ସଂସଦରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ: ଜାତୀୟ ଉତ୍ସବର ମାନ୍ୟତା ଦେବାକୁ ଦାବି କଲେ ଦେବାଶିଷ

ନୂଆଦିଲ୍ଲୀ: କଟକ ବିଶ୍ବପ୍ରସିଦ୍ଧ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେବାକୁ ଦାବି କଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ମଙ୍ଗଳବାର ଦିନ ସେ ଗୃହରେ ଏହି ଦାବି ଉଠାଇଛନ୍ତି । ରାଜ୍ୟସଭାରେ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସାଂସଦ କହିଛନ୍ତି ଯେ ‘‘ବାଲିଯାତ୍ରା ଏକ ଜାତୀୟ ମହୋତ୍ସବର ମହତ୍ତ୍ୱ ଗ୍ରହଣ କରିଛି। କାରଣ ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏଥିରେ ଅଂଶଗ୍ରହଣ କରି ଏହାକୁ ଏକ ବଡ ମହୋତ୍ସବରେ ପରିଣତ କରିଛନ୍ତି’’ ।
“କାର୍ତ୍ତିକ ପୂର୍ଣ୍ଣିମାରେ ଓଡିଶାର ୨୦୦୦ ବର୍ଷ ପୁରୁଣା ସାମୁଦ୍ରିକ ଗୌରବକୁ ସମ୍ମାନ ଜଣାଇବା ପାଇଁ ପ୍ରତୀକାତ୍ମକ ଭାବରେ ହଜାର ହଜାର ଡଙ୍ଗା ମହାନଦୀରେ ଭାସୁଥାଏ। ଦୀର୍ଘ ବର୍ଷ ଧରି ଏହି ମେଳାର ଆକାର ଧୀରେ ଧୀରେ ବିସ୍ତୃତ ହେବାରେ ଲାଗିଛି । ଯାହାକୁ ଏସିଆର ସବୁଠୁ ବଡ ମେଳା କୁହାଯାଇ ବୋଲି ଲୋକକଥା ରହିଛି। ସାତ ଦିନର ମେଳା ଏବେ ଏକ ଜାତୀୟ ମହୋତ୍ସବରେ ପରିଣତ ହୋଇଛି ଯେଉଁଠାରେ ଆପଣ ଜାତୀୟ କାରିଗର, ନୃତ୍ୟ ପ୍ରଦର୍ଶନ, ବୁଣାକାର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଆଦିବାସୀମାନେ ବଜାରରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାକୁ ଅଂଶଗ୍ରହଣ କରନ୍ତି । ଆମ ନେତା ତଥା ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟସ୍ତରୀୟ ଉତ୍ସବ ଘୋଷଣା କରିସାରିଛନ୍ତି ଏବଂ ଏହାକୁ ଜାତୀୟ ଉତ୍ସବର ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି’’।

ଏହି ଦାବି ଉପସ୍ଥାପନ କରିବା ସହ ବିଜେଡି ସାଂସଦ ଇଣ୍ଡୋନେସିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିପରି ଏହି ଲୋକପ୍ରିୟ ଉତ୍ସବ ବିଷୟରେ ଉଲ୍ଲେଖ କରିଥିଲେ ତାହା ଉଲ୍ଲେଖ କରିଛନ୍ତି।

  • Related Posts

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଶନିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ମିଡ଼ିଆ…

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ଭୁବନେଶ୍ୱର:ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିଉତ୍ତର…

    Leave a Reply

    Your email address will not be published. Required fields are marked *

    You Missed

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    ସାଗରିକ ନାଥ ଏନ୍‌ଆଇଏ ଏସ୍‌ପି

    ସାଗରିକ ନାଥ ଏନ୍‌ଆଇଏ ଏସ୍‌ପି

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ