛି । କେବଳ ସେବକ ଓ ତାଙ୍କ କର୍ମଚାରୀଙ୍କ ଦ୍ୱାରା ମହାପ୍ରସାଦ ବିକ୍ରିବଟା ହେଉଛି । ମହାପ୍ରସାଦ କଳାବଜାରି ମଧ୍ୟ କରାଯାଉଛି । ପତିତଜନଙ୍କ ନିମନ୍ତେ ମହାପ୍ରଭୁ ପତିତପାବନ ଭାବେ ପରିଚିତ । ଏହି ଠାକୁରଙ୍କ ଦର୍ଶନ କରିବା ନିମନ୍ତେ ଅନେକ ଗରିବ ଶ୍ରଦ୍ଧାଳୁ ଅର୍ଥର ବ୍ୟବସ୍ଥା କରି ନପାରି ଦୂରଦୂରାନ୍ତରୁ ଚାଲି ଚାଲି ହେଉ ବା ଟ୍ରେନ୍‌ ଯୋଗେ ଶ୍ରୀକ୍ଷେତ୍ରକୁ ଆସନ୍ତି । ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାହିଁକି ଧନୀ-ଗରିବ ଭେଦଭାବ ସୃଷ୍ଟି କରି ମହାପ୍ରସାଦ ବଣ୍ଟନରେ ପାତରଅନ୍ତର କରୁଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏହି ବିଶାଳ ଜାତୀୟ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ନିମନ୍ତେ ଶ୍ରୀମନ୍ଦିରରେ ନ୍ୟାୟ, ସ୍ୱଚ୍ଛତା, ସଦ୍‌ଭାବ ବଜାୟ ରଖିବାକୁ କାର୍ୟ୍ୟ କରାଯାଉ ବୋଲି ସେ ନିବେଦନ କରିଛନ୍ତି ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ