ଭୁବନେଶ୍ୱର,୧୪।୦୫।୨୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ରାଜ୍ୟ ପ୍ରଶାସନ, ପୋଲିସ ଉଚ୍ଚ ପଦାଧିକାରୀ ଏବଂ ଜିଲ୍ଲାପାଳ ଓ ଏସ୍.ପିମାନଙ୍କ ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ପରାମର୍ଶ ଦେଇ କହିଛନ୍ତି ଯେ, ରାଜ୍ୟ ପୋଲିସ ଏଭଳି ପଦକ୍ଷେପ ନେଉ ଯାହାଦ୍ୱାରା ପୋଲିସ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବା ସହିତ ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିପାରିବ। କ୍ରାଇମ୍ ମ୍ୟାପିଙ୍ଗ୍, ଗୁଇନ୍ଦା ତଥ୍ୟ, ସମ୍ପୂର୍ଣ୍ଣ ଭାବେ କଡାକଡ଼ି ପାଟ୍ରୋଲିଙ୍ଗ୍, ଆଗୁଆ ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲା ସ୍ତରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ମିଳିତ ଭାବେ ଗୋଟିଏ ଟିମ୍ ଭାବେ କାମ କରିବା ଆବଶ୍ୟକ । ପୋଲିସ ସହିତ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ଅପରାଧ ନିୟନ୍ତ୍ରଣରେ ଅଧିକ ସଫଳତା ଆସିପାରିବ। ଯେ କୌଣସି ଅପରାଧିକ କାର୍ଯ୍ୟକଳାପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପୋଲିସ ପ୍ରଶାସନ ପାଇଁ ଖୁବ୍ ସହାୟକ ହୋଇପାରିବେ। ବିଭିନ୍ନ ଯୋଜନା ଓ ପ୍ରକଳ୍ପର ସଫଳତା ପାଇଁ ଯେପରି ଟିମ୍ ସ୍ପିରିଟ୍ରେ କାମ କରାଯାଉଛି, ସେହିଭଳି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଟିମ୍ ସ୍ପିରିଟ୍ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୋଲିସ ସମ୍ପୂର୍ଣ୍ଣ ଭାବେ ଆଗୁଆ ପଦକ୍ଷେପ ବା Pro Active Action ନେବା ଅତ୍ୟନ୍ତ ଜରୁରୀ । ବିଭିନ୍ନ ଅଞ୍ଚଳର ଅପରାଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରି କ୍ରାଇମ୍ ମ୍ୟାପିଙ୍ଗ୍ କରିବା ଜରୁରୀ । ଏହା ସହିତ ଗୁଇନ୍ଦା ତଥ୍ୟ ସଂଗ୍ରହ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ସାଧାରଣ ଲୋକଙ୍କ ସହିତ ବନ୍ଧୁ ଭଳି ସୁ-ସମ୍ପର୍କ ରକ୍ଷା କରିପାରିଲେ ପୋଲିସକୁ ସୂଚନା ମିଳିବାରେ ସହାୟତା ମିଳିପାରିବ । ଏହାଦ୍ୱାରା ପୋଲିସକୁ ମଧ୍ୟ ଅନେକ ସ୍ଥଳରେ ଆଗୁଆ ପଦକ୍ଷେପ ନେବା ପାଇଁ ସୁବିଧା ହେବ ।
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ
ଦେବଗଡ଼ ଜ଼ିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଏବଂ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆଗାମୀ ମୌସୁମୀ ପ୍ରବାହକୁ ଦୃଷ୍ଟି ରେ ରଖି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ଏକ…


