ସଂସଦରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ: ଜାତୀୟ ଉତ୍ସବର ମାନ୍ୟତା ଦେବାକୁ ଦାବି କଲେ ଦେବାଶିଷ

ନୂଆଦିଲ୍ଲୀ: କଟକ ବିଶ୍ବପ୍ରସିଦ୍ଧ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେବାକୁ ଦାବି କଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ମଙ୍ଗଳବାର ଦିନ ସେ ଗୃହରେ ଏହି ଦାବି ଉଠାଇଛନ୍ତି । ରାଜ୍ୟସଭାରେ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସାଂସଦ କହିଛନ୍ତି ଯେ ‘‘ବାଲିଯାତ୍ରା ଏକ ଜାତୀୟ ମହୋତ୍ସବର ମହତ୍ତ୍ୱ ଗ୍ରହଣ କରିଛି। କାରଣ ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏଥିରେ ଅଂଶଗ୍ରହଣ କରି ଏହାକୁ ଏକ ବଡ ମହୋତ୍ସବରେ ପରିଣତ କରିଛନ୍ତି’’ ।
“କାର୍ତ୍ତିକ ପୂର୍ଣ୍ଣିମାରେ ଓଡିଶାର ୨୦୦୦ ବର୍ଷ ପୁରୁଣା ସାମୁଦ୍ରିକ ଗୌରବକୁ ସମ୍ମାନ ଜଣାଇବା ପାଇଁ ପ୍ରତୀକାତ୍ମକ ଭାବରେ ହଜାର ହଜାର ଡଙ୍ଗା ମହାନଦୀରେ ଭାସୁଥାଏ। ଦୀର୍ଘ ବର୍ଷ ଧରି ଏହି ମେଳାର ଆକାର ଧୀରେ ଧୀରେ ବିସ୍ତୃତ ହେବାରେ ଲାଗିଛି । ଯାହାକୁ ଏସିଆର ସବୁଠୁ ବଡ ମେଳା କୁହାଯାଇ ବୋଲି ଲୋକକଥା ରହିଛି। ସାତ ଦିନର ମେଳା ଏବେ ଏକ ଜାତୀୟ ମହୋତ୍ସବରେ ପରିଣତ ହୋଇଛି ଯେଉଁଠାରେ ଆପଣ ଜାତୀୟ କାରିଗର, ନୃତ୍ୟ ପ୍ରଦର୍ଶନ, ବୁଣାକାର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଆଦିବାସୀମାନେ ବଜାରରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାକୁ ଅଂଶଗ୍ରହଣ କରନ୍ତି । ଆମ ନେତା ତଥା ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟସ୍ତରୀୟ ଉତ୍ସବ ଘୋଷଣା କରିସାରିଛନ୍ତି ଏବଂ ଏହାକୁ ଜାତୀୟ ଉତ୍ସବର ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି’’।

ଏହି ଦାବି ଉପସ୍ଥାପନ କରିବା ସହ ବିଜେଡି ସାଂସଦ ଇଣ୍ଡୋନେସିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିପରି ଏହି ଲୋକପ୍ରିୟ ଉତ୍ସବ ବିଷୟରେ ଉଲ୍ଲେଖ କରିଥିଲେ ତାହା ଉଲ୍ଲେଖ କରିଛନ୍ତି।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ