ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

ଭୁବନେଶ୍ୱର: ଏଫ୍‌ଏମ୍‌ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢ଼ାଳି ପୋଡ଼ିହେବାର ସପ୍ତାହେ ପରେ ପୁଣି ଘଟିଲା ବଳଙ୍ଗା ନାବାଳିକା ପୋଡ଼ି ମାମଲା ଯାହାକୁ ନେଇ ଖୋଲାରେ ପେଟ୍ରୋଲ୍‌ ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ଏ ନେଇ କଟକଣା ଜାରି କରିବାକୁ ଯୋଜନା କରାଯାଉଛି । ଏନେଇ ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ପେଟ୍ରୋଲ୍ ପମ୍ପ ସଂଘ ଓ ବିଭାଗୀୟ ଅଧିକାରୀ ସାମିଲ୍‌ ହେବେ। କୃଷକ, ନୌକା ଚାଳକ ଜେନେରେଟର ପାଇଁ କିପରି ପାଇବେ ତେଲ। ସେନେଇ ନୂଆ ଗାଇଡଲାଇନ ଆଣିବା ପାଇଁ ବୈଠକରେ ଆଲୋଚନା ହେବ।
ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଖୋଲା ପେଟ୍ରାଲ ଓ ଡିଜେଲ ବିକ୍ରି ଉପରେ କଟକଣା ପାଇଁ ଖୁବ୍‌ ଶୀଘ୍ର ଗାଇଡ୍‌ଲାଇନ୍‌ ଆସିବ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଖୋଲାରେ ଏସିଡ୍‌ ବିକ୍ରି ହେଉଥିଲା । ଫଳରେ ଜଗତସିଂହପୁରର ପ୍ରମୋଦିନୀ ରାଉଳଙ୍କଠୁ ଆରମ୍ଭ କରି କିଛି ଛାତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ପରେ ରାଜ୍ୟରେ ଖୋଲାରେ ଏସିଡ୍‌ ବିକ୍ରି ନେଇ କଟକଣା ଆଣିବାକୁ ସରକାର ବାଧ୍ୟ ହୋଇଥିଲେ । ସେହିପରି ଏବେ ଏସିଡ୍‌ ଭଳି ପେଟ୍ରୋଲ ବି ସାଜିଲାଣି ମାରାତ୍ମକ । ପେଟ୍ରୋଲ ନିଆଁରେ ଜଳୁଛନ୍ତି ମହିଳା । ଅତି ସହଜରେ ହାତ ପାଆନ୍ତାରେ ପେଟ୍ରୋଲ ମିଳୁଥିବାରୁ ଏଭଳି ଅଘଟଣ ଘଟୁଥିବା ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେଣୁ ରାଜ୍ୟରେ ଖୋଲାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ୍‌ ବିକ୍ରି ଉପରେ କଟକଣା ଜାରି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ତେଣୁ ଯୋଗାଣ ବିଭାଗ ଖୁବ୍‌ ଶୀଘ୍ର ଏକ ଗାଇଡ୍‌ଲାଇନ୍‌ ଆଣିବାକୁ ଯାଉଛି । ପେଟ୍ରୋଲ ପମ୍ପ ଏପରିକି ରାସ୍ତାକଡ଼ରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ, ଡିଜେଲ ଓ କିରାସିନି ବିକ୍ରି ବାରଣ ଥିବା ବେଳେ ସବୁଠି ଏହି କାରବାର ଚାଲୁଛି ଯାହାକୁ ନେଇ ସାଧାରଣରେ ଚିନ୍ତା ବଢିଛି । ତେବେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନ ଦେବାକୁ ନିୟମ ଥିଲେ ବି କାହିଁକି ନିୟମ ପାଳନ ହେଉନି ବୋଲି ପେଟ୍ରାଲ ପମ୍ପ ମାଲିକ ସଂଘ ପାଲଟା ପ୍ରଶ୍ନ କରିଛି । ଏଣିକି କେବଳ ଗାଡ଼ି ନେଇଆସିଥିବା ଲୋକଙ୍କୁ ହିଁ ପେଟ୍ରୋଲ ଦେବୁ ବୋଲି ମାଲିକ ସଂଘ ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି । ରାଜ୍ୟ ସରକାର ବେଆଇନ କାରବାର ରୋକିବା ଲାଗି ପଦକ୍ଷେପ ନେବାକୁ ସଂଘ ଦାବି କରିଛି।

  • Garvita Odia

    Related Posts

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଭୁବନେଶ୍ୱର: ଖୋଲିଲା ୪୬ ମିଶ୍ରଣ ସ୍କୁଲ। ପୂର୍ବରୁ ମିଶ୍ରଣ ହୋଇଥିବା ୪୬ ସ୍କୁଲ ଖୋଲିଛି । ଆଗକୁ ଆଉ ୪ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳ ରେ ସର୍ବାଧିକ ୨୨ ଟି ଥିବା ବେଳେ…

    ରାଗିଂ: ୧୦ ରେଭେନ୍ସା ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

    ଭୁବନେଶ୍ୱର: ପୁଣି ବିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଗିଂ ଅଭିଯୋଗ ଆସିବା ପରେ ୧୦ଜଣ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ । ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଇଷ୍ଟ…

    Leave a Reply

    Your email address will not be published. Required fields are marked *

    You Missed

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଉଦିତ ପ୍ରଧାନ ଗିରଫ  ଘଟଣା: କଂଗ୍ରେସ କମିଟି ଗଠନ

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର