ଷ୍ଟପ୍ ବୋର୍ଡ ଭାଙ୍ଗି ମାଡ଼ି ଆସିଲା ଗୋରୁ ବୋଝେଇ ଗାଡ଼ି : ଅଳ୍ପକେ ବର୍ତିଲେ ଏସ୍ଆଇ

ଗୋରୁ ବୋଝେଇ ଗାଡ଼ି କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ ଏଏସଆଇ। ଷ୍ଟପ୍ ବୋର୍ଡ ଭାଙ୍ଗି ଏଏସଆଇଙ୍କ ଆଡକୁ ମାଡ଼ି ଆସିଲା ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ପୁଲିସ ବାବୁ। ଭଦ୍ରକ ଜିଲ୍ଲା ତିହିଡି ଥାନା ସମ୍ମୁଖସ୍ଥ ରାଜ୍ୟ ରାଜପଥରେ ଏହି ଘଟଣା ଘଟିଛି।
ଗତ ମଙ୍ଗଳବାର ରାତି ପ୍ରାୟ ୮ଟା ୩୦ ସମୟର ଏକ ଗୋରୁ ବୋଝେଇ ଗାଡ଼ି ଚାନ୍ଦବାଲିରୁ ବାହାରି ତିହିଡ଼ି ଥାନା ଦେଇ ଭଦ୍ରକ ଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକ କୌଣସି ସୂତ୍ରରୁ ସୂଚନା ପାଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସିଙ୍କ ସମେତ ଏଏସଆଇ କମଳାକାନ୍ତ ଶତପଥି ଓ ଅନ୍ୟମାନେ ସମସ୍ତେ ଥାନା ସମ୍ମୁଖରେ ଉକ୍ତ ଗାଡିକୁ ଅଟକାଇବା ପାଇଁ ଯୋଜନା କରିଥିଲେ। ଥାନାରେ ଥିବା ଦୁଇଟି ଷ୍ଟପ୍ ବୋର୍ଡ ରାସ୍ତା ଉପରେ ଲଗାଇ ଚେକିଂ କରାଯାଇଥିଲା।
ଚେକିଂ ଚାଲିଥିବା ବେଳେ ଏକ ନମ୍ବର ବିହୀନ ଧଳା ରଙ୍ଗର ପିକ୍‌ଅପ୍ ଭ୍ୟାନ ତିହିଡି ବଜାରରୁ ଆଡୁ ଆସୁଥିବା ଏଏସଆଇ କମଳାକାନ୍ତ ଶତପଥି ଦେଖିଥିଲେ। ପରେ ରାସ୍ତାର ଡାହାଣ ପାଖରେ ଏକ ଷ୍ଟପ୍ ବୋର୍ଡ ଲଗାଇ ଗାଡ଼ିଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଗୋରୁ ବୋଝେଇ ଗାଡ଼ିଟି ଷ୍ଟପ୍ ବୋର୍ଡ ଉପରେ ମାଡ଼ି ଯାଇଥିଲା। ଜୀବନ ବଞ୍ଚାଇବାକୁ ଯାଇ ଏଏସଆଇ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଡେଇଁ ପଡ଼ିଥିଲେ। ପରେ ଗାଡ଼ିଟି ଷ୍ଟପ୍ ବୋର୍ଡ ଭାଙ୍ଗି ଗାଡ଼ିଟି ଦ୍ରୁତଗତିରେ ପଳାଇ ଯାଇଥିଲା। ଉକ୍ତ ଗାଡ଼ିକୁ ପୁଲିସ କର୍ମଚାରୀ ପିଛା କରିଥିଲେ। ହେଲେ ଗାଡ଼ି଼ଟିର କୌଣସି ସନ୍ଧାନ ପାଇ ନଥିଲା। ପୁଲିସକୁ ଚକମା ଦେଇ ଗାଡ଼ି ଖସି ଯାଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ