ସଂଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା

ଭୁବନେଶ୍ୱର:ଯାତ୍ରା ଜଗତର ଖଳନାୟକ ସଞ୍ଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା ବା ଅପେରା ମାଷ୍ଟର ସଂଘ(ଓଏମଏ)। ଏକ ପୋଡକାଷ୍ଟରେ ସଞ୍ଜୟ ବିବାଦୀୟ ମନ୍ତବ୍ୟ ଦେଇ ନିଜ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି, ଯାହା ଫଳରେ ଓମା ତାଙ୍କ ବିରୋଧରେ ଏଭଳି କାର୍ୟ୍ୟାନୁଷ୍ଠାନ ନେଇଛି।
ପୋଡକାଷ୍ଟରେ ସଞ୍ଜୟ ଦେଇଥିବା ମନ୍ତବ୍ୟକୁ ନେଇ ଓମା ସଭାପତି ବିଜୟ ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ସଞ୍ଜୟ ଭୋଳଙ୍କୁ ଆମେ ଆଜୀବନ ବାସନ୍ଦ କରୁଛୁ। ସେ ଯେଉଁ ଯାତ୍ରାପାର୍ଟିରେ କାମ କରିବେ, ଓମାରେ ସଦସ୍ୟ ଥିବା ଲେଖକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଯିବେନାହିଁ। ଏ ନେଇ ଆମେ ରାଜ୍ ନନ୍ଦିନୀ ଯାତ୍ରାପାର୍ଟି ମାଲିକଙ୍କୁ ଅବଗତ କରାଇଛୁ ବୋଲି ବିଜୟ କହିଛନ୍ତି। ସଞ୍ଜୟ ୨୦୨୫-୨୬ ବର୍ଷ ଲାଗି ରାଜ ନନ୍ଦିନୀ ପାର୍ଟିରେ କାମ କରିଥାନ୍ତେ। ଅନ୍ୟପଟେ ବିଜୟ ନିଜେ ରାବଣ’, ‘ପାହାନ୍ତି ରାତିର ପାପ’ ନାଟକ ଲାଗି କାମ କରୁଥିଲେ। ସେ ଏହି ନାଟକରୁ ଓହରି ଯାଇଛନ୍ତି।

ସୂଚନାଯୋଗ୍ୟ, ସଞ୍ଜୟ ଏକ ପୋଡକାଷ୍ଟରେ ଯାତ୍ରାର କାହାଣୀ ଲେଖକଙ୍କ ଲେଖାକୁ ଛି ଛି ବୋଲି କହିଥିଲେ। ସେ କହିଥିଲେ, ଲେଖକ ନକଲ କରୁଛନ୍ତି। ହାସ୍ୟାଭିନେତା ଦୟାଙ୍କ କ୍ଷେତ୍ରରେ ଓଏମଏର ଆଭିମୁଖ୍ୟକୁ ନେଇ ସଞ୍ଜୟ କହିଥିଲେ ଯେ, ଏହା ଗୋଇଠା ମାରି ବିଷ୍ଣୁ ହେବା ସଦୃଶ। ସଞ୍ଜୟଙ୍କ ଏପରି ମନ୍ତବ୍ୟକୁ ଓମା ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।

  • Related Posts

    ରସଗୋଲା ଦିବସ

    ଭୁବନେଶ୍ୱର: ରସଗୋଲା କାହାକୁ ବା ଭଲ ନ ଲାଗେ । ସମ୍ପର୍କରେ ମିଠାପଣ ଭରେ ଉତ୍ସବରେ ମଧୁରତା ଆଣିଥାଏ ସେ ରସଗୋଲା । ଓଡ଼ିଆ ଘରେ ଅତିଥି ଚର୍ଚ୍ଚା ହେଉ କି ଆନନ୍ଦ ଉଲ୍ଲାସର ମୁହୂର୍ତ୍ତ ସବୁଠି ଲୋଡା ପଡ଼େ ରସଗୋଲା…

    ଆଜି ସାରା ବିଶ୍ୱରେ ପାଳନ ହେବ ‘ଆର୍ଥ ଆଓ୍ୱାର୍’

    ଭୁବନେଶ୍ବର: ଆଜି ସାରା ବିଶ୍ୱରେ ପାଳନ ହେବ ‘ଆର୍ଥ ଆଓ୍ୱାର୍’। ରାତି ସାଢ଼େ ୮ଟାରୁ ସାଢ଼େ‌ ୯ଟା ଘଣ୍ଟାଏ ଯାଏ ଲିଭିବ ଆଲୁଅ।ଘଣ୍ଟାଏ ଅନ୍ଧାର ହୋଇଯିବ ପୃଥିବୀ। ‘ଆର୍ଥ ଆଓ୍ୱାର୍’ରେ ୧ ଘଣ୍ଟା ଆମ ପୃଥିବୀ ମାଆ ପାଇଁ ପାଳନ କରିବାକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ସ୍ଥଗିତାଦେଶ

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା