
ଭୁବନେଶ୍ବର : ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ବୟାନ । ରତ୍ନ ଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାଆନ୍ତା ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ଶହେରୁ ଦୁଇ ଶହ ବର୍ଷ ଠିକ୍ ଢ଼ଙ୍ଗରେ ରହିଲା ପରି ମରାମତି ଉପରେ ଗୁରୁତ୍ବ
। ତାକୁ ନଜରରେ ରଖି ASIକୁ କୌଣସି ପ୍ରକାର ବ୍ୟସ୍ତ କରାଯାଉନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି ଚୂଡ଼ାନ୍ତ ସ୍ଥିତିକୁ ଆସିଲାଣି । ନିତିକାନ୍ତି ବ୍ୟାହତ ନକରି ମରାମତି କାମ ଚାଲିଛି । ଦିନରେ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ମରାମତି କାମ ଚାଲିଛି । ରତ୍ନ ଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା, ଯଦି ମରାମତି ହୋଇ ନ ଥାଆନ୍ତା, ମୋର ତ ଆଶଙ୍କା ହୁଏତ ଭିତର କେତେବେଳେ ଭୁଶୁଡ଼ି ପଡ଼ି ଥାଆନ୍ତା । ତେଣୁ ସେଭଳି ସ୍ଥିତିରେ ଥିବା ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ଶହେରୁ ଦୁଇ ଶହ ବର୍ଷ ଠିକ୍ ଢ଼ଙ୍ଗରେ ରହିଲା ପରି ମରାମତିର ଯେଉଁ ପ୍ରକ୍ରିୟା ରହିଛି । ତାକୁ ନଜର ରଖି ASIକୁ କୌଣସି ପ୍ରକାର ବ୍ୟସ୍ତ କରାଯାଉ ନାହିଁ । ସେମାନେ ତାଙ୍କ ନିଜ ଟାଇମ୍ରେ କାମ କରୁଛନ୍ତି । ଯେହେତୁ ASIକୁ ସମୟ କମ୍ ଦିଆଯାଉଛି । ସେଇ ଦୃଷ୍ଟିରୁ ବିଳମ୍ବିତ ହେଉଛି । ସ୍ନାନ ଯାତ୍ରା ପୂର୍ବରୁ ଆମେ ବି ସାରିବା ପାଇଁ ଚେଷ୍ଟା କରୁଛୁ । ରତ୍ନ ଭଣ୍ଡାରର କାମ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ।








