ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ବିଜେଡି ପ୍ରତିନିଧି ଦଳ ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟିଛି । କମିଶନଙ୍କୁ ଭେଟି ରାଜ୍ୟ ସ୍ବାର୍ଥ ସମ୍ପର୍କୀତ ଦାବି ଉତ୍ଥାପନ କରିଛି ବିଜେଡି । ସବୁଠୁ ଗୁରୁତ୍ବପୂର୍ଣ୍ଣ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ପୁଣି କମିଶନଙ୍କ ଆଗରେ ଦୋହରାଇଛି ବିଜେଡି ।
ଉତ୍ତରପୂର୍ବ ରାଜ୍ୟଗୁଡିକ ପରି ୯୦:୧୦ ଅନୁପାତରେ କେନ୍ଦ୍ରୀୟ ସହାୟତା, ଖଣି ରୟାଲିଟି ବୃଦ୍ଧି କରିବାକୁ ଦଳ ଦାବି କରିଛି । ସେସ ସରଚାର୍ଜ ବୃଦ୍ଧି ହୋଇ ଚାଲିଛି କିନ୍ତୁ ସେହି ଅନୁସାରେ ରାଜ୍ୟକୁ ବଣ୍ଟା ଯାଉନି । ଏଥିରେ ମଧ୍ୟ ଅଂଶରେ ବୃଦ୍ଧି ଲାଗି ଦଳ ଦାବି କରିଛି । କ୍ଲିନ ଏନର୍ଜି, ପୂଜାସ୍ଥଳୀ ଗୁଡିକ ପାଇଁ ସ୍ୱତନ୍ତ୍ର ପାଣ୍ଠି ସହ ଅର୍ବାନ କ୍ଲଷ୍ଟର ୪ଟି କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଅର୍ଥ କମିଶନଙ୍କ ଆଗରେ ଦାବି ଉପସ୍ଥାପନା ନେଇ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି । ୨୦୨୪ ନିର୍ବାଚନ ଇସ୍ତାହାରରେ ଯାହା କହିଥିଲେ ତାକୁ କାର୍ୟ୍ୟକାରୀ କରିବା ଲାଗି କମିଶନଙ୍କ ଆଗରେ ସରକାର ସେପରି ଉପଯୁକ୍ତ ଦାବି ଉପସ୍ଥାପନ କରିନାହାଁନ୍ତି । ଏହା ଦୁଃଖର ବିଷୟ ବୋଲି କହିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ । ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ପଦୁଟିଏ ମଧ୍ୟ କହିଲେନି । ସେମାନେ ମେମୋରାଣ୍ଡମ ତିଆରି କରିଛନ୍ତି ନା ଆଉ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଅମର । ଅର୍ଥ କମିଶନଙ୍କ ପରି ଏକ ବଡ଼ ପ୍ଲାଟଫର୍ମରେ ରାଜ୍ୟ ସ୍ବାର୍ଥକୁ ବଳିଦେବା କି ବୋଲି ପ୍ରଶ୍ନ କରିଛନ୍ତି ଅମର ।
ରାଜ୍ୟର ଆର୍ଥିକ ସ୍ଥିତି ଯୋଗୁଁ ସରକାର ଅଦିନିଆ ବର୍ଷାରେ ଚାଷୀଙ୍କୁ କ୍ଷତିପୂରଣ ଦେଇ ପାରୁନାହାନ୍ତି । ତେଣୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାଗିବାର ଥିଲା । କମିଶନଙ୍କ ଆଗରେ ରାଜ୍ୟର ସ୍ବାର୍ଥ ଉପସ୍ଥାପନ କରିବା କଥା । ଏଥିରେ ରାଜନୈତିକ ସ୍ୱାର୍ଥ ରହିବା କଥା ନୁହେଁ । ଏବେ ଡବଲ ଇଞ୍ଜିନ ସରକାର । ତେଣୁ ସରକାର ବେଶୀ ଦାବି ରଖିବା ଉଚିତ କହି ତେରେଚ୍ଛା ବାଣ ମାରିଛି ବିଜେଡି । ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ନାହିଁ । କେବଳ ନିଜର ସରକାର ବିଷୟରେ ଭାବୁଛନ୍ତି । ଏହା ରାଜ୍ୟବାସୀଙ୍କ ପାଇଁ ଗୋଟେ ଉପହାସ ବୋଲି କହିଛନ୍ତି ଅମର ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ