ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅମୃତ ମଣୋହି ଜମି ହଡ଼ପ ଉଦ୍ୟମକୁ ବଡ଼ ଝଟକା !

ଦୁଇଟି ମାମଲାରେ କିସମ ପରିବର୍ତ୍ତନ ପାଇଁ ଆସିଥିଲା ଜମି, ଶେଷରେ ଜମି ଫେରିଲା ମହାପ୍ରଭୁଙ୍କ ନାମରେ

ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନ, ୧୯୫୮ ର ଧାରା ୩୨ ରେ ଥିବା କ୍ଷମତା ବଳରେ ରାଜସ୍ୱ ପର୍ଷଦ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର, ଅକ୍ଟୋବର ୧ : ଶ୍ରୀ ଗୁଣ୍ଡିଚା ମନ୍ଦିର ଶରଧା ବାଲି ନିକଟବର୍ତ୍ତୀ ମୂଲ୍ୟବାନ ଜମି। ସାବିକ ରେକର୍ଡରେ ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥ। ସ୍ଥିତି—ଅମୃତ ମଣୋହି। ପରେ ବଦଳିଗଲା ରେକର୍ଡ, ଆସିଲା ବ୍ୟକ୍ତିଗତ ନାମ ଏବଂ ହେଲା ବିକ୍ରୟ। କିସମ ପରିବର୍ତ୍ତନ ଓ ନିଜସ୍ୱ ଅଧିକାରର ଦାବିକୁ ନେଇ ବିଷୟ ଯାଇ ପହଞ୍ଚିଲା ଓଡ଼ିଶା ରାଜସ୍ୱ ପର୍ଷଦରେ। ଶେଷରେ ରାଜସ୍ୱ ପର୍ଷଦର ହସ୍ତକ୍ଷେପରେ ମହାପ୍ରଭୁଙ୍କ ଅମୃତ ମଣୋହି ଜମିର ମୂଳ ସ୍ଥିତି ପୁଣି ସ୍ପଷ୍ଟ ହୋଇଛି। ଯେଉଁ ଜମିକୁ ବ୍ୟକ୍ତିଗତ ରେକର୍ଡରେ ନେବାର ଦାବି ହୋଇଥିଲା, ତାହାକୁ ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରିବାକୁ ନିର୍ଦ୍ଦେଶ ହୋଇଛି।

ମୌଜା ତାଳବଣିଆ, ପୁରୀର ଏହି ଜମି ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବାରୁ ଏହାର ଗୁରୁତ୍ୱ ଅଧିକ। ମାମଲାରେ ଉପଲବ୍ଧ ସାବିକ ରେକର୍ଡରୁ ଜଣାପଡ଼ିଥିଲା ଯେ ସମ୍ପୃକ୍ତ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଅମୃତ ମଣୋହି ସ୍ଥିତିରେ ୧୮୮୯ ମସିହା ସାବିକ ରେକର୍ଡଭୁକ୍ତ ଥିଲା। କିନ୍ତୁ ୨୦୦୨ ମସିହା ରେ ଏହି ଜମିର ରେକର୍ଡ ବ୍ୟକ୍ତିଗତ ନାମରେ କରାଯାଇଥିଲା । ଏହା ପରେ ପଞ୍ଜୀକୃତ ବିକ୍ରୟ ଦଲିଲ ମାଧ୍ୟମରେ ଜମି ଅନ୍ୟ ବ୍ୟକ୍ତିଙ୍କ ନାମକୁ ହସ୍ତାନ୍ତର ହୋଇଥିବା ତଥ୍ୟ ମଧ୍ୟ ମାମଲାରେ ଆସିଥିଲା। ଜମିର ମୂଳ ମାଲିକାନା ଓ ପରବର୍ତ୍ତୀ ହସ୍ତାନ୍ତରର ବୈଧତାକୁ ନେଇ ଏହିଠାରୁ ମୁଖ୍ୟ ଆଇନଗତ ପ୍ରଶ୍ନ ଉଠିଥିଲା।

ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଓଡ଼ିଶା ରାଜସ୍ୱ ପର୍ଷଦର ନ୍ୟସ୍ତ, ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନର ଧାରା ୩୨ ଅନୁଯାୟୀ ସ୍ୱତଃ ପ୍ରବୃତ୍ତ ଭାବେ, ମାମଲା ଗ୍ରହଣ କରି ସମ୍ପୃକ୍ତ ରେକର୍ଡ ଓ ଦଲିଲଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ସାବିକ ରେକର୍ଡ, ହାଲ ରେକର୍ଡ, ବିକ୍ରୟ ଦଲିଲ, ଜମିର ଉତ୍ସ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ସମ୍ପର୍କିତ ଆଇନଗତ ବ୍ୟବସ୍ଥାକୁ ଏକାଠି ବିଚାର କରାଯାଇଥିଲା। ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ଧାରା ୧୬(୨) ଅନୁଯାୟୀ, ମନ୍ଦିର କମିଟିର ଦଖଲରେ ଥିବା ଅଚଳ ସମ୍ପତ୍ତିକୁ ବିକ୍ରୟ କିମ୍ବା ଅନ୍ୟ ଭାବେ ହସ୍ତାନ୍ତର କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଆବଶ୍ୟକ ପୂର୍ବ-ଅନୁମୋଦନ ଆବଶ୍ୟକ l ଏହି ଆବଶ୍ୟକ ପୂର୍ବ ଅନୁମୋଦନ ଥିବାର ପ୍ରମାଣ ମାମଲାରେ ଉପସ୍ଥାପିତ ହୋଇ ପାରି ନଥିଲା। ରାଜସ୍ୱ ପର୍ଷଦର ବିଚାରରେ, ମୂଳ ହସ୍ତାନ୍ତରର ଆଇନଗତ ବୈଧତା ପ୍ରମାଣିତ ନହେଲେ କେବଳ ପରବର୍ତ୍ତୀ ବିକ୍ରୟ ଦଲିଲ ଦ୍ୱାରା ସେହି ତ୍ରୁଟିକୁ ବୈଧ କରାଯାଇପାରିବ ନାହିଁ।

ଏପରିକି ମନ୍ଦିର ପରିଚାଳନା କମିଟିର ସମ୍ମତି କିମ୍ବା ଅନାପତ୍ତି ଥିବା ଦାବି ମଧ୍ୟ ରାଜ୍ୟ ସରକାରଙ୍କ ଆବଶ୍ୟକ ପୂର୍ବ ଅନୁମୋଦନର ବିକଳ୍ପ ହୋଇପାରିବ ନାହିଁ ବୋଲି ଆଇନଗତ ସ୍ଥିତିକୁ ବିଚାର କରାଯାଇଥିଲା। ଫଳରେ ଜମିର ମୂଳ ରେକର୍ଡ ଓ ଏହାର ପରବର୍ତ୍ତୀ ହସ୍ତାନ୍ତର ମଧ୍ୟରେ ଥିବା ତଫାତ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ରାଜସ୍ୱ ପର୍ଷଦ ପକ୍ଷରୁ ସମ୍ପୃକ୍ତ ଜମିର ହାଲ ଓ ନଟ୍‌-ଫାଇନାଲ ରେକର୍ଡକୁ ସାବିକ ରେକର୍ଡ ସହ ସମନ୍ୱୟ ରଖି ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ, ମାର୍ଫତ ମନ୍ଦିର ପରିଚାଳନା କମିଟି, ଅମୃତ ମଣୋହି ସ୍ଥିତି’ ରେ ରେକର୍ଡ କରିବାକୁ ସମ୍ପୃକ୍ତ ସେଟଲମେଣ୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି।

ଅର୍ଥାତ୍ ଯେଉଁ ଜମି କ୍ରମେ ବ୍ୟକ୍ତିଗତ ରେକର୍ଡରେ ଆସିଥିଲା ଏବଂ ପରବର୍ତ୍ତୀ ସମୟରେ ବିକ୍ରୟ ହୋଇଥିଲା, ତାହାର ମୂଳ ରେକର୍ଡର ସ୍ଥିତିକୁ ରାଜସ୍ୱ ପର୍ଷଦ ପୁନର୍ବାର ସ୍ପଷ୍ଟ କରିଦେଇଛି। କିସମ ପରିବର୍ତ୍ତନର ଦାବି ନେଇ ଆସିଥିବା ଜମି ଶେଷରେ ମହାପ୍ରଭୁଙ୍କ ନାମରେ ରହିଲା। ଏହି ଘଟଣାର ସବୁଠାରୁ ବଡ଼ ଦିଗ ହେଉଛି, ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୂଲ୍ୟବାନ ଜମିର ମୂଳ ଅମୃତ ମଣୋହି ସ୍ଥିତିକୁ ପରବର୍ତ୍ତୀ ବ୍ୟକ୍ତିଗତ ରେକର୍ଡ ଓ ବିକ୍ରୟ ଦଲିଲ ଆଧାରରେ ପରିବର୍ତ୍ତନ କରାଯାଇପାରିଲା ନାହିଁ। ରାଜସ୍ୱ ପର୍ଷଦର ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁ, ଏହି ପ୍ରକାରର ପ୍ରାୟ ୧.୫ ଏକର ( ଦେଢ଼ ଏକର ) ଜମି କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଖାତା କୁ ଆଣିବା ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦେଶ ଦେଇଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ସରକାରୀ ଅଧିବକ୍ତା, ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ମାମଲାରେ ମହାପ୍ରଭୁଙ୍କ ପକ୍ଷରୁ ଦୃଢ଼ ଭାବେ ଆଇନଗତ ପକ୍ଷ ଉପସ୍ଥାପନ କରିଥିଲେ। ଏହି ଦୁଇଟି ମାମଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତିର ରେକର୍ଡ ସୁରକ୍ଷା ଓ ଆଇନଗତ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ ଭାବେ ଦେଖାଯାଉଛି। ମହାପ୍ରଭୁଙ୍କ ନାମରେ ଥିବା ମୂଳ ଅଧିକାରକୁ କେବଳ ପରବର୍ତ୍ତୀ ରେକର୍ଡ, ମ୍ୟୁଟେସନ କିମ୍ବା ବିକ୍ରୟ ଦଲିଲ ଆଧାରରେ ବଦଳାଇ ଦିଆଯାଇପାରିବ ନାହିଁ ; ଏହି ଆଇନଗତ ସ୍ଥିତି ଏହି ମାମଲାଗୁଡ଼ିକରେ ପୁଣିଥରେ ସାମ୍ନାକୁ ଆସିଛି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ